ରେ ରଙ୍କ !
ସବୁ ସେଇ ରଜାର ନୋକ
କିଏ ଡାହାଣ ପାଖ
କିଏ ନହେଲେ ବାଁ ପାଖ
ରେ ରଙ୍କ
ସବୁ ସେଇ ରାଜାର ନୋକ ||
ମୁଁ ତୁଚ୍ଛା ଟାରେ ଆମ ନବୀନବାବୁଙ୍କୁ ପଚାରି ଚାଲିଛି ଓଡିଶା ପାୱାରଲୁମ୍ ଗୁଡା କାହିଁକି ବନ୍ଦ ହେଇଗଲା ବୋଲି , ତମେ କରୁଛ କଣ ?
ମୋ ମୁଣ୍ଡକୁ ଆଜିଯାଏ ବୋଧେ କଥାଟା ଛୁଉଁ ନଥିଲା ଯେ ,
ଶ୍ରମିକ ନେତା ଅର୍ଥ ସିଏ ବି ସେଇ ଶ୍ରମିକ ବା ଶ୍ରମିକ ଶ୍ରେଣୀର, ଶ୍ରମିକ ,
ନେତା ଶ୍ରମିକ ସମସ୍ତେ ତ ଏକାଠି କାମ କରୁଥିଲ, ତାହେଲେ ସଂସ୍ଥା ବନ୍ଦ କଲା କିଏ ? କାର୍ଲ ମାର୍କ୍ସ ? ନା ତାଙ୍କ ଥିଓରୀ ?
ହଉ ହେଲା ସଂସ୍ଥା ବନ୍ଦ ହେଲା ତ ହେଲା,
ତା ପାଇଁ ଶହେ କାରଣ ମିଳିବେ ,
ମୋ କହିହା କଥା ସଂସ୍ଥା ବନ୍ଦ ହେଲା ପରେ ତମ ଭାଇ ଯାଇ ସୁରାଟରେ, ତମେ କିମିତି ଭୁବନେଶ୍ୱରରେ ?
କି ହୋ ନିଜ ଜାତି ଭାଇ ପରା , ଏକା ଶ୍ରେଣୀର ? ସାମ୍ୟବାଦ ? ସମସ୍ତେ ସମାନ ?
ଗୋଟାଏ ଜାଗାରେ ୟୁନିୟନ ମାନେ ଏକାଠି ହେଇ ଏକା ସାଙ୍ଗରେ ଶ୍ରମ କଲ , ଇମିତି କାମ କଲ ଯେ ସଂସ୍ଥା ବନ୍ଦ ହେଇଗଲା , ହଉ ବନ୍ଦ ହେଉ କିଛି ମନା ନାହିଁ, ପୁଣିଥରେ କହୁଛି ସେଥିପାଇଁ ହଜାରେ କାରଣ କୁହାଯାଇ ପାରିବ କିମ୍ୱା ଥିଲେ ବି ଥିବ , ସେ କଥା ଆଉ କେବେ ମନେ ପୋଡିଲେ କାଢି ଥୋଇବି ,
ଏବେ ମୋ ପଚାରିବା କଥା ସଂସ୍ଥା ବନ୍ଦ ହେଲା ପରେ ତମ ଶ୍ରମିକ ଭାଇ ସୁରଟ ନଗଲେ ତା ପିଲାଛୁଆଙ୍କ ପେଟ ପୁରୁନି , ତମର ତାଙ୍କ ସଙ୍ଗେ ସୁରଟ ଯିବା ଦରକାର ପଡିଲାନି କେମିତି ?
କି ହୋ ସାମ୍ୟବାଦୀ ପରା ? ଶେଣୀ ସମାନ ଟି ?
ଯଦି ଶ୍ରେଣୀ ସମାନ ନୁହେଁ , ତମେ ତା ନେତା ହେଉଥିଲ କେଉଁ ବିବେକରେ ? ତମ ସେ ବିବେକର ଜନମ ଗାଁ ଠିକଣାଟା ଟିକେ କେତେବେଳେ କହିବ ତ, ସମୟ ମିଳିଲେ ଚମ ବିବେକ ଜନମ କୁଣ୍ଡଳୀ ଷଠିମାଟିର ଗୁଣ କଥା ବି କେବେ ଟିକେ ଭାବିବା , କାଳେ ସେଠି କିଛି ଦୋଷ ରହୁଛି କି କଣ ଦେଖିବା , ସେ କଥା ପରର କଥା
ଏବେ ଟିକେ ଦୟାକରି କୁହ,
ତମେ ରାଜାର ବାଁ ହାତ ବୋଲି ତମର ଅଭାବ ନଥିଲାରୁ ତମେ ସୁରଟ ଗଲନି ନା ଓଡିଶା ବୁଡେଇଲା ପରେ ସୁରଟରେ ବି ତା ଜୀବିକା ବୁଡେଇ ଦବ ବୋଲି ତମ ଭାଇ ତୁମକୁ ସାଙ୍ଗରେ ନେଲାନି ବା ?
ଏ ସବୁ କଥା ଦେଖିଲାପରେ ଜଣାପଡୁଛି ଯେ,
ସତରେ ଏମାନେ ସାମ୍ୟବାଦୀ ନୁହନ୍ତି ,
କେବଳ ରଜାର ବାଁ ପଟ ନୋକ ଗୁଡା , ବାମପନ୍ଥୀ |
କି ହୋ ଅନ୍ଧାରରେ ଖାଇଲେ ଗୁଡ, ଆଲୁଅରେ ଖାଇଲେ ତ ଗୁଡ,
ଡାହାଣ ହାତରେ ଖାଇଲେ ରଜା ପେଟକୁ ଯିବ, ବାଁ ହାତରେ ଖାଇଲେ ସେଇ ରଜା ପେଟକୁ ଯିବ ,
ଶ୍ରମିକ ପେଟକୁ ଯିବ କେମିତି ? ହାତ ତ ରଜାର |
ସତ କଥା ମୁଁ କାଲି ପର୍ଯ୍ୟନ୍ତ ଭାବୁନଥିଲି ଏମାନେ ସାମ୍ୟବାଦୀ ଶବ୍ଦକୁ ଗୌଣ କରି , କମ୍ ବ୍ୟବହାର କରି ବା ଆଦୌ ବ୍ୟବହାର ନକରି ନିଜପାଇଁ ଗୋଟେ ବାମପନ୍ଥୀ ଟର୍ମ ବ୍ୟବହାର କରନ୍ତି କାହିଁକି ?
କାହିଁକି କେଜାଣି, କାଲି ମନେ ପଡିଲା ,
ଆରେ ବାବା
ଯଦି ଏମାନୋ ନିଜକୁ ସାମ୍ୟବାଦୀ ଶ୍ରୀରାମାନୁଜ ବୋଲି ଲେଖିବେ ,
ଶ୍ରମିକ ମୁଣ୍ଡକୁ ଫଟ୍ କିନା ଢୁକିବ , ବାବୁରେ ଶ୍ରୀରାମ ଅନୁଜ ଲକ୍ଷ୍ମଣ, ତୁ ଆଉ ମୁଁ ତ ସମାନ, ମୁଁ ସୁରଟ ଯାଉଛି ଇଟା ପକେଇମି, ତୁ ବି ଚାଲ୍ ମାଟି ଚକଟିବୁ ,
ଶ୍ରମିକ ଏମିତି କହନ୍ତା କି ନାହିଁ ?
ଓ ହୋ ମଣିଷର ଏତେ ଡେରିରେ ମନେ ପଡିଲାକୁ କାଲି ଜଣା ପଡିଲା ଏ କମୁନିଷ୍ଟିଆ ମାନେ ନିଜକୁ ସାମ୍ୟବାଦୀ ନକହି କାହିଁକି ନିଜକୁ ରଜାର ବାଁ ହାତ କହିବାକୁ ଏତେ ଗୌରବାବହ ମନେକରନ୍ତି ବୋଲି |
ଶ୍ୟାଃ ମୁଁ ଭାବୁଥିଲି ବାମପନ୍ଥୀ ଅର୍ଥ କଣ ଗୋଟେ ଦିବ୍ୟ ସୁନ୍ଦର କଥା ହେଇଥିବ ନା , ଦେଖିଲା ବେଳକୁ ସୁଦୁ ରଜାର ବାଁ ପଟୁଟା |
ସେଥିରେ ପୁଣି ଅନ୍ୟମାନଙ୍କୁ କହୁଛନ୍ତି ନା,
ଆସ ରାଜାର ବାଁ ପାଖରେ ବସ,
ଲୋକଟାର ଡାହାଣ ହାତରେ ଦେଲେ ସିନା ସିଏ ପାଟିରେ ପକେଇ ଦେବ,
ବାଁ ହାତରେ ଦେଲେ ସିଏ ଖାଇ ପାରିବନି ,
ଶ୍ରମିକଙ୍କ ପାଇଁ ବଳିବ,
ତେଣୁ ଭାଇମାନେ, ଆସ ଆମେ ପ୍ରଗତୀଶୀଳ ହେବା,
ଅର୍ଥାତ୍ ସେମାନେ ଯାହା କଲେ ଆମେ ତାହା କରିବା ନି, କିଛି ନୂଆ କରିବା, ସେମାନେ ଯଦି ରଜାର ଡାହାଣ ପଟେ ବସୁଛନ୍ତି, ଆମେ ସେପଟେ ବସିବାନି, ଆସ ଆମେ ରଜାର ବାଁ ପଟେ ବସିବା | ସେମାନେ ଦକ୍ଷିଣ ପନ୍ଥୀ , ଆମେ ବାମପନ୍ଥୀ ହେବା |
