ଶ୍ରୀରାଧାପଦ ଦର୍ଶନ …
ଶୁଖି ତ ଯାଇଛି ବନ୍ଧୁ ମୋ କଳ୍ପନା ସାଗର
ମନ ସିନା ସୃଜି ପାରେ
ସୃଜେ ନା ତ ପଥର
ତୁମେ ତ ଜାଣିଛ ବନ୍ଧୁ
ଶୁନ୍ୟ ଆଜି ମହାଶୁନ୍ଯେ
ମୋର ମନ ମନ୍ଦିର
ମନ ସିନା ସୃଜି ପାରେ
କି ସୃଜିବ ପଥର ???
ଅକାନ୍ତି ଶ୍ରୀହୀନ ଗାତ୍ର
ଅଶ୍ରୁ ବିଗଳିତ ନେତ୍ର
କଳ୍ପନାରେ ଚାହିଁଲେ ବି
ତଥାପି ଦିଶୁନି ବନ୍ଧୁ
ମୋ ହସିଲା ଶକ୍ତି ଜ୍ୟୋତି
ସେ ସୁମୁଖ ସୁଖ କାନ୍ତି
ଅବା ସେ ପଦ୍ମ ପୟର
ଜୀବନ ତ ଏବେ ଗୋଟେ
ନିଷ୍ପ୍ରଭ ଶକ୍ତି ନିଷ୍କ୍ରାନ୍ତ
ମନହୀନ ଶରୀର
ସତେ ଅବା ପଥର
ମନ ସିନା ସୃଜି ପାରେ
କି ସୃଜିବ ପଥର ???
– ଲକ୍ଷ୍ମୀଧର ନାୟକ
My Facebook Post: 13th November 2021