ଯୁଗ ସହସ୍ର ଯୋଜନ ପର ଭାନୁ

Share it

ଯୁଗ ସହସ୍ର ଯୋଜନ ପର ଭାନୁ l
ଲିଲ୍ୟୋ ତାହି ମଧୁରଫଲ ଜାନୁ ll

କିନ୍ତୁ ସବୁଠାରୁ ଚମତ୍କାରକଥା, ସନ୍ଥ ତୁଳସୀ ଏହି ପଂକ୍ତିରେ ପୃଥିବୀଠାରୁ ଗ୍ରହରାଜ ସୂର୍ଯ୍ୟଙ୍କ ଦୂରତା ଦର୍ଶାଇଛନ୍ତି ଯାହା ଆଧୁନିକ ବିଜ୍ଞାନ ସିଦ୍ଧ କରେ l ଏକଥା ଗବେଷଣା କରି ନସାର ବିଜ୍ଞାନୀ ମାନେ କହିଛନ୍ତି l ଆସନ୍ତୁ ଦେଖିବା ଏହା କିପରି l

ନାସାର ବୈଜ୍ଞାନିକ ମାନଙ୍କ କଥା ଅନୁଯାୟୀ :-
ଏକ ଯୁଗ= ୧୨୦୦୦ ବର୍ଷ
ଏକ ସହସ୍ର = ୧୦୦୦
ଏକ ଯୋଜନ = ୮ ମାଇଲ
ଯୁଗ×ସହସ୍ର×ଯୋଜନ =
୧୨୦୦୦×୧୦୦୦×୮ = ୯୬୦୦୦୦୦୦ ମାଇଲ
ଏକ ମାଇଲ = ୧.୬ କିଲୋ ମିଟର
୯୬୦୦୦୦୦୦ ମା = ୧୫୩୬୦୦୦୦୦୦ କି. ମି.
ଅର୍ଥାତ୍, ପୃଥିବୀ ଠାରୁ ସୂର୍ଯ୍ୟଙ୍କ ଦୂରତା –
୯୬୦୦୦୦୦୦ ମାଇଲ ବା ୧୫୩୬୦୦୦୦୦୦ କି.ମି. l ଏହାହିଁ ବିଜ୍ଞାନର ସିଦ୍ଧାନ୍ତ l

================
ଗୁଧ୍ରରାଜ ସମ୍ପାତ୍ତିଙ୍କ ଠାରୁ ସୀତାଙ୍କୁ ରାବଣ ହରଣ କରି ଲଙ୍କାକୁ ନେଇ ଯାଇଛି ସମ୍ବାଦ ପାଇ, ବାନର ମାନେ ସୁଗ୍ରୀବଙ୍କ ନିର୍ଦ୍ଦେଶରେ ଯାଇ ଦକ୍ଷିଣ ସମୁଦ୍ର ତଟରେ ପହଁଚିଲେ l ଶହେ ଯୋଜନ ବିସ୍ତୃତ ସେହି ସମୁଦ୍ରର ବିଶାଳ ଜଳରାଶିକୁ ଦେଖି ସଭିଏଁ ଚିନ୍ତିତ ହୋଇ ପଡ଼ିଲେ l ସମୁଦ୍ର ପାରହେଲେ ତ ଲଙ୍କାରେ ଯାଇ ପହଞ୍ଚି ହେବ l ବାନର ବୀର ମାନେ ସାଗର ଲଂଘନକରିବାର ନିଜନିଜର ସୀମିତ କ୍ଷମତା କହି ଏହା କିପରି ସମ୍ଭବ ହୋଇପାରିବ ବୋଲି ଆଶଙ୍କା ବ୍ୟକ୍ତ କଲେ l ଏହି ସମୟରେ ଜାମ୍ବବାନ କହିଲେ, ଏ କାର୍ଯ୍ୟ ନିଶ୍ଚୟ ହେବ l ଚିନ୍ତାର କୌଣସି କାରଣ ନାହିଁ l ସମସ୍ତେ ନିଶ୍ଚିନ୍ତ ରୁହ l ଆମ୍ଭମାନଙ୍କ ମଧ୍ୟରେ ଯିଏ ଏହା କରିବା ପାଇଁ ସମର୍ଥ ମୁଁ ତାଙ୍କୁ ପ୍ରବର୍ତ୍ତାଇ ଏ କାର୍ଯ୍ୟରେ ନିଯୁକ୍ତ କରୁଛି l

