Mo Lekha
My Facebook Post :
20th September 2023
ଧନ୍ଯ ଗଣତନ୍ତ୍ର
ଧନ୍ଯ ତାଙ୍କ ବୁଦ୍ଧିଆ ସରକାରଏଠି ଉତ୍ପାଦକ ପାଏ ଭତ୍ତା, ମାସକୁ 500
ଅଣ ଉତ୍ପାଦକର ସେଇଟା ପେନସନ୍, ମାସକୁ 50,000
ଉତ୍ପାଦକ କୃଷକ, ଶ୍ରମିକ – 9 ବର୍ଷରୁ 90 ବର୍ଷ ପର୍ଯ୍ୟନ୍ତ ଖଟେ, ଉତ୍ପାଦନ କରେ, ନିଜକୁ ଖୁଆଏ, ସାରା ସଂସାରକୁ ଖୁଆଏ, ତାର ପେନସନ୍ ନାହିଁ
ଅଣ ଉତ୍ପାଦକ ନିର୍ମୁଳି ଲଟା, ପିସି ଶୋଷକ – 30 ବର୍ଷ ଯାଏ ବାପର ଖାଆନ୍ତି, 30 ରୁ 60 ବର୍ଷ କଣ ଗୋଟେ ସେବା କରି ସରକାଠୁ ଖାଆନ୍ତି, ଲୋକଙ୍କଠୁ ପିସି ବି ଚରନନ୍ତି, ଏଇ ଗୁଡା କୁଆଡେ ଦେଶକୁ ମୁଣ୍ଡାନ୍ତି, 60 ପୁରିଲେ ସହରରେ ଏସି ରେ ଶୋଇ ପେନସନ ନେବେ ମାସକୁ 50 ହଜାର, ଲକ୍ଷେ, ଦେଢ ଲକ୍ଷ,
ନଦେଲେ ପୁଣି ଆନ୍ଦୋଳନ ବି କରନ୍ତି ଏ ନିର୍ଲଜ୍ଜ ଦଳ
ହେଲେ ଉତ୍ପାଦକ ବର୍ଗକୁ 60 ପୁରିଲେ ତାର ତା ପୁଅ ଝିଅ ଭରସା , ସେ ଅଣ ଉତ୍ପାଦକ ନିର୍ମୁଳିମାନେ ସତେ ଯେମିତି ପୁଅ ଝିଅ ଜନମ କରି ନଥାନ୍ତି, ତେଣୁ ତାଙ୍କୁ ମାସକୁ 50 ହଜାର ପେନସନ ଦବ ସରକାର, ତାହା ପୁଣି ଏଇ ଉତ୍ପାଦକ ବର୍ଗର GST ପଇସାରୁ ନହେଲେ ଆଦିବାସୀର ବକ୍ସାଇଟ୍ ପାହାଡ, ଲୁହାପଥର ପାହାଡକୁ ବିକି, ତାକୁ ପବ୍ଲିକ୍ ପ୍ରପର୍ଟି କହି
ଉତ୍ପାଦକ ପାଇବ ଭତ୍ତା ମାସକୁ 500
ତାହା ପୁଣି ବୋଧେ ଏଇ ମାତ୍ର ଦଶ ପନ୍ଦର ବର୍ଷର ବ୍ଯବସ୍ଥା ,
1994 ପରେ, 1994 ରେ କେହି ଜଣେ କୌଣସି ଗୋଟେ ମାଗାଜିନ୍ ଓ ଖବରକାଗଜରେ ଲେଖିଥିଲେ –
” ଦିନ ମଜୁରିଆଙ୍କ ପାଇଁ ପେନସନ ଯୋଜନା ଅସମ୍ଭବ କି ? ”
A PENSION SCHEME FOR DAILY LABOURERS : IS IT IMPOSSIBLE ?
ଏଇ ଲେଖାଟିକୁ ପଢିଲା ପରେ ବୋଧେ, ସରକାରଙ୍କ ପ୍ରସବ ବେଦନା ବଢିଲା କି କଣ, ନାନାଦି ସୋସିଆଲ ସିକୁରିଟି ଚିନ୍ତା ଓ ସ୍କିମ୍ ର ଜନମ ହେଉଛି ତ ! ହା ହା ହା
ଧନ୍ଯରେ ଗଣତନ୍ତ୍ରର ଅତି ବୁଦ୍ଧିଆ ମହାନ ତନ୍ତ୍ରୀ ଦଳ
ହେ ସରକାର,
ଯାହାକୁ 60 ବର୍ଷ ପୁରିଲା ତାକୁ ମାସକୁ 2,000 ପେନସନ୍ ଦିଅ, ଚାଷୀଙ୍କୁ, ମୂଲିଆଙ୍କୁ, ସମସ୍ତଙ୍କୁ ସବୁ ଲୋକଙ୍କୁ
ନହେଲେ ନିଜ ପେନସନ ଛାଡ, ନିଜ ଚଉକି ବି ଛାଡ
ସମସ୍ତଙ୍କୁ ନୁଆଖାଇ ଜୁହାର
Laxmidhar Nayak
My Facebook Post:23rd September 2023