ରାୟ ଆସିଲେ ଭଲ, ନଆସିଲେ ବି ଭଲ …

Share it

ସଂରକ୍ଷଣ ପାଇଁ ସତରେ ସୁପ୍ରିମ କୋର୍ଟ ପରାମର୍ଶ ମାଗିଛନ୍ତି ?
ରାୟ ଆସିଲା ବେଳକୁ ତ ଦେଶରେ ବୋଧହୁଏ ସରକାରୀ ସଂସ୍ଥା ନଥିବ କି ସରକାରୀ ଚାକିରି ନଥିବ, ସଂରକ୍ଷଣ କଣ ହେବ ?

ଖାଲି ଗୁଡାଏ ବୟାନବାଜି, ଭୋଟ୍ ରାଜନୀତିରେ ସରି ମଧ୍ୟ ଯାଇପାରେ ସବୁ କଥା । ଶାସକ ସରକାରଙ୍କୁ ବଡ ଅଡୁଆରେ ପକେଇ ଛାଡିବା ସାର ହେବ ଏ ପରାମର୍ଶ ।

ସରକାର ଯାହା ପରାମର୍ଶ ଦେବେ ସେ କଥା କାହା ମନକୁ ପାଇବ ନି, 60 % ବି ମନକୁ ପାଇବନି, ଓଡିଶାରେ ।

ମୁଁ ଯଦି ଓଡିଶା ସରକାର ହେଇ ଥାଆନ୍ତି, ଏମିତି ସଜେସନ୍ ଟିଏ ଦିଅନ୍ତି ଯେ ପୁଅ ସିଆଡେ ଅଙ୍କ କଷୁ ଥାଆନ୍ତେ ମୁଁ ମୋର ସକ୍ଷମ ଓଡିଶା କାମରେ ଲାଗନ୍ତି ।

ଏ 60% କି 65% କୋଉ କାମକୁ ନୁହେଁ । ସିଧା 100% ସଂରକ୍ଷଣ ପାଇଁ ପରାମର୍ଶ ଦିଆଯାଉ, ସରକାରୀ ବେସରକାରୀ ସବୁ ସଂସ୍ଥାରେ ।

ମୋଟାମୋଟି ଏମିତି

1. ST – 23 %
2. SC – 16 %
3. OBC – 51 %
4. NON OBC – 10 %

TOTAL – 100 %

ମାନେ ଯାହାର ଲୋକ ସଂଖ୍ୟା ଯେତିକି, ତାର ଭାଗ ସେତିକି ।

ତେଣିକି ସୁପ୍ରିମ କୋର୍ଟ ବସି ଅଙ୍କ କଷୁ ଥାଆନ୍ତୁ, ରାୟ ଆସିଲେ ଭଲ, ନଆସିଲେ ବି ଭଲ ।

କାହା ଭାଗ କମେଇକି ଲେଖିବି କାହିଁକି ନା ସିଏ ଆସି ଲୋୟର ପିଏମଜିରେ ବସି ଗର୍ଜନ ଛାଡିବ କାହିଁକି ?

କଣ ମିଳିବ ଏତେ କଥାରୁ, ସୁପ୍ରିମ କୋର୍ଟ କଣ ବିଚାର କରିବେ ବସିକି କରୁ ଥାଆନ୍ତୁ ।

ସୁପ୍ରିମ କୋର୍ଟଙ୍କୁ ସତରେ ଦେଶର ସଂରକ୍ଷଣ ହାଲ୍ ଚାଲ୍ ଜଣା ନାହିଁ ନା ୟାକୁ ନେଇ ଆଗରୁ କିଛି ବିଚାର ବିମର୍ଷ ପରାମର୍ଶ ରିପୋର୍ଟ ବହି ପତର କିଛି ନାହିଁ ?

ହଉ, ଯଦି କୌଣସି ନୂଆ କାରଣରୁ ଏପରି ପରାମର୍ଶ ଲୋଡାଯାଉଛି, ଆମେ ପୁରା 100 % ଲେଖିକି ଦେଇଦେଲେ କାମ ସରିଲା, ଝିନଝଟ୍ ରୁ ମୁକ୍ତି, ତେଣିକି ସିଏ କଣ ବିଚାର କରୁଛନ୍ତି କରୁ ଥାଆନ୍ତୁ ।

– ଲକ୍ଷ୍ମୀଧର ନାୟକ

Mo Lekha : Facebook post – 09.03.2021


Share it

Join the Conversation

1 Comment

  1. Nice way narrated…message is more louder now….let’s wait n watch the intent of govt & the apex court of our country….🙏🌹

Leave a comment

Your email address will not be published. Required fields are marked *

Verified by MonsterInsights