ଜାମ୍ବବାନ ଅଳ୍ପଦୂରରେ ଚୁପଚାପ୍ ହୋଇ ବସିଥିବା ହନୁମାନଙ୍କ ପାଖକୁ ଯାଇ କହିଲେ, ତୁମେ ନୀରବ ହୋଇ ବସିଛ କାହିଁକି, ତୁମେ ପରାକ୍ରମରେ ବାନର ରାଜ ସୁଗ୍ରୀବଙ୍କ ସହ ସମକକ୍ଷ l ଗରୁଡ଼ଙ୍କ ପକ୍ଷରେ ଯେତିକି ବଳଅଛି ତୁମ ବାହୁରେ ମଧ୍ୟ ସେତିକି ବଳ ଅଛି l ସଂସାରର ସବୁ ପ୍ରାଣୀଙ୍କ ମଧ୍ୟରେ ବଳ ବୁଦ୍ଧି ତେଜ ଓ ପରାକ୍ରମରେ ତୁମଠାରୁ ବଳି ଆଉ କେହି ନାହିଁ l ତୁମେ ଏ ଦୁସ୍ତର ସମୁଦ୍ର ଲଂଘନପାଇଁ ନିଜକୁ ପ୍ରସ୍ତୁତ କରୁ ନାହଁ କାହିଁକି?

ପୁଣି ତାଙ୍କୁ ଜାମ୍ବବାନ କହିଲେ, ତୁମର ମାତା ଜଣେ ସ୍ଵର୍ଗର ଅପସରୀ ଥିଲେ l ଶାପଗ୍ରସ୍ତ ହୋଇ ବାନରୀ ଅଞ୍ଜନା ଭାବେ ସେ ଜନ୍ମ ହେଲେ ଏବଂ କାଳକ୍ରମେ ତାଙ୍କ ଵିଵାହ ବାନରେନ୍ଦ୍ର କେଶରୀଙ୍କ ସହ ହେଲା l ଥରେ ଅତିସୁନ୍ଦରୀ ତୁମ ମାତା ଅଞ୍ଜନା ଏକ ପର୍ବତ ଶିଖରରେ ବସିଥିବା ବେଳେ ପବନ ତାଙ୍କ ରୂପରେ ଅତ୍ୟନ୍ତ ମୁଗ୍ଧ ହୋଇଗଲେ ଓ ତାଙ୍କ ବସ୍ତ୍ରକୁ ଧୀରେ ଧୀରେ ଆକର୍ଷି ନେଲେ l

ନଗ୍ନ ଯୌବନୀ ପତିବ୍ରତା ଅଞ୍ଜନାଙ୍କୁ ବାୟୁ ଆଲିଙ୍ଗନକରନ୍ତେ ସେ ତାଙ୍କୁ ଖୁବ୍ ଭର୍ତ୍ସନା କଲେ l ବାୟୁ କହିଲେ, ସୁଲକ୍ଷଣୀ ! ତୁମେ ରାଗ କରନାହିଁ l ତୁମ ଗର୍ଭରୁ ଏକ ମହା ତେଜସ୍ଵୀ ମହାବୀର ପୁତ୍ର ଜନ୍ମ ହେବ l ତୁମ ସେହି ପୁତ୍ର ବଳ ବେଗ, ତେଜ, ପରାକ୍ରମରେ ମୋ ସମକକ୍ଷ ହେବ l

