ବିଶ୍ୱର ସର୍ବପ୍ରଥମ କମ୍ଯୁନିଷ୍ଟ୍ ନେତାଙ୍କୁ ଗୁରୁ ଦିବସରେ ଗୁରୁପ୍ରଣାମ
Love All
Serve All
ପ୍ରେମ ହିଁ ଶକ୍ତି
ଏ କଥା ଯୋଗେଶ୍ୱର ଶ୍ରୀକୃଷ୍ଣ ଶିଖାଇ ଛନ୍ତି, କରି ଦେଖାଇଛନ୍ତି ।
ମୋ ମତରେ ସେ ବିଶ୍ୱର ସର୍ବ ପ୍ରଥମ କମ୍ଯୁନିଷ୍ଟ କି କ’ଣ !
ଗୋପର ଗୋପାଳ ବା ଚାଷୀକୁଳ କ୍ଷୀର ଉତ୍ପାଦନ କରନ୍ତି, ସବୁ ପରିଶ୍ରମ ତାଙ୍କର, କିନ୍ତୁ ଉତ୍ପାଦନର ସାର ବସ୍ତୁ ଲହୁଣୀକୁ ନେଇ ମଥୁରା ସହରରେ ବିକି ଦିଅନ୍ତି । ସହରବାସୀ ଅଣ ଉତ୍ପାଦକ ଗୋଷ୍ଠୀ ଲହୁଣୀ ଖାଆନ୍ତି ।
କୃଷ୍ଣ ଏ ଧାରାକୁ ଭାଙ୍ଗି ଦେଲେ । କହିଲେ ଉତ୍ପାଦକ ଲହୁଣୀ ଖାଇବ, ସହରବାସୀ ଘୋଳଦହି ପିଅନ୍ତୁ ।
ସେ ପିଲାମାନଂକୁ ନେଇ ଗୋଟାଏ ଦଳ ଗଢିଲେ, ସମସ୍ତଙ୍କ ଘରେ ପଶି ଲହୁଣୀ ଚୋରୀ କରି ଖାଇଲେ, ପିଲାଙ୍କୁ ଖୋଇଲେ, ଯିଏ ମଥୁରାକୁ ଲହୁଣୀ ନେଇ ଗଲା, ତା ମାଠିଆ ଭାଙ୍ଗିଲେ, ଯମୁନା ଘାଟ ଡଙ୍ଗାକୁ ଲୁଚାଇ ଦେଉଥିଲେ, ସମସ୍ତଙ୍କର ଜିନିଷ ଚେକ୍ କଲାପରେ ଛାଡୁଥିଲେ ।
ମନୁବାଦୀ ମଧ୍ଯସ୍ତି ବ୍ଯବସ୍ଥା – ଇନ୍ଦ୍ରପୂଜାକୁ ରଦ୍ଦ କରି ଗୋବର୍ଧନ ମହୋତ୍ସବ କଲେ, କହିଲେ ଇନ୍ଦ୍ର ତ ଦରମା ନିଆ ଚାକର, ଜଳସେଚନ ତା’ର ଦାୟିତ୍ୱ, ତାକୁ ପୁଣି ଏଜେଣ୍ଟ ମାଧ୍ଯମରେ ବର୍ଷକୁ ଥରେ ଭୋଗରାଗ ଲାଞ୍ଚ କାହିଁକି ଦିଆଯିବ ?
ସେହିପରି ସୁନ୍ଦର ଅସୁନ୍ଦର ଜ୍ଞାନୀ ଅଜ୍ଞାନୀ ଧନୀ ଗରିବ ଉଚ୍ଚ ନିଚ୍ଚ ପରିଚୟକୁ ଲିଭେଇ ଦେବାପାଇଁ ସେ ହୋଲି ଖେଳ ଭିଆଇ ଥିଲେ, ପରିଚୟ ଲିଭେଇ ଦେବାର ରଙ୍ଗ ହୋଲି । ରଙ୍ଗ ବୋଳି ହୋଇ ସାରିଲା ପରେ, ସୁନ୍ଦର ନାହିଁ କି ଅସୁନ୍ଦର ନାହିଁ, କେବଳ ଗୁଡାଏ ମଣିଷ, ଆନନ୍ଦ ସ୍ୱରୂପ ମଣିଷ, କେବଳ ଆନନ୍ଦ ଉଲ୍ଲାସରେ ଗୀତ ଗାଇ ଗାଇ ନାଚିବା କଥା ।
ଏ ସବୁ କଥା ପାଇଁ ଇନ୍ଦ୍ର, ମଥୁରା ରାଜା କଂସ କେତେ କେତେ କେତେ କ୍ରୋଧ କଲେ ସମସ୍ତେ ଜାଣନ୍ତି, ସବୁ କଥାର ସାମ୍ନା କଲେ ଏହି ବାଳକ ଦଳ ।
