ରାଷ୍ଟ୍ର ନିର୍ମାଣ କିଏ କରିବ ? ତମେ ? ନା ତମ ମଉସା ??

Share it

Mo Lekha
11th August 2021

ରାଷ୍ଟ୍ର ନିର୍ମାଣ କିଏ କରିବ ?
ତମେ ?
ନା ତମ ମଉସା ??

**** ***** ****

ମାସକୁ 5 କିଲ ଚାଉଳ ବୋଧେ
କେହି କହୁଚି କେନ୍ଦ୍ର ଦେଉଚି ରାଜ୍ୟ ବାଣ୍ଟୁଚି,

ତାହା ବି ହେଉ

ମାସକୁ 5 କିଲୋ ହେଲେ ଦିନକୁ 150 ଗ୍ରାମ ହେବ, ଡିଲର ପରିବାରକେ କିଲେ କାଟି ରଖୁଥିଲେ

ଦିନକୁ ତିନି ବକତ ଖାଇଲେ କଥାଟା ଏମିତି କହି ହେବ –

ମୋ ଧନ ରେ !
ବକତକୁ 50 ଗ୍ରାମ ମୋଦୀ ଚାଉଳ ଭାତ ଖା ,
ବିଜୁ ଷ୍ଟାଡିୟମରେ ଖେଳିବୁ ଯାଆ,

ତୋ କଥା ଭଲକି ବୁଝା ହେବ
ତୁ ଆଗ ଏତିକି ଖାଇ ଅଲମ୍ପିକ୍ ମେଡାଲ ଟା ଜିତିକି ଆ

ମୋଦୀ ନବୀନ ବାଃ ରେ ବାଃ
କଂଗ୍ରେସ ତ ୟାଙ୍କ ପୁରୁଣା ମଉସା
ଆଉ ତ କାହାର ଶୁଭୁନି ନାଁ

ନବୀନ ବାବୁ
ଆମର ତ ମାଗିବାର ଅଭ୍ୟାସ ନାହିଁ, ବଂଶ ଦୋଷରୁ କି କଣ କେବଳ ଦବା ଅଭ୍ୟାସ ଟେ ଅଛି, ଦବାକୁ ପାଖରେ କିଛି ନଥିଲେ ବି ସକାଳୁ ଉଠି ତମ ମାନଙ୍କୁ ଏ ଫେସବୁକ୍ ରେ ପୁଳାଏ ଲେଖା ଗାଳି ଦିଏ,

ଚିଜ ଟା ଗାଳି ହେଉ ପଛେ , ଦିଏ,
କହିଲି ନା ଦବା ଟା ଆମର ଗୋଟେ ଅଭ୍ୟାସ ପରା, ଆମେ ଦବାକୁ ଭଲ ପାଉ

ଆଜି କିନ୍ତୁ ପବ୍ଲିକ୍ ଇଣ୍ଟେରେଷ୍ଟରେ ମୁଁ ତମୁକୁ
ସତରେ ମୁଁ ତୁମକୁ ଗୋଟେ ଜିନିଷ ମାଗୁଚି ,

ଜିନିଷମାନେ ସେମିତି କିଛି ବଡ ଜିନିଷ ନୁହେଁ ମ,
ଗୋଟାଏ ଲିଷ୍ଟ ମାଗୁଚି ତୁମକୁ

ସେଥିରେ ତମର ବେଶି ପଇସା ବି ଖର୍ଚ ହେବନି ମ
କାରଣ ମୁଁ ଜାଣିଚି ତମ ଲିଷ୍ଟ ରେ ଫର୍ଦ୍ଦ ବି ପୁରିବନି

ଆଚ୍ଛା ତମେ ମତେ ସେଟା ମାଗଣା କାହିଁକି ଦେବ
ମୁଁ ନହେଲେ ଗୋଟେ କାମ କରୁଚି

ମୁଁ ତୁମକୁ ଗୋଟେ ଲିଷ୍ଟ ଦେଉଚି
ମୁଁ ତୁମକୁ ଯେତିକି ବଡ ଲିଷ୍ଟ ଟାଏ ଦେବି , ତମେ ତାର ଅଧା କି ଚଉଠେ ଦେଲେ ବି ଚଳିବ

ମୋ ଚିଠାରେ ମୁଁ ଲେଖୁଚି ତୁମ ପୂର୍ବ ସରକାରମାନେ ଓଡିଶାରେ କଣ ସବୁ କରିଥିଲେ ବା କରିଛନ୍ତି,
ତମେ ତମ ଲିଷ୍ଟରେ ଲେଖିବ, ତମ 21 ବରଷ ଭିତରେ ତମେ ସବୁ କଣ କରିଚ

ସେଇ ଲିଷ୍ଟ ଟାକୁ ନେଇ ପଞ୍ଚାୟତ ମୁନିସିପାଲିଟି କାନ୍ଥରେ ମାରିଦେବା, ଲୋକ ସେଇ ଲିଷ୍ଟ ଟାକୁ ପଢିକି ଯାହାକୁ ଭୋଟ୍ ଦେଉଛନ୍ତି ଦିଅନ୍ତୁ,