ବାୟୁଙ୍କ କଥା ଅନୁସାରେ ତୁମେ ଜନ୍ମ ହେଲ l ଜନ୍ମ ହେବା କ୍ଷଣି ତୁମେ ଉଦିତ ସୂର୍ଯ୍ୟଙ୍କୁ ଏକ ପକ୍ବ ଫଳ ମନେକରି ତାଙ୍କୁ ଧରିବାପାଇଁ ଆକାଶରେ ତିନିଶହ ଯୋଜନ ଉପରକୁ ଉଠି ଗଲ l ଏହା ଅବଲୋକନ କରି ଦେବରାଜ ଇନ୍ଦ୍ର ତୁମ ଉପରକୁ ବଜ୍ର ନିକ୍ଷେପ କଲେ l ଫଳରେ ବାୟ କ୍ରୁଦ୍ଧହୋଇ ତାଙ୍କ ଚଳାଚଳ ବନ୍ଦ କରିଦେଲେ l ତିନି ଭୁବନରେ ହାହାକାର ପଡ଼ି ଗଲା l ତୁମକୁ ପୁନର୍ଜୀବିତ କରି ବ୍ରହ୍ମା ବରଦେଲେ ଯୁଦ୍ଧରେ କୌଣସି ଅସ୍ତ୍ର ଶସ୍ତ୍ରରେ ତୁମେ ହତ ହେବ ନାହିଁ l ଇନ୍ଦ୍ର ବର ଦେଲେ, ମୃତ୍ୟୁ ତୁମର ଇଚ୍ଛାଧୀନ ହେବ l ହେ ଆଞ୍ଜନେୟ ଉଠ ! ଶୀଘ୍ର ଏ ସାଗରକୁ ଲଂଘନକର l ସମସ୍ତ ବାନରସେନା ଉଦ୍ଗ୍ରୀବ ହୋଇ ତୁମର ବଳ ବିକ୍ରମକୁ ଚାହିଁ ରହିଛନ୍ତି l

ଜାମ୍ବବାନଙ୍କ କଥା ଶୁଣି ହନୁମାନ ଜାଗ୍ରତ ହେଲେ l ନିଜର କାୟା ବିସ୍ତାରକରି କହିଲେ, ମୁଁ ପବନ ପୁତ୍ର ହନୁମାନ l ଥରେ ନୁହେଁ, ମୁଁ ସହସ୍ର ବାର ଏହି ମହା ସାଗରକୁ ଲଂଘନ କରିପାରେ l ଏପରି କହି ମାରୁତି ମହେନ୍ଦ୍ର ପର୍ବତ ଉପରକୁ ଉଠିଗଲେ l ବ୍ରହ୍ମା, ସୁର୍ଯ୍ୟ, ଇନ୍ଦ୍ର ଓ ସମସ୍ତ ପ୍ରାଣୀଙ୍କୁ ପ୍ରଣାମ କଲେ l ପୁଣି ପୂର୍ବ ମୁଖ ହୋଇ ମାରୁତି, ପିତା ବାୟୁଙ୍କୁ ପ୍ରଣାମ କଲେ l ସେ ବାନରମାନଙ୍କୁ କହିଲେ, ରାମଙ୍କ ଧନୁରୁ ଉନ୍ମୁକ୍ତ ଶର ପରି ମୁଁ ଏବେ ରାବଣ ପୁରୀକୁ ଯାତ୍ରା କରୁଛି l ସେଠାରେ ଯଦି ମୁଁ ସୀତାଙ୍କୁ ନ ପାଏ, ତେବେ ଦ୍ରୁତ ବେଗରେ ମୁଁ ସ୍ୱର୍ଲୋକକୁ ଯାତ୍ରା କରିବି l ସେଠାରେ ତାଙ୍କୁ ନପାଇଲେ ମୁଁ ସମଗ୍ର ଲଙ୍କାକୁ ଉତ୍ପାଟନ କରି ରାବଣକୁ ବାନ୍ଧି ଘେନି ଆସିବି l

