ରଙ୍କୁଣି ପାଇଛି ଇଲିସି, କଣ୍ଟା ମାଛ କରି ଗିଳୁଛି

Share it

5th August 2024

କଥାରେ ଅଛି ନୁଆ ଡାହାଣୀ ଘୁଅ ଖାଉଛି , ନହେଲେ ଲୋକେ କହନ୍ତି ରଙ୍କୁଣି ପାଇଛି ଇଲିସି, କଣ୍ଟା ମାଛ କରି ଗିଳୁଛି ।

ସାର୍ ତ ମନା କରିଛନ୍ତି ଅନ୍ତତଃ ଛ ମାସ ଖଣ୍ଡ ମୋହନ ସରକାରକୁ କିଛି ନକହିବାକୁ, ତାଙ୍କୁ ଫ୍ରି ହ୍ୟାଣ୍ଡ ଦେବାକୁ , ଟିକେ ସହଯୋଗ କରିବାକୁ ମଧ୍ଯ କହିଛନ୍ତି ।

ସେହି ସହଯୋଗ ପାଇଁ କହୁଛି
ମୋହନ ବାବୁ ଠିକେ ଠିକେ ପଦେ ଟାଣ କଥା କହୁଛି ଶୁଣ

ଆପଣଙ୍କ ପାଇଁ ସିନା ମୁଖ୍ୟମନ୍ତ୍ରୀ ପଦ ଟା ନୁଆ , କିନ୍ତୁ ଲୋକେ ତ କେତେ ମୁଖ୍ୟମନ୍ତ୍ରୀ ଦେଖିଲେଣି

ମୁଖ୍ୟମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ସ୍ତରର ଅଭିଯୋଗ ଶୁଣନ୍ତି ,
କଲେକ୍ଟର କଲେକ୍ଟର ସ୍ତରୀୟ

ମୁଖ୍ୟମନ୍ତ୍ରୀ ଯଦି ଇନ୍ଦିରା ଆବାସ ଅଭିଯୋଗ , ବାର୍ଦ୍ଧକ୍ଯ ଭତ୍ତା ସ୍ତରୀୟ ଅଭିଯୋଗ ଶୁଣିବାକୁ ଲୋକଙ୍କୁ ଭୁବନେଶ୍ବର ଡାକିବେ , ତାହେଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ନାଗାର୍ଜୁନ ବେଶ ଦଳା ଚକଟା ଓ ପ୍ରାଣ ହାନୀ ହେବା ତ ସ୍ବାଭାବିକ୍

ମୁଖ୍ଯମନ୍ତ୍ରୀ ସ୍ତରୀୟ ଅଭିଯୋଗ ଲେଖି ବସିଲେ ଶହେ ପୃଷ୍ଠା ହେବ, କିଏ ଲେଖିବ , ଆଙ୍ଗୁଠି ବିନ୍ଧିବ ହେ

ଗୋଟେ ଯୋଡେ ଅଳ୍ପ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଲେଖୁଚି

1 . ଆଜ୍ଞା ମୋ ରାଜ୍ଯର ପ୍ରତ୍ଯେକ ଇଞ୍ଚ ଚାଷ ଜମିକୁ 30% ନୁହଁ, 300% ଜଳସେଚନ ଦରକାର – କରି ପାରିବ ? କର ତ ଦେଖିବା ।

2. ମୋ ଦେଓମାଳୀ ପର୍ବତର ଗୋଟେ ଆଧାର କାର୍ଡ ଦରକାର – କରିଦେଇ ପାରିବ ? କର ତ ଦେଖିବା ।

3. ମୋ ରାଜ୍ଯର ପ୍ରତ୍ଯେକ ଲୋକଙ୍କ ଚିକିତ୍ସା ପାଇଁ ଗୋଟେ ଲେଖା ଆୟୁଷ୍ମାନ + କାର୍ଡ ଦରକାର , ଯେଉଁଥିରେ କେନ୍ଦ୍ରର ଆୟୁଷ୍ମାନ ସୁବିଧା, ନବୀନଙ୍କ ବିଜୁସ୍ବାସ୍ଥ୍ଯ ଯୋଜନା ସହ ଆଉ କିଛି ଅଧିକ ସୁବିଧା ଯୋଡା ହୋଇଥିବ ,

ମନେକର ବିଜୁ ସ୍ବାସ୍ଥ୍ଯ କାର୍ଡ ଲିମିଟ 5 ଲକ୍ଷ ହେଇଥିଲେ ମୋହନଙ୍କ ଆୟୁଷ୍ମାନ+ କାର୍ଡ ରେ ଦଶ ଲକ୍ଷ ସୁବିଧା ଯୋଡା ହେଇଥିବ ।

5 ଲକ୍ଷ ଟଙ୍କିଆ ବିଜୁସ୍ବାସ୍ଥ୍ଯ କାର୍ଡ ବନ୍ଦ ହେବନି ଚାଲିଥିବ , ଆୟୁଷ୍ମାନ ବି ଚାଲିବ, ତା ସହ ମୋହନଙ୍କ ଏ ଆୟୁଷ୍ମାନ+ ଯୋଜନାଟି ବି ଚାଲିବ ।

ଲୋକେ JIO ରୁ AIRTEL କୁ ପୋର୍ଟ କଲା ପରିକା କେବଳ ଗୋଟେ ପୋର୍ଟ କରିବା ଅପସନ ଦେଇ ଦେବ ଲୋକଙ୍କୁ ,

ସେମାନେ ଇଚ୍ଛା କଲେ ନବୀନଙ୍କ ବିଜୁସ୍ବାସ୍ଥ୍ଯ ଓ ମୋଦୀଙ୍କ ଆୟୁଷ୍ମାନ ଯୋଜନାରୁ ମୋହନଙ୍କ ଦଶ ଲକ୍ଷ ସୁବିଧା ଥିବା ‘ଆୟୁଷ୍ମାନ ପ୍ଲସ’ ଯୋଜନାକୁ ପୋର୍ଟ କରି ପାରିବେ ।

ଏତିକି କରିଦେଲେ ତ ବିଜୁ କାର୍ଡ ମନକୁ ବନ୍ଦ ହେଇଯିବ, ଲୋକେ ବନ୍ଦ କରିଦେଇ ” ଆୟୁଷ୍ମାନ + ” କୁ ପୋର୍ଟ କରିଯିବେ, ଯୋଜନା ସହ ବିଜୁଙ୍କ ନାଆଁ ବି ହଜିଯିବ, ତମେ ଗୋପବନ୍ଧୁଙ୍କ ମୁଣ୍ଡରେ ନଡିଆ ପିଟିବା ଦରକାର କଣ ହେ ? ଏ ସ୍କିମ କରି ପାରିବ ? କର ତ ଦେଖିବା ?

ହାତରେ ଯଦି ଏତେ ସମୟ ବଳୁଚି, କେବେ ଆସନ୍ତୁ, ଅଭିଯୋଗ ପ୍ରକୋଷ୍ଠରୁ ମୋ ବସା ମାତ୍ର 4.5 କିମି, ଏମିତି 5 ହଜାର ଲୋକ ଅଭିଯୋଗ ଓ ସେ ସବୁ ସ୍କିମ ର ନକ୍ସା ସବୁ ବତେଇ ଦେବି,

ସେଇଆକୁ ସବୁ କରୁ କରୁ ତ ପାଞ୍ଚ ବର୍ଷ କେତେବେଳେ ପଳେଇବ ଜାଣିପାରିବନି, ଆଉ ସେ ଅଭିଯୋଗ ପ୍ରକୋଷ୍ଠ ରେ ଝଡେଇ ହବାକୁ ସମୟ କୋଉଠୁ ପାଇବ ଯେ ନାଟକ କରି ତାର ହୀରୋ ହୋଉ ହୋଉ କେତେବେଳେ ଜୋତାମାଳ ବି ପିନ୍ଧିବ ?

ଏ ଫାର୍ସ ବନ୍ଦ କର ।
ବାଅଂଝ ମାଇପର କି ପାଇଟି ନା ହଳଦୀ କାଠୁଆ କଜଳପାତି !!

କି ହୋ ବାବୁ, ଆପଣ ରାଜ୍ଯର ମୁଖ୍ୟମନ୍ତ୍ରୀ ଟି ? ଆପଣଙ୍କୁ ଏତେ ସମୟ କୋଉଠୁ ମିଳୁଚି ଅଭିଯୋଗ ପ୍ରକୋଷ୍ଠରେ ବସି ଏ ଲୋକ ନାଟକ କରିବାକୁ ?

ଆଉ ଧାଡିଏ ମାତ୍ର ଲେଖନ୍ତି ଯେ, କଥାଟା ବହୁତ ଟାଣ ହେଇଯିବ, ଛ ମାସ ଖଣ୍ଡ ଦାନା ରୁଚିବନି ପଢି ଦେଲା ପରେ ।

ସାର୍ ମନା କରିଛନ୍ତି , ତେଣୁ ଏତିକି ଥାଉ ।

ଆପଣ ଯଥା କାମ କରି ଯଶସ୍ୱୀ ହୁଅନ୍ତୁ, ଏତିକି ମାତ୍ର ଇଚ୍ଛା ।

ନମସ୍କାର
ଲକ୍ଷ୍ମୀଧର ନାୟକ
ମୋ : 9937252955

ମୋବାଇଲ ନମ୍ବର ଲେଖି ଦେଇଛି, ଏ ଟାଣ କଥା କେଇପଦ ପଢି ଯଦି କାହାର କିଛି ଗାଳି ଦେବାକୁ ଇଚ୍ଛା ହେଉ ଥିବ ତ ସିଧା କଥା ହେଇପାରିବେ ମୋ ସହ । – ଲକ୍ଷ୍ମୀଧର ନାୟକ

My Facebook Post: 5th August 2024


Share it

Leave a comment

Your email address will not be published. Required fields are marked *

Verified by MonsterInsights