ସତ କଥା, ଯଦି କେହି ନିଜକୁ ସାମ୍ୟବାଦୀ କହିବ ତ ନିଶ୍ଚେ ଅଡୁଆରେ ପଡିବ ,
କାରଣ ସାମ୍ୟବାଦୀ ହେଲେ ତାକୁ କହିବାକୁ ପଡିବ –
ଭାଇ ଲୋ , ମୁଁ ତୋ ଭାଇ , ତୋର ମୋର ଶେଣୀ ସମାନ, ତେଣୁ ତୁ ଯୋଉଠି ଅଛୁ ସେଇଠି ଥା, ମୁଁ ଯାଉଛି ତୋ ପାଖରେ ବସିମି | ତୁ ଏ ରଜାର ଡାହାଣକୁ ଯାଆନା କି ବାଁ କୁ ଆଆ ନା |
ଧେତ୍ ,
ଏଗୁଡା ଭାବିଲା ବେଳକୁ ବିରକ୍ତ ଲାଗୁଛି, ଲେଖୁ ଲେଖୁ କଣ କଣ କୁଆଡୁ ଲେଖି ହେଇଯିବ ଯଦି ଅନେକଙ୍କୁ ଅଡୁଆ ଲାଗିବ,
ସେତିକି ଥାଉ,
କେବଳ ଏତିକି ଅନୁରୋଧ,
ଭାଇମାନେ, ଏ କଥାକୁ ଯଦି ପଢିବ ତ କଥାର ଭାବଟାକୁ ପଢିବ, ଭାଷାରୁ କିଛି ସାହିତ୍ୟ ରସ ନମିଳିପାରେ, କାରଣ ଆମକୁ ସାହିତ୍ୟ ଲେଖି ଆସେନି ,
ରାଗିବାର ବି କିଛି କଥା ନାହିଁ, ଗୋଟାଏ ସାଧାରଣ ଲୋକର ଏ କଥା ଟାକୁ ମଥାରେ ପୁରେଇଲେ ନିଶ୍ଚୟ କିଛି ନା କିଛି ପନ୍ଥା ଦିଶିବ,
କାରଣ ସମାଜ ସେବା କରିବା ତ ଗୋଟେ କଥା , ସମାଜ ସେବା କରିବାକୁ ଭାବିବା ବି ସହଜ କଥା ନୁହେଁ, ସେପରି ସୁମଣିଷ ନହୋଇଥିଲେ ସେତେକ ବି ମୁଣ୍ଡରେ ପଶେନି ଆଜ୍ଞା | ତେଣୁ ଆପଣମାନେ ହିଁ ଏ ମଣିଷ ଜାତିର କର୍ଣ୍ଣଧାର ହେବେ, ଅନ୍ଯ କେହି ନୁହେଁ । କେବଳ ସଳଖ ସରଳ ମାର୍ଗ ଟିଏ ଖୋଜି ପାଇଗଲେ ହୁଏ ।
ଆମ କଥା ଛାଡନ୍ତୁ ହେ
କାଲି ତ ବଂଶୀ ବୋଇଲା
ଆମ୍ଭେ କୁଆଡେ
ମାସ ଭିତରେ ମାର୍ଗଶୀର
ବାର ଭିତରେ ଗୁରୁବାର
ଲୋକ ଭିତରେ ଗୋ ଲୋକ
ଯନ୍ତ୍ରେ ସୁଦର୍ଶନ ଚକ୍ର
ଗଛ ଭିତରେ ଓସ୍ତ ଗଛ
ଲତା ଭିତରେ ବାଇଡଙ୍କ
ବାଇଡଙ୍କ- ଓଷଦକରି ଖାଇଦେଲେ ବଳକାରକ
ବାଇଡଙ୍କକୁ ଧରି ଖେଳିଲେ କୁଣ୍ଡେଇ କୁଣ୍ଡେଇ ଥକିବ ଦିନଯାକ
ଏ ବାଇ ଡଙ୍କ ଥିଓରୀ ମୋର ନୁହେଁ , ଆମ ବଂଶୀର
ତେଣୁ ସୁଧୀଜନେ !
ରାଗ ଚିଡିଲେ ମତେ ନୁହେଁ , ବଂଶୀକୁ ବକ
ହା ହା ହା
ସଖାଳୁ ଉଠି ମଣିଷ ଫେସବୁକ୍ ଟାରେ ଝଡେଇ ହେଉଛି
ମୁଁ ଯାଏରେ ବାବା ଲାଗିଲାଣି ମତେ ଭାରି ଭୋକ
ଲକ୍ଷ୍ମୀଧର ନାୟକ
My facebook post: 19th April 2021