ଏପରି କହି ହନୁମାନ ମହେନ୍ଦ୍ରପର୍ବତ ଉପରୁ ଲମ୍ଫ ପ୍ରଦାନ କରି ଆକାଶରେ ଏକ ବିରାଟ ମେଘ ଖଣ୍ଡ ସଦୃଶ ବାୟୁ ବେଗରେ ଉଡ଼ି ଉଡ଼ି ଚାଲିଲେ l

ଏହାହିଁ ରାମାୟଣରେ ବର୍ଣ୍ଣିତ ଶ୍ରୀହନୁମାନଙ୍କ ଜନ୍ମ କାହାଣୀ l ଏବେ ଆସିବା ବାଳ ହନୁମାନଙ୍କ ସେହି ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବି ସୂର୍ଯ୍ୟ ମଣ୍ଡଳକୁ ଉଡ଼ି ଯିବା କଥାକୁ l

ହନୁମାନ ଜନ୍ମହୋଇ ମାତ୍ର କେଇଦିନର ପିଲା ହୋଇଥାନ୍ତି l ପିତା କେଶରୀ ବାନର ରାଜ ସୁଗ୍ରୀବଙ୍କ ଡାକରା ପାଇ ତାଙ୍କ ଦରବାରକୁ ଚାଲି ଯାଇଥାନ୍ତି l ଅଞ୍ଜନା ମଧ୍ୟ ଫଳମୂଳ ସଂଗ୍ରହ ପାଇଁ ବନକୁ ଚାଲି ଗଲେ l ଏପରି ସ୍ଥିତିରେ ବାୟୁ ଆସି ବାଳକ ହନୁଙ୍କ ଯତ୍ନନେଉଥିଲେ l ସେ ପବନରେ ଉଡ଼ାଇଆଣି ତାଙ୍କ ପାଖରେ ନାନା ରକମର ଫଳ ପୁଷ୍ପ ପକାଇ ଦିଅନ୍ତି l ସେଥିରେ ସେ ଖେଳୁ ଖେଳୁ ପୁଣି ମାଆ ଅଞ୍ଜନା ଫେରିଆସନ୍ତି l ଦିନକର କଥା ଘରେ ବାପା ମାଆ ନ ଥାନ୍ତି l ବାଳକ ହନୁମାନଙ୍କୁ ବାୟୁ ଖେଳାଉ ଖେଳାଉ ଅନେକ ଦୂରକୁ ଉଡ଼େଇ ନେଇଗଲେ l ମାଆ ଅଞ୍ଜନା ବନରୁ ଆସି ଦେଖନ୍ତି ତ ପୁଅ ଘରେନାହିଁ l ସେ ବିକଳହୋଇ ‘ହନୁ ହନୁ’ ଚିତ୍କାର କରିବାରୁ ବାୟୁ ପୁଣି ତାଙ୍କୁ ଆଣି ପହଞ୍ଚାଇ ଦେଲେ l ଏହିପରି ଦିନ ଗଡି ଚାଲି ଥାଏ l ବାନର ପିତା କେଶରୀ କିମ୍ବା ମାଆ ଅଞ୍ଜନା କେହି ବାୟୁଙ୍କ କଥା ଜାଣିପାରନ୍ତି ନାହିଁ l