ଶ୍ରୀକୃଷ୍ଣ ଯେଉଁ ଧର୍ମ ଧାରାର ପ୍ରଚଳନ କରିଥିଲେ, ତା’ର ନା ଶାତ୍ୱତ ଧର୍ମ, ସେ ଧର୍ମ ଧାରାରେ ମନୁବାଦୀ ମଧ୍ଯସ୍ତି ବ୍ଯବସ୍ଥା ନାହିଁ, କେବଳ ଅଛି ଭଲପାଇବା, ମାନବିକତା, କର୍ମ ସଂସ୍କୃତି, ପ୍ରକୃତି ପ୍ରେମ । ସେ ଧର୍ମଧାରା ଏବେ ବିଲୁପ୍ତ ପ୍ରାୟ । ( କାହିଁକି ବିଲୁପ୍ତ ହେଲା, ସବୁ ଗବେଷକ ଜାଣନ୍ତି ।) କେବଳ ତାଙ୍କ ବଂଶଜ ଗୋପାଳ ବା ଯାଦବ କୁଳରେ ଏହାର କିଛି କିଛି ଚିହ୍ନ ଦେଖିବାକୁ ମିଳେ, ଯେମିତିକି ଗୋପାଳମାନେ ସେମାନଙ୍କର କୌଣସି ପର୍ବ ପର୍ବାଣୀ ପୂଜା ମହୋତ୍ସବରେ ଯଥା ଦୋଳ ପୂର୍ଣିମା, ଗୋବର୍ଧନ ମହୋତ୍ସବ ଇତ୍ଯାଦିରେ ମଧ୍ଯସ୍ତିଙ୍କୁ ଲୋଡନ୍ତି ନାହିଁ, ସବୁ ଉପଚାର ସେମାନେ ନିଜେ ନିଜେ ସମ୍ପନ୍ନ କରନ୍ତି । ଅବଶ୍ଯ ସେମାନେ ବି ପାଶୋରି ଗଲେଣି ଯେ ସେମାନେ ଶାତ୍ୱତ ଧର୍ମ ପାଳନ କରୁଛନ୍ତି । ସେମାନଙ୍କୁ ପଚାରିଲେ ସେମାନେ କହନ୍ତି , ଧର୍ମ ଫର୍ମ ଆମେ କିଛି ଜାଣିନୁ, ଆମ କୃଷ୍ଣ ଏପରି କରୁଥିଲେ, ଆମେ କରୁଛୁ, ଆମ ସାଂଗରେ ସାରା ସଂସାର ବି କରୁଛି ।
ସବୁଠୁ ଆଶ୍ଚର୍ଯ୍ଯର କଥା ଗୋପାଳମାନେ ସେମାନଙ୍କର ପୂଜା ପର୍ବ ପର୍ବାଣୀରେ ଯେତେ ଗୀତ ବୋଲନ୍ତି, କୌଣସି ଗୀତରେ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ କିଛି ମାଗିବାର ଶବ୍ଦଟିଏ ବି ନଥାଏ । କେବଳ ତାଙ୍କର ଗୁଣକୁ ଲୀଳାକୁ ମନେପକାଇ ଉଲ୍ଲସିତ ହୁଅନ୍ତି, ଟିକିଏ ଧ୍ଯାନ ଦେଇ ଶୁଣିଲେ ଏ କଥା ସ୍ପଷ୍ଟ ଜଣାପଡିଯାଏ ।
ସେଥିପାଇଁ ବୋଧେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ନାୟକ, ସଚରାଚରର ଗୁରୁ ଶ୍ରୀକୃଷ୍ଣ ହାତରେ ଦୁଇଟି ଜିନିଷ ଧରି ଥାଆନ୍ତି,
ଗୋଟିଏ ବଂଶୀ, ଆରଟି ଚକ୍ର ।
ବଂଶୀ ପ୍ରେମ ପ୍ରଦାନକାରୀ, ପ୍ରେମ ‘ଦିଏ ‘,
ଚକ୍ର ଦଣ୍ଡ ପ୍ରଦାନକାରୀ, ଦଣ୍ଡ ‘ଦିଏ ‘ ।
(ମନେରଖାଯାଉ, ପ୍ରତିଶୋଧ ନିଆଯାଏ, ଦଣ୍ଡ ଦିଆ ଯାଏ )
ଯେ କେବଳ ଦେବାରେ ହିଁ ଆନନ୍ଦ ପାଆନ୍ତି, ସେ ଗୁରୁ । ପ୍ରଣମ୍ଯ ।
ଅନାବିଳ ଭଲପାଇବା ହିଁ ଗରୁ ଶକ୍ତିର ଆଧାର ।
ପ୍ରଣାମ
Laxmidhar Nayak
My Facebook Post: 5th September 2018
ଜୟ ଶ୍ରୀକୃଷ୍ଣ !!
ଜୟ ଶ୍ରୀକୃଷ୍ଣ