ଉଲ୍ଲାସ ହର୍ଷ ବର୍ଦ୍ଧନାର୍ଥେ
ଲକ୍ଷ୍ମୀଧରୋପନିଷଦ ?
ନନା !
କେବଳ କଉଡି ପଛରେ ନଗୋଡାଇ
କାଉଡିଆଂକୁ କାମରେ ଲଗା
ବିଲ୍ୱ ପ୍ରିୟ ମହାଦେବ
ଧାତ୍ରୀପ୍ରିୟା ଜଗନ୍ମାତା
ଶ୍ରାବଣେ ଶିବ ଭକ୍ତ ଯେତେ
ଏ ବୃକ୍ଷ ରୋପି ପଥ ପ୍ରାନ୍ତେ
ଯତନେ ପାଳ ତିନି ବର୍ଷ
ଶିବ ଯେ ହୋଇବେ ହରଷ
ଯେବେ ଏ ବୃକ୍ଷ ଫଳ ଧରେ
ସେଦିନୁ ଭକ୍ତ ସୁଖ ବଢେ
ଅଁଳା ସାକ୍ଷାତେ ପାର୍ବତୀ
ବେଲ ପତ୍ରରେ ଶିବ ଶାନ୍ତି
ଶୁଣ ହେ ଶିବ ଭକ୍ତ ଗଣ
କାନ୍ଧରେ ବହି ଜଳଭାର
ଯେ ପଥେ ଯେ ସ୍ଥାନେ ଗମିବ
ସେ ପଥ ପ୍ରାନ୍ତରେ ରୋପିବ
ଏ ବୃକ୍ଷ ସୁରକ୍ଷାର ପାଇଁ
ଗୋରଡା ଯେ ଦାନ କରଇ
ଅନେକ ପୁଣ୍ଯ ହୁଏ ତାର
ଧନ ବଢଇ ଅସୁମାର
ବେଲ ଅଁଳା ପୂଣ୍ଯ ତରୁ
ପୂଣ୍ଯ ଅର୍ଜନେ କିମ୍ପା ଭୀରୁ
ଏ ବୃକ୍ଷ ଯେହୁ ନ ଲଗାଇ
ମନ୍ଦିରେ ଜଳକୁ ଢାଳଇ
ପୁଣ୍ଯ ତା ନହୁଏ କିଂଚିତେ
ନ ମିଳେ ଫଳ ଯାହା ବାଂଛେ
ଯେ ବୃକ୍ଷ ରୋପି ନ ପାରିବ
ସେମାନେ ଏମନ୍ତ କରିବ
କଳସ ଏକ ଗୃହେ ସ୍ଥାପି
ତା ମଧ୍ଯେ ମଂଜି ଯେ ସାଇତି
ଆମ୍ୱ ପଣସ ଜାମୁ ନିମ୍ୱ
ଯାହାକୁ ଯେମନ୍ତ ମିଳିବ
ସାରା ବରଷ ସାଇତିବ
ଜଳାଭିଷେକେ ଯେବେ ଯିବ
ମଂଜି କଳସ ସଂଗେ ନେବ
ପଥ ପ୍ରାନ୍ତରେ ବୁଣୁଥିବ
ମାଟି ଛୁଇଁବ ଯେବେ ବୀଜ
ବରଷା ସ୍ପର୍ଶେ ଅଂକୁରିବ
ବଢିବ ପାଇ ସୂର୍ଯ୍ଯ କର
ଦଇବ ଭରସା ତାହାର
କିଂଚିତେ ନିଶ୍ଚୟ ବଂଚିବ
ହସି ଧରଣି ହସାଇବ
ଏ ଦୁଇ କଥା ଯେଉଁ ନର
ନ ପାଳି ବହେ ପାଣି ଭାର
ଏପରି ଭକ୍ତର ଦକ୍ଷିଣା
ପାପ ଅର୍ଜନ ମଧ୍ଯେ ଗଣା
ପୂଜକ ସେ କଉଡି ନେଲେ
ତା ବଂଶେ ଦୁଃଖ ବହୁ ବଢେ
ଚିତ୍ତରେ ଧର ବିଜ୍ଞ ଜନ
ସୁପଥେ ଚଳାଇଣ ଚଳ
ଇଏ ତ ସାଧାରଣ ଜ୍ଞାନ
ଜଗତେ କର ବିତରଣ
–
My Facebook Post: 29th July 2019