ଦିନେ ବାଳକ ହନୁମାନ ବଡ଼ିସକାଳୁ ନିଦରୁ ଉଠି ପଡ଼ିଲେ l ସିଏ ତ ବହୁତ ଖାଆନ୍ତି l ଉଠିବା କ୍ଷଣି ତାଙ୍କୁ ଯୋରରେ ଭୋକ ହେଲା l କେହି ତ ଘରେ ନାହାଁନ୍ତି ତାଙ୍କୁ ଖାଇବାକୁ ଦେବ କିଏ l ଘର ସାରା ସେ ବୁଲିଆସିଲେ କେଉଁଠି ଗୋଟିଏ ହେଲେ ଫଳ ପାଇଲେ ନାହିଁ l ପ୍ରଭାତ ସମୟ, ପୂର୍ବ ଦିଗକୁ ସେ ଚାହିଁ ଦେଖିଲେ, ଗୋଟିଏ ଲାଲ ଟହ ଟହ ସୁନ୍ଦର ଫଳ l ଏମିତି ଉଦିତସୁର୍ଯ୍ୟଙ୍କୁ ସେ ଫକଭାବି ଘରୁ ବାହାରି ଗଲେ ଓ ଗୋଟିଏ ପାହାଡ଼ ଉପରେ ଚଢ଼ି ତାଙ୍କ ଆଡ଼କୁ ଲମ୍ଫ ପ୍ରଦାନକଲେ l ଏତିକି ବେଳେ ବାୟୁ ତାଙ୍କୁ ସାହାଯ୍ୟ କରିବାପାଇଁ ଏକ ବଡ଼ ଧକ୍କା ଦେବାରୁ ହନୁମାନ ଖୁବ ବେଗରେ ଉଦିତ ଭାନୁଙ୍କ ଆଡକୁ ଧାବିତ ହେଲେ l କିଏ ଜଣେ ମୋ ଆଡ଼କୁ ମାଡ଼ି ଆସୁଛି ଦେଖି ସୂର୍ଯ୍ୟ ଖୁବ୍ ଡରିଗଲେ l ବାୟୁ ସୂର୍ଯ୍ୟଙ୍କ ଅବସ୍ଥା ଦେଖି ବଡ଼ ଖୁସି l
ରକ୍ଷାକର ରକ୍ଷାକର ବୋଲି ସୂର୍ଯ୍ୟଙ୍କ ଚିତ୍କାର ଶୁଣି ସଙ୍ଗେସଙ୍ଗେ ଇନ୍ଦ୍ର ଐରାବତ ହାତୀରେ ବସି ଆସି ତାଙ୍କୁ ବାରଣ କଲେ l ଐରାବତ ହସ୍ତୀକୁ ଗୋଟିଏ ଖେଳନା ଭାବି ହନୁମାନ ତା ଶୁଣ୍ଢ ଓ ଦାନ୍ତକୁ ଶକ୍ତ କରି ଧରି ପକାଇଲେ l ଇନ୍ଦ୍ର ଆଉ ଉପାୟ ନପାଇ ହନୁମାନଙ୍କ ଉପରକୁ ବଜ୍ର ମାଡ଼ କଲେ l

ବଜ୍ରାଘାତରେ ତାଙ୍କ ହନୁ ହାଡ଼ ଭାଙ୍ଗିଗଲା ଓ ସେ ତଳକୁ ଖସିବାକୁ ଲାଗିଲେ l ତାଙ୍କୁ ଦେଖି ନେଲେ ବାୟୁ l ତାଙ୍କୁ ସେ କୋଳରେ ଧରି ନେଇ ଗୋଟିଏ ଗୁମ୍ଫା ଭିତରେ ପଶି ଗଲେ l ବାୟୁ ଚଳାଚଳ ବନ୍ଦ ହୋଇ ଯିବାରୁ, ସୃଷ୍ଟିରେ ହା ହା କାର ପଡ଼ି ଗଲା l କଅଣ ହେଲା କଅଣ ହେଲା ବୋଲି ସବୁ ଦେବତା ଆସି ବାୟୁଙ୍କ ନିକଟରେ ପହଂଚିଲେ l

