ଯଦି ଗୋଟେ ଶିକ୍ଷିତ ଯୁବା ସମାଜ ସମସ୍ଯା ନପଢି ଭେଳିକିରେ ମାତେ, ତାହେଲେ ସର୍ବନାଶ ହିଁ ସବା ଶେଷ ସତ

Share it

ସମ୍ବିଧାନ ଭାଗ ଦେଲା ।
ସିଂହ ପରି ଭାଗ ନନେଇ ଦଳୀୟ କୁତ୍ତା ହୋଇ ଭୁକିବା ଲୋକଗୁଡାଙ୍କୁ ଜାତିରୁ ବାସନ୍ଦ ନକରାଗଲେ ଏହା ଉଭୟ ସମ୍ବିଧାନ ଓ ବାବା ସାହେବଙ୍କ ପ୍ରତି ଅନ୍ଯାୟ ଓ ଅପମାନ ମଧ୍ଯ ।

ଜାତି, ଭାଇ ହିସାବରେ 147 ଆସନରୁ 54 ଆସନ ଭାଗ ନେବ, ତା ପରେ ବି କୁତ୍ତାଙ୍କ ପରି ଦଳୀୟ ଚେନ୍ ରେ ବନ୍ଧା ହେବ, ସେମିତି କେମିତି ହେବ ?

ଜାତିର ହୁଅ ନହେଲେ ଦଳର ହୁଅ ।

ଜାତିର ହୁଅ ସାମ୍ବିଧାନିକ ସଂରକ୍ଷଣର ଭାଗ ନିଅ , ନହେଲେ ଦଳର ହୁଅ, ବିନା ସଂରକ୍ଷଣରେ ଅନ୍ତରାଷ୍ଟ୍ରୀୟ ନେତା ହୁଅ। କିନ୍ତୁ ଏ ଦୋମୁହାଁ ନୀତି ଚଳିବନି। ଆମେ ସସମ୍ମାନେ ତୁମକୁ ଭାଇ ଭାଗ ଦେବୁ, ତମେ ସେ ଭାଗ ଧନ ଗଣ୍ଠୁଲିକୁ ଘରେ ଥୋଇଦେଇ ଯାଇ କୋଉ ଗୋଟେ ଦଳର ଅଇଁଠା ପତର ଚାଟିବ ? ସେମିତି କେମିତି ହେବ ?

ଦଳୀୟ ଚେନ୍ ଛିଡାଅ, ସ୍ବାଧୀନ ହୁଅ, ସମ୍ବିଧାନର ହୁଅ, ନିଜର ହକ୍ ଭାଗ ନିଅ; ନହେଲେ ଭାଗ ଛାଡ , କୋଉ ଦଳର ଗୋଲାମ ହବ କି ମାଲିକ ହବ, ସେଇଟା ତୁମ ଇଚ୍ଛା; ବାବୁ ଜାତି ଛାଡ , ସେଆଡେ ଯାଅ ।

ସିଧା କଥା, ରାଜନୀତିରେ ସଂରକ୍ଷଣ ନେବ ତ ସ୍ବାଧୀନ ପ୍ରାର୍ଥୀ ହୁଅ । ନହେଲେ ଜାତି ଆଧାରିତ ସଂରକ୍ଷଣ ଭାଗ ଛାଡ, ତାପରେ ତମେ ତେଣିକି ଦଳୀୟ ନେତା ହୁଅ କି କାହାର ଦଳୀୟ ବୋକଚା ବୁହ , ସେଥିରେ କାହାର କିଛି କହିବାର ନାହିଁ, ନା ପବ୍ଲିକ୍ ର ନା ବାବା ସାହେବଙ୍କର ନା ସମ୍ବିଧାନର।

ଆଦିବାସୀ ମୁଖ୍ଯମନ୍ତ୍ରୀ ହେବ, ଏକଥା କାହାର ସହଜେ ହଜମ ହେବ କି ? ହେଉନି । ସେଥିପାଇଁ ନାନାଦି ଫନ୍ଦି ଫିକର କରି ନାନା ସମସ୍ଯାର ମଞ୍ଜି ପୋତି ଚାଲିବା କଥା, ଏବେ ରେଭେନ୍ସା, ଆଗକୁ ଦାରା ସିଂ ଏପିସୋଡ୍ ବି ଚାଲିବ, ସ୍କ୍ରିପ୍ଟ ଲେଖା ସରିଗଲାଣି, କେବଳ ମେନ୍ ଆକ୍ଟର ସିଲେକ୍ସନ ଟା ବାକି ଅଛି,

ମୁଖ୍ଯମନ୍ତ୍ରୀ ଓ ତାଙ୍କ ସ୍ବାଧୀନଚେତା ତଥା ଅପେକ୍ଷାକୃତ ସରଳ ସ୍ବଭାବର ମନ୍ତ୍ରୀମାନଙ୍କୁ ସୁରୁଖୁରୁରେ କାମ କରେଇ ନଦେବାକୁ ସିଆଡୁ ଦିଲ୍ଲୀରୁ ମୁଖ୍ଯ ପୁଲିସି, ମୁଖ୍ଯ ସଚିବ ପଠେଇବା, ସେ ବିଚାରା ଭଦ୍ରଲୋକକୁ ମୁଖ୍ଯ ସଚିବ ଆସନରେ ବସେଇ ତା ପଛରେ ନି-କୁଞ୍ଜ କୀଳକ ଖଞ୍ଜି ତା ଫାଇଲକୁ ଚପେଇ ରଖିବା, ଏକା ବାଣକେ ନିକୁଞ୍ଜ-ଆହୁଜା ଉଭୟଙ୍କୁ ପାନେ ସାଧିବା,

ସିଧା କହିଲେ ଏସବୁ ଏମିତି ନାନାଦି କୀଳା ଖଞ୍ଜା ବ୍ଯବସ୍ଥା କେବଳ ସେ ମୁଖ୍ଯମନ୍ତ୍ରୀଙ୍କୁ ସେଠାରୁ ହଟେଇବା ପାଇଁ, ଏଇଟା ହିଁ ସବା ଶେଷ ସତ କଥା ।

କିନ୍ତୁ ସବା ଶେଷ ସତକଥା ତାହା ନୁହଁ, ସବା ଶେଷ ସତ କଥା ଟି ମୁଁ କହୁଛି ଶୁଣ , ତୁମେ ଯଦି ଏପରି ହୀନ ବୁଦ୍ଧି ହରକତ ନ ଛାଡିବ, ତାହେଲେ ସବା ଶେଷ ସତ କଥାଟି ହେଲା, କେବଳ ତମ ସେ ହୀନମନା କ୍ଷମତା ଲୋଭ ହରକତ ପାଇଁ ଆମେ କାଳକାଳକୁ ଓଡିଶାରେ ଜଣେ ଆଦିବାସୀଙ୍କୁ ହିଁ ଆମର ମୁଖ୍ଯମନ୍ତ୍ରୀ କରିବୁ ।
ତମେ କେତେ ନାଚକୁଦ କରିବ କରୁଥା କେତେ ରେଭେନସା କେତେ ଦାରା ସିଂ ଯେତେ ନାଟକ ଲେଖୁଛ ଲେଖୁଥାଅ ।

ବାବୁ କେହି ଜଣେ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗ ଆଡେ ଯାଅ, ନହେଲେ ତାଙ୍କ ଓବସାଇଟ ଟି ଖୋଲିକି ଦେଖି ମୋତେ କୁହ କି ଆଜି ଦିନରେ କୋରାପୁଟର କୋଉ ପାହାଡର ଇଞ୍ଚେ ଜାଗା କି ଖଣ୍ଡେ ପଥରର ମାଲିକାନା କୋଉ ଆଦିବାସୀ ହାତରେ ଅଛି କି ?

ଆଜିକା ଶିକ୍ଷିତ ଯୁବସମାଜ କେବଳ ଥରେ ସେ ପାହାଡ ପର୍ବତ ମାଟି ପଥରର ମାଲିକାନା ଚିଠାଟା ପଢି ଦିଅନ୍ତୁ, ତାପରେ ସେମାନଙ୍କ ମଧ୍ଯରୁ ଯଦି ଅଧେ ପାଗଳ ନହେଇଯିବେ ମତେ କହିବ ।

https://odishaminerals.gov.in/MIS/LesseeReportDetails/LeaseeStatusReport?/i7LcAfXSgJBPexI7C1rBwE48Jz1X8dxYIH4KIudGE4=

ଯଦି ଗୋଟେ ଶିକ୍ଷିତ ଯୁବା ସମାଜ ସମସ୍ଯା ନପଢି ଭେଳିକିରେ ମାତେ, ତାହେଲେ ସର୍ବନାଶ ହିଁ ସବା ଶେଷ ସତ ।


Share it

Leave a comment

Your email address will not be published. Required fields are marked *

Verified by MonsterInsights