ବରଂ ସେ ଲିଷ୍ଟ ଟା ତମ ଚଳନ୍ତି ପ୍ରତିମା ହିସାବରେ ଗାଁ / ମୁନିସିପାଲିଟି ବୁଲୁ ।

ତୁମ ପୂର୍ବ ସରକାରମାନେ
ହୀରାକୁଦ ଡ୍ୟାମ
ଇନ୍ଦ୍ରାବତୀ ଡ୍ୟାମ
ଭୁବନେଶ୍ୱର ସହର
ରାଉରକେଲା ସହର
ଯୋଡା ସହର
ପାରାଦୀପ ସହର
ରାଉରକେଲା ଇସ୍ପାତ କାରଖାନା
ମିଗ୍ ବିମାନ କାରଖାନା
ଥର୍ମାଲ
ଏନଟିପିସି
ଏଫ୍ ସି ଆଇ
ଏସ ସିବି ମେଡିକାଲ
ବୁର୍ଲା ମେଡିକାଲ
ବ୍ରହ୍ମପୁର ମେଡିକାଲ
ବାରବାଟି ଷ୍ଟାଡିୟମ
ଇଣ୍ଡୋର ଷ୍ଟାଡିୟମ
ପାରାଦୀପ ପୋର୍ଟ
ନିଳାଚଳ ଇସ୍ପାତ
ଇପିକଲ
ଆପିକଲ
ଓମଫେଡ୍
ଓପଲଫେଡ୍
ସ୍ପିନଫେଡ୍
ମାର୍କଫେଡ୍
କାହିଁରେ କେତେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍
ସେଠି ସବୁ ଭଳିକି ଭଳି ଶିଳ୍ପ କାରଖାନା
ଯଥା
କୋଣାର୍କ ଟିଭି
ଇପିଟ୍ରନ
ଓଟିଏମ୍
ଟିଟାଗଡ ପେପର ମିଲ
ଜେ କେ ପେପର ମିଲ
ଓରିଏଣ୍ଟ ପେପର ମିଲ୍
ନାଲକୋ
ବାଲକେ
ହିଣ୍ଡାଲକୋ
ଇଫକୋ
ବିର୍ଲା ଟାୟାର
ଲାଟେକ୍ସ ପୋଲାର୍
ଏସ ଏନ କର୍ପୋରେସନ
ଜେକେ ସିନ୍ଥେଟିକ୍
ଧରଣୀ ସୁଗାର
ଶକ୍ତି ସୁଗାର
ଆସ୍କା ସୁଗାର
ବଡମ୍ୱା ସୁଗାର
ଅଏଲ ଓଡିଶା
ବିଲାତି ଓଡିଶା
ମାଛୁଆ ଜାଲ ଠୁ
କେ ଏଲ୍ ପାଲ
ଜନତା ଶାଢୀ ଠୁ
ମେସିନ ମୁଢି
…… ……..
…… …….
କେତେ ଲେଖିବ
ଲେଖିଲେ ସରିବ କି ?

ତମେ ଏଗୁଡାକର ଗୋଟେ ଲିଷ୍ଟ କର
କାଗଜର ବାଁ ପଟେ ଏଗୁଡା ଲେଖ
ତା ଡାହାଣ ପଟକୁ ତମ 21 ବର୍ଷର ଲିଷ୍ଟ ଟା ଲେଖ

ସେଇଟାକୁ ନେଇକି ଗାଁ କାନ୍ଥମାନଙ୍କରେ ମାରି ଦିଅ

ବାସ୍
ସର୍ବମୋଟ୍ ଏଇ ଗୋଟାଏ କାମ କରିକି ଦେଖେଇଲ,
ଲୋକ ଟିକେ ସେଟାକୁ ଦେଖନ୍ତୁ |

ଏକଥା ନକରି
ନିର୍ବାଚନ ପାଇଁ
ଛାତ୍ର କଂଗ୍ରେସ
ଛାତ୍ର ବିଜେଡି
ଛାତ୍ର ବିଜେପି
ଯୁବ କଂଗ୍ରେସ
ଯୁବ ବିଜେଡି
ଯୁବ ବିଜେପି

ୟାଙ୍କୁ ସବୁ କାହିଁକି ଗୋତି ଖଟେଇବାକୁ ମସୁଧା କରୁଚ କିରେ କୁଳାଙ୍ଗାର ଦଳ ?

ସେମାନଙ୍କୁ ଛାଡି ଦିଅ
ସେମାନେ ଯୁବା ବର୍ଗ

ସେମାନେ ବରଂ ବକତକୁ 50 ଗ୍ରାମ ଲେଖା ଖାଇ 5 କିଲୋମିଟର ଲେଖା ତମ ଷ୍ଟାଡିୟମ ପଡିଆରେ ଏବେ ଦଉଡୁ ଥାଆନ୍ତୁ, ପରେ ତମ କଣ୍ଟ୍ରାକ୍ଟର ସେଠି ବାଉଣ୍ଡୀରୀ ବୁଲେଇବ,

ଆମକୁ ଅଲମ୍ପିକ୍ ମେଡାଲ ଦରକାର କି ନାଇଁ ?

ଆମ ଛୁଆ ତ ତମ ଝଣ୍ଡା ବୋହି ତମ ଜିନ୍ଦାବାଦ କରି ପଞ୍ଚାୟତ ବୁଲିବେ, ଅଲିମ୍ପିକ୍ ଖେଳିବାକୁ କିଏ ଯିବ ? ରାଷ୍ଟ୍ର ନିର୍ମାଣ କିଏ କରିବ ?

ତମେ
ନା ତମ ମଉସା ??

ଲକ୍ଷ୍ମୀଧର ନାୟକ
My Facebook Post: 11 . 08 . 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights