ଯଦି କହିବ କାମ କରିବନି କି ଦେଖା ବି ଦେବନି ତାହେଲେ ଆମେ ଆଉ କଣ କରି ପାରିବା ଭାବିବାକୁ ପଡିବ

Share it

Mo Lekha
My Facebook Post: 24th August 2021

ରାଗ ଚିଡୁଥିଲେ ବି ବିଶ୍ୱାସ କରୁଛି ଏ କଥାକୁ, ଓ
ଅନ୍ତରରୁ ଧନ୍ୟବାଦ ଦେଉଛି ନବୀନ ସରକାରଙ୍କୁ ….

ମୁଁ ଗୋଟାଏ ସୁଦୁ ମୁହଁରେ କହି କାମ ବରାଦ କରିବା ଲୋକ, ତାହା ପୁଣି ଥରେ । ସେଇ ପଦ ପଦକରେ ଯେତେ ହେଇଚି ମିଶେଇଲେ 200 କୋଟିରୁ ଢେର୍ ଟପିବ । ସେଥିପାଇଁ ବହୁତ ବହୁତ ବହୁତ ଧନ୍ୟବାଦ ନବୀନ ସରକାରଙ୍କ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ।

ଏବେ ପାଣ୍ଡିଆନ ସାର୍ ଙ୍କ ବହୁ ବ୍ୟସ୍ତତା ଓ ତାଙ୍କ ସହ ଭେଟ ଘାଟ ପାଇଁ ଆମର ଯୋଗ୍ୟତା ନଥିବା କଥାର ସତ୍ୟତାକୁ ସ୍ୱୀକାର କରି,
ସରକାରଙ୍କୁ ହାତ କାଟି ଲେଖି କରି ଅନୁରୋଧ କଲି ମୋ ଗାଁ ପାଖ ସୁଜନପୁର ହାଇସ୍କୁଲ ପାଖରୁ ଗୋଳକୁଣ୍ଡ ହାଇସ୍କୁଲ ପର୍ଯ୍ୟନ୍ତ 10 କିଲୋ ମିଟର ରାସ୍ତାକୁ ପିଡବ୍ଲୁଡିକୁ ହ୍ୟାଣ୍ଡ ଓଭର କରିଦେଇ ତାହାକୁ 40 ଫୁଟିଆ କରି ଦେବା ପାଇଁ ।

ଏଇ 10 କିଲୋମିଟର ରାସ୍ତାକୁ 5 ବର୍ଷ ହେଲା ପୁର୍ତ୍ତ ବିଭାଗକୁ ଟ୍ରାନସଫର୍ କରି ପାରୁ ନଥିବା ନବୀନ ସରକାରଙ୍କ ଯାଜପୁର କଲେକ୍ଟର ରାଠୋର୍ ବାବୁ , ପାଣି କୋଇଲି ପିଡବ୍ଲୁଡି ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅନୁପ ବାବୁ, ଯାଜପୁର ଆରଡି ଏକିଜିକ୍ୟୁଟିଭ୍ ଇଞ୍ଜିନିୟର ମହାରଣା/ବଳ ବାବୁ, ଜାରକା ଇରିଗେସନ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଦେବାଶୀଷ ବାବୁ ଏମିତି କୋଉ କୋଉ ବାବୁଙ୍କୁ ଜଣକେ କେତେଟା ଲେଖାଏ ଦଣ୍ଡବତ କରିବାକୁ ପଡିବ କୁହ ମୁଁ ନହେଲେ ଦି ପାଞ୍ଚ ଲୋକଙ୍କୁ କହିବି ତାଙ୍କେ ଦଣ୍ଡବତ କରିବାକୁ ଚେଷ୍ଟା କରିବେ ।

2016 ରୁ ଆଜି 2021 ହେଲା, 5 ବର୍ଷ ଭିତରେ ଯୋଉ ସରକାରର ଅଫିସର ମାନେ ମୋ ଗାଁ ର 10 କିଲୋମିଟର ରାସ୍ତା ସଜାଡି ପାରିଲେ ନାହିଁ, ତାଙ୍କ ଦ୍ୱାରା ପ୍ରଦତ୍ତ ଏ ବାହାବାଃ ପରିସଂଖ୍ୟାନକୁ ମୁଁ ବିଶ୍ୱାସ କରିବି କେଉଁ ସାହସରେ ?

ତଥାପି ବିଶ୍ୱାସ କରୁଛି ଓ ଧନ୍ୟବାଦ ଦେଉଛି, କଥାଟା ଯଦି ସତରେ ସତ ହୋଇଥାଏ ।

କାରଣ ଏଇ ସକକାରଙ୍କ ପ୍ରଶାସନ ତ ପୁଣି ଅତୀତରେ ଅନେକ ଚମତ୍କାର କାମ କରିଛନ୍ତି ମୋ ଅଞ୍ଚଳରେ ,
କୃତଘ୍ନ ହେବି କେଉଁ ବିବେକରେ ?

ତେଣୁ ରାଗ ଚିଡୁଥିଲେ ବି ବିଶ୍ୱାସ କରୁଛି ଏ କଥାକୁ, ଓ ଅନ୍ତରରୁ ଧନ୍ୟବାଦ ମଧ୍ୟ ଦେଉଛି ନବୀନ ସରକାରଙ୍କୁ ଏ କାମ ପାଇଁ ।

ହେ ପ୍ରଭୁ
କାମ କର
ନହେଲେ ଲୋକଙ୍କୁ ଦେଖା ଦିଅ
ତମର କଣ ଅସୁବିଧା କୁହ

ଯଦି କହିବ କାମ କରିବନି କି ଦେଖା ବି ଦେବନି
ତାହେଲେ ଆମେ ଆଉ କଣ କରି ପାରିବା

ଭାବିବାକୁ ପଡିବ

Laxmidhar Nayak
My Facebook Post: 24th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights