ନବୀନ ଶାସନରେ
କୋଣାର୍କ ଟିଭି ବୁଡିଲା
ଅଏଲ୍ ଓଡିଶା ବୁଡିଲା
ଇପିଟ୍ରନ୍ ଟାଇମସ୍ ବୁଡିଲା
କୋଣାର୍କ ଝୋଟକଳ ବୁଡିଲା
ଓଟିଏମ୍ ବୁଡିଲା
କଳିଂଗ ଟ୍ଯୁବସ୍ ବୁଡିଲା
ଟିପିଏମ୍ ବୁଡିଲା
ବାରଂଗ କାଚ କାରଖାନା ବୁଡିଲା
ଇଷ୍ଟ କୋଷ୍ଟ ଫର୍ଟିଲାଇଜର ବୁଡିଲା
ନୟାଗଡ ଚିନି କାରଖାନା ବୁଡିଲା
ବଡମ୍ୱା ଚିନି କାରଖାନା ବୁଡିଲା
ବରଗଡ ଚିନି କାରଖାନା ବୁଡିଲା
ଆସ୍କା ଚିନି କାରଖାନା ବୁଡିଲା
ଏସ୍ ଏନ୍ କର୍ପୋରେସନ୍ ବୁଡିଲା
ଜେ କେ ସିନ୍ଥେଟିକ୍ସ ବୁଡିଲା
ବିଲାତି ଓଡିଶା ବୁଡିଲା
ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା
ପାର୍ବତୀ ପାୱାରଲୁମ୍, ଜଗତସିଂହପୁର ବୁଡିଲା
ବଳଦେବଜୀଉ ପାୱାରଲୁମ୍,କେଂଦ୍ରାପଡା ବୁଡିଲା
ମା ବାଉତୀ ପାୱାରଲୁମ୍, ଆଠଗଡ ବୁଡିଲା
ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି ବୁଡିଲା
ମଧୁନଗର ପାୱାରଲୁମ୍, କଟକ ବୁଡିଲା
ଛତିଆ ୱେଭିଂ ମିଲ୍, ଯାଜପୁର ବୁଡିଲା
ବରୁଣେଇ ପାୱାରଲୁମ୍, ଖୋର୍ଧା ବୁଡିଲା
ବ୍ରହ୍ମପୁର ପାୱାରଲୁମ୍, ଗଂଜାମ ବୁଡିଲା
ରାମନଗର ପାୱାରଲୁମ୍, ବରଗଡ ବୁଡିଲା
ବାରିପଦା ପାୱାରଲୁମ୍, ମୟୁରଭଂଜ ବୁଡିଲା
ମହାଲକ୍ଷ୍ମୀ ପାୱାରଲୁମ୍, ସୁନ୍ଦରଗଡ ବୁଡିଲା
ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା
ଲେଖିଲେ ଗୋଟାଏ ବହି ହେବ
ଓଡିଶା ବିକାଶପାଇଁ ସରକାରଂକ ହାତରେ ଆମେ ବର୍ଷକୁ ଦେଉଛୁ ଦେଢଲକ୍ଷ କୋଟି ,
କ’ଣ ଗୁଜୁରାଟ, କେରଳ,ହାଇଦରାବାଦ, ହରିଆନା, ଛତିଶଗଡ ଯାଇ ଦାଦନ ଖଟିବାକୁ ?
ଏ ପଇସା ସବୁଲୋକ ଦେଉଛନ୍ତି, ଗୋଟାଏ ଭ୍ରମ ଧାରଣା ଅଛି ଯେ, କେବଳ ଧନୀ ଲୋକ ସରକାରଂକୁ ଟିକସ ଦିଅନ୍ତି, ତାହା ଭୁଲ୍ କଥା, ଦିନକୁ ୩୦୦ ଟଂକା ରୋଜଗାର ଓ ଖର୍ଚ କରୁଥିବା ମୂଲିଆ ବି ହାରାହାରି ୧୮% GST ହିସାବରେ ଦିନକୁ ସରକାରୀ ଟ୍ରେଜେରୀକୁ ୫୪ ଟଂକା ଦିଏ ।
ସେଥିରୁ ୨୭ ଟଙ୍କା ଯାଏ ମାନ୍ଯବର ନବୀନଙ୍କ ଟ୍ରେଜେରୀକୁ, ୨୭ ଟଙ୍କା ଯାଏ ମହାମାନ୍ଯ ମୋଦିଙ୍କ ଟ୍ରେଜେରୀକୁ ।
ଜଣେ ରାଷ୍ ଟ୍ର ନୀତିଜ୍ଞ ତାର ରାଜ୍ଯକୁ ସମ୍ପନ୍ନ କରିବାକୁ ଯୋଜନା କରେ, ତାର ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରେ, କେବଳ ଭେଜାଶୂନ୍ଯ ସରକାର ଯୋଜନା କରେ ଭିକ ଦେଇ ଭୋଟ୍ ନେବାକୁ ।
ଟଂକା ତ ଲୋକଂକର,
ନବୀନ ଦେଲେ କ’ଣ ?
ମୋଦୀ ଦେଲେ କ’ଣ ?
କଂଗ୍ରେସ ଦେଲା କଣ ?
କେଉଁଠୁ ଆଣିକି ଦେଲେ ?
ବାବୁ ଆମେ ସାଧାରଣ ଲୋକ, ତୁମକୁ ବୁଦ୍ଧିଆ ଭାବି ବିଧାନ ସଭାକୁ ପଠେଇଛୁ,
ବର୍ଷକୁ ଦେଢ ଲକ୍ଷ କୋଟି ଟଂକା ବି ତୁମ ହାତରେ ଦେଉଛୁ,
ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରିବା ପାଇଁ,
ଆମକୁ ବିପିଏଲ୍ କରି କେରଳ, ମହାରାଷ୍ ଟ୍ର, ସୁରଟ, ହାଇଦରାବାଦ, ହରିଆନାକୁ ଦାଦନ ଖଟିବାକୁ ପଠାଇବାକୁ ନୁହେଁ ।
ଯଦି ଗୋଟାଏ ରାଜ୍ଯରେ
ଜେଜେ ବିପିଏଲ୍
ବାପା ବିପିଏଲ୍
ନାତି ବିପିଏଲ୍ ହେବ
ସେ ରାଜ୍ଯରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ?
ସେଠି ତ ରାଷଟ୍ରପତି ଶାସନ ଜାରି କରିଦେବା କଥା କି କ’ଣ
( – ଲକ୍ଷ୍ମୀଧର ନାୟକ, 30.08.2018 )
ଭଲ ଲେଖାଟିଏ ତ !
2018 ରେ ଲେଖିଥିଲି । ଆଜି ପୁଣି ନଜରରେ ପଡିଲା । ଆଉ ଥରେ ପଢିଲି ।
ସେତେବେଳେ ତ ଏ ସରକାରକୁ ଉପଦେଶ ଦେବାକୁ ଏହା ଲେଖିଥିଲି
କିନ୍ତୁ ଆଜି କହୁଛି, ଯେଉଁ ଦଳ ଆମ ଓଡିଶାରୁ ବନ୍ଦ୍ ହୋଇଯାଇଥିବା ଏ ସବୁ ଶିଳ୍ପ ମାନଙ୍କୁ ପୁନଃକାର୍ଯ୍ଯକ୍ଷମ କରାଇବାର ଦୃଢ ପ୍ରତିଶ୍ରୁତି ଦେବ, ଏଥର ଆମେ ସେହି ଦଳକୁ ଭୋଟ୍ ଦେବୁ – ଏପରି ନିଷ୍ପତ୍ତିଟିଏ କରନ୍ତୁ ଓଡିଶାର ମତଦାତାମାନେ, ଦେଖିବେ ଏମାନେ ପୁରା ବାଟକୁ ଆସିଯିବେ
ଆମଠାରୁ ଏମାନେ ବର୍ଷକୁ ହାରାହାରି ଦୁଇ ଲକ୍ଷ ଟଙ୍କାର ଟିକସ ନେଲା ପରେ ଏବଂ ଏହା ବାଦ୍ ରାଜ୍ଯ ଲୋକଙ୍କର ଆର୍ଥିକ ବିକାଶ କରିବା ପାଇଁ ଆମ ମୁଣ୍ଡରେ ହଜାର ହଜାର କୋଟି ଟଙ୍କାର ଋଣ ବୋଝ ଲଦିବା ପରେ ଆମ ପିଲାଏ ସୁରଟ, କେରଳ , ବାଙ୍ଗାଲୋର, ତାମିଲନାଡୁ, ରାୟପୁରକୁ ମୂଲ ଲାଗିବାକୁ ଯିବେ କଣ ପାଇଁ ?
ଯଦି ଏ ଆଇ ଏ.ଏସ ଙ୍କ ମୁଣ୍ଡରେ ଏପରି ଶିଳ୍ପ ବସାଇବା ପରି ଛୋଟିଆ ବୁଦ୍ଧିଟିଏ ବି ନାହିଁ ତାହେଲେ ଏ ଶାଲା ଆମର ଜଇଁ ପୁଅ ଭିଣେଇ ଭାଇ ଆଉ ଓଡିଶାର ଜଇଁ କୁଣିଆ ହେଇ ଆମ ଟିକସ ପଇସାରୁ ମାସକୁ 3 ଲକ୍ଷ ଦରମା ଓ ପୁଣି ହେଲିକପ୍ଟରରେ ବୁଲିବାକୁ 300 କୋଟି ବରବାଦ କରିବେ କଣ ପାଇଁ ??
ଆମର ଗୋଟେ ଭୁଲ ଧାରଣା ରହି ଯାଇଛି ଯେ ଆମେ ଗୋଟେ ଦଳକୁ ସମର୍ଥନ କରି ଆସୁଛୁ ମାନେ ସେ ଦଳ ଠିକ୍ କାମ କରୁ କି ଭୁଲ୍ କାମ କରୁ ଆମେ ସେହି ଦଳକୁ ହିଁ ସମର୍ଥନ କରିବୁ, ଦଳ ବଦଳେଇବା ବୋରଝାଞ୍ଜି ମାନଙ୍କ କାମ ।
ଏହା ଏକ ଭୁଲ୍ ଧାରଣା । ଏହା ଏକ ନିର୍ବୋଧ ମାନସିକତା ।
ଏହା ଗଣତନ୍ତ୍ର ପ୍ରତି ଅପମାନ ।
ଗଣତନ୍ତ୍ର ବ୍ଯବସ୍ଥା କହେ , ସାଧାରଣ ଲୋକେ ହେଉଛନ୍ତି ଗଣତନ୍ତ୍ରର ମାଲିକ, ଅଫିସର ନେତା ମନ୍ତ୍ରୀ ଏମାନଙ୍କ ଦରମା ନିଆ ଚାକର ଓ ସେବକ ।
ଚାକର ବା ସେବକ ଯଦି ଠିକ୍ ଠିକ୍ ଉପଯୁକ୍ତ କାମ ନକଲା ତାହେଲେ ସେ ଚାକରଙ୍କୁ ବଦଳେଇ ଦେବା ମାଲିକର ଦାୟିତ୍ବ ଓ କର୍ତ୍ତବ୍ଯ ଅଟେ।
ଲୁଟେରା ଚୋର ଠକ ଡକାୟତ ପ୍ରବୃତ୍ତିର ଚାକର ମାନଙ୍କୁ ବଦଳାଇ ଦେବା ଗଣତନ୍ତ୍ର ପ୍ରତି ସମ୍ମାନ ହିଁ ଅଟେ ।
ହେଲେ ଯେଉଁ ଗଣତନ୍ତ୍ରରେ ମତଦାତା ନିଜକୁ ଗଣତନ୍ତ୍ରର ମାଲିକ ନଭାବି ନିଜକୁ ଦଳୀୟ ପୋଷା କୁତ୍ତା ଭାବି ମାଇକ ଲଗେଇ ଭୋ ଭୋ ଭୋ ଭୋ ଜିନ୍ଦାବାଦ ଜିନ୍ଦାବାଦ ଭୁକେ,
ସେ ଗଣତନ୍ତ୍ରରେ ସାଧାରଣ ଲୋକଟିକୁ ତାର ନ୍ଯାଯ୍ଯ ଅଧିକାର ଅଥବା ଭାଗ ହିସାବରେ ନିଃଶୁଳ୍କ ଶିକ୍ଷା, ନିଃଶୁଳ୍କ ସ୍ବାସ୍ଥ୍ଯ ସେବା, ଖାଦ୍ଯ ଓ ପୁଷ୍ଟି ନିରାପତ୍ତା ପାଇଁ ଗରିବ ଜନସାଧାରଣଙ୍କୁ ଦେୟହୀନ ଚାଉଳ, ଛତୁଆ ଇତ୍ଯାଦି ବିତରଣକୁ ଗୋଟେ ସରକାର ଆମେ ଲୋକଙ୍କୁ ଏ ସବୁ ଦାନ ଦେଉଛୁ ବୋଲି କହିବାର ସାହସ ଯୁଟାଇ ପାରେ
ସବୁଠୁ ବିଡମ୍ବନାର ବିଷୟ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନ୍ଯାୟମୂର୍ତ୍ତୀ ମାନେ ଅନେକ ସମୟରେ ବାହାବା ନେବା ପାଇଁ ହଜାରେ ଅଯଥା କଥାରେ ବହୁ ଚମକପ୍ରଦ ରାୟ ମାନ ଦେଉଥିବାବେଳେ ଗତ 77 ବର୍ଷର ସ୍ବାଧୀନତା ଭିତରେ କୌଣସି ଗୋଟିଏ ଦିନ ସ୍ବତନ୍ତ୍ର ଓ ସ୍ପଷ୍ଟ ଭାବେ କେବେ ଥରେ ବି ଏପରି ଗୋଟେ ରାୟ ଦେବାର ସାହସ ସଞ୍ଚୟ କରି ପାରିଲେନି ଯେ –
“କୌଣସି ନେତା, କୌଣସି ସରକାର କୌଣସି ପରିସ୍ଥିତିରେ ନିଜକୁ ଦାତା ବୋଲି କହି ପାରିବେନି, କାରଣ ଟଙ୍କା ହେଉଛି ସାଧାରଣ ଲୋକଙ୍କର,
ସରକାର କେବଳ ଏହାର ପରିଚାଳକ, କୌଣସି ଦରମା ନିଆ ମ୍ଯାନେଜର ବା ପରିଚାଳକ ନିଜକୁ ମାଲିକ ଅଥବା ଦାତା କହିବା ଏକ ମିଥ୍ଯା ପ୍ରଳାପ ଏବଂ ଗୋଟେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମର୍ଯ୍ଯାଦାର ଘୋର ଉଲ୍ଲଂଘନ ” ।
ଦେଶର ମାନ୍ଯବର ସର୍ବୋଚ୍ଚ ନ୍ଯାୟଜ୍ଞାନୀଙ୍କ କଲମରୁ ଏଇ ପଦକ ସାହସିକପୁର୍ଣ୍ଣ ଯୁଗାନ୍ତକାରୀ ରାୟ ଟିଏ ଶୁଣିବାକୁ ଭାରତୀୟ ଗଣତନ୍ତ୍ରକୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ?
ଆଉ କେତେ ବର୍ଷ ଗଲା ପରେ ଭାରତୀୟ ମତଦାତା ବୁଝିବ ଯେ ସେ ଦଳୀୟ କର୍ମୀ ନୁହେଁ, ସେ ଗଣତନ୍ତ୍ରର ମାଲିକ, ଏବଂ ବିନା ଦ୍ୱିଧାରେ ଗୋଟାଏ କୁକର୍ମା ଅକର୍ମା ଦଳୀୟ ସରକାରକୁ ମତ ପରିବର୍ତ୍ତନ ମାଧ୍ଯମରେ କ୍ଷମତାଚ୍ୟୁତ କରିବା ଏକ ସମ୍ମାନନୀୟ କାର୍ଯ୍ଯ ଏବଂ ତାର ପରମ କର୍ତ୍ତବ୍ଯ ବୋଲି ?
– ଲକ୍ଷ୍ମୀଧର ନାୟକ
( My Facebook Post: 01.09.2023 )