ଶ୍ରୀଜଗନ୍ନାଥଙ୍କ ଦଶମୂଳ ଔଷଧି

Share it

16th July 2024

ଦଶମୂଳ —-

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଦଶମୂଳ ଔଷଧ ପ୍ରୟୋଗ ହୋଇଥାଏ, ଏହି ଦଶଗୋଟି ଗଛର ମୂଳ ଏବଂ ଏହାର ଔଷଧୀୟ ଗୁଣ ଯଥା –

1.ବେଲ– କ୍ଷୁଧା, ଶକ୍ତିବର୍ଦ୍ଧକ, ଜୀର୍ଣ୍ଣ କାରକ, କଫ, ବାତ, ଜ୍ବର, ଶୂଳ ବିନାଶକ

2.ଗମ୍ଭାରୀ– ଜ୍ବର, ରକ୍ତଝାଡା, ବାତ, ମୁଣ୍ଡବ୍ୟଥା, କୃମି ନାଶକ

3.ଫଣଫଣା-ଦୁର୍ବଳତା ନାଶକ, ଶକ୍ତିବୃଦ୍ଧି, ଅଜୀର୍ଣ୍ଣ ନିବାରକ

4.ଗନ୍ଧଣା– ଜ୍ବର, ଦୁର୍ବଳତା, ଚକ୍ଷୁରୋଗରେ ହିତକାରୀ

5.ପଟୋଳି– ବାତ,ତୃଷା, ଜ୍ବର, ବାନ୍ତି,ରକ୍ତ ଶୂନ୍ଯତା, ସନ୍ନିପାତ ରୋଗରେ ଉପକାରୀ ।

6.ଶାଳପର୍ଣ୍ଣୀ– ମେହ, ଜ୍ବର, ଶ୍ବାସ, ବ୍ରଣ,ଅର୍ଶ,ପେଟ ରୋଗ ନିବାରକ ।

7.କୃଷ୍ଣପର୍ଣୀ– ରକ୍ତଝାଡା, ବିଷ ଦୋଷ, ମୁଣ୍ଡବୁଲା, ଅର୍ଶ, ପେଟରୋଗରେ ଉପକାରୀ

8.ବୃହତୀ-ଅରୁଚି, ପିତ୍ତଦୋଷ,କଫ,ଅର୍ଶ,ଏଲାର୍ଜି,ଅନିଦ୍ରା ନିବାରକ ଓ ରକ୍ତବୃଦ୍ଧି କାରକ

9.ଭେଜି-କଫ, ଦାନ୍ତରୋଗ, ବାତ, ଚର୍ମରୋଗ ନାଶକ

10. ଗୋକ୍ଷୁରା – ପରିସ୍ରା ରୋଗ, କିଡିନୀ ପଥର, ଶୁକ୍ର ଦୁର୍ବଳତା, ପାଟି ଦୁର୍ଗନ୍ଧ, ରକ୍ତଝାଡା, ମୁଣ୍ଡବ୍ୟଥା ନାଶକ

ଅତଏବ ଏହି ଦଶଗୋଟି ଗଛର ମୂଳ ସଂଗ୍ରହ କରି ମୋଦକ, ପାଚନ କରି ସେବନ କଲେ ସର୍ବପ୍ରକାର ରୋଗ ନାଶ ହୁଏ, ବର୍ଷ ତମାମ ନିରୋଗ ସହିତ, ଜୀବନୀ ଶକ୍ତି ବୃଦ୍ଧି ହୁଏ।

*ମୋ ରଚିତ – ଔଷଧୀୟ ବୃକ୍ଷଲତା ପରିଚୟ ପୁସ୍ତକରେ 220 ଗୋଟି ଔଷଧୀୟ ବୃକ୍ଷ ଲତାର ପରିଚୟ ଏବଂ ପ୍ରୟୋଗ ବର୍ଣ୍ଣନା ରହିଅଛି।


ତଥ୍ୟ – ଡଃ ଅନନ୍ତରାମ କର କୈାଣ୍ଡିନ୍ଯ,
ଆୟୁର୍ବେଦ ଗବେଷକ, ଚିକିତ୍ସକ


Share it

Leave a comment

Your email address will not be published. Required fields are marked *

Verified by MonsterInsights