ବାୟୁଙ୍କୁ ଦେବତାମାନେ ପଚାରିବାରୁ ସମସ୍ତ କଥା ଜଣା ପଡ଼ିଲା l ହନୁମାନ, ବାୟୁ ଦେବତାଙ୍କ ପୁତ୍ର ବୋଲି ସମସ୍ତ ଦେବତା ଜାଣି ଗଲେ l ଇନ୍ଦ୍ର ତାଙ୍କୁ ଚିରଞ୍ଜିବୀ ବର ଦେଲେ l ସୂର୍ଯ୍ୟ କହିଲେ, ଅମିତ ପରାକ୍ରମ ଶାଳୀ ହୁଅ l ଇନ୍ଦ୍ର କହିଲେ, ସିଏ ହେବ ଜ୍ଞାନ ଓ ଗୁଣର ସାଗର l ପୁଣି କିଏ କହିଲେ, ସେ ନିଜ ଇଚ୍ଛା ଅନୁସାରେ ନିଜର କାୟା ବିସ୍ତାର କରି ପାରିବ l ପୁତ୍ର ଏ ସବୁ ବର ପାଇଲା ପରେ, ବାୟୁ ଖୁବ୍ ଖୁସି ହୋଇ ଗଲେ ଓ ସେ ଗୁମ୍ଫାରୁ ବାହାରି ଆସିବାରୁ ସୃଷ୍ଟି ପୁଣି ଚକଚଞ୍ଚଳ ହୋଇ ଉଠିଲା l ହନୁମାନଙ୍କୁ ବାୟୁ ପୁନଃ ଏକ ଧକ୍କାଦେଇ ଘରକୁ ପଠାଇଦେଲେ l କୁଆଡ଼େ ଗଲା, କୁଆଡ଼େ ଗଲା, ହୋଇ ଖୋଜିବୁଲୁଥିବା ମାଆ ଅଞ୍ଜନା ପୁତ୍ର ହନୁକୁ ପାଇ ଖୁବ୍ ଆନନ୍ଦିତ ହେଲେ l

ଏହି ଆଖ୍ୟାନକୁ ଆଧାର କରି ସନ୍ଥ ତୁଳସୀ ଦାସ ହନୁମାନ ଚାଳିଶାରେ ଲେଖିଲେ :-
ଯୁଗ ସହସ୍ର ଯୋଜନ ପର ଭାନୁ l
ଲିଲ୍ୟୋ ତାହି ମଧୁରଫଲ ଜାନୁ ll

କିନ୍ତୁ ସବୁଠାରୁ ଚମତ୍କାରକଥା, ସନ୍ଥ ତୁଳସୀ ଏହି ପଂକ୍ତିରେ ପୃଥିବୀଠାରୁ ଗ୍ରହରାଜ ସୂର୍ଯ୍ୟଙ୍କ ଦୂରତା ଦର୍ଶାଇଛନ୍ତି ଯାହା ଆଧୁନିକ ବିଜ୍ଞାନ ସିଦ୍ଧ କରେ l ଏକଥା ଗବେଷଣା କରି ନସାର ବିଜ୍ଞାନୀ ମାନେ କହିଛନ୍ତି l ଆସନ୍ତୁ ଦେଖିବା ଏହା କିପରି l

ନାସାର ବୈଜ୍ଞାନିକ ମାନଙ୍କ କଥା ଅନୁଯାୟୀ :-
ଏକ ଯୁଗ= ୧୨୦୦୦ ବର୍ଷ
ଏକ ସହସ୍ର = ୧୦୦୦
ଏକ ଯୋଜନ = ୮ ମାଇଲ
ଯୁଗ×ସହସ୍ର×ଯୋଜନ =
୧୨୦୦୦×୧୦୦୦×୮ = ୯୬୦୦୦୦୦୦ ମାଇଲ
ଏକ ମାଇଲ = ୧.୬ କିଲୋ ମିଟର
୯୬୦୦୦୦୦୦ ମା = ୧୫୩୬୦୦୦୦୦୦ କି. ମି.
ଅର୍ଥାତ୍, ପୃଥିବୀ ଠାରୁ ସୂର୍ଯ୍ୟଙ୍କ ଦୂରତା –
୯୬୦୦୦୦୦୦ ମାଇଲ ବା ୧୫୩୬୦୦୦୦୦୦ କି.ମି. l ଏହାହିଁ ବିଜ୍ଞାନର ସିଦ୍ଧାନ୍ତ l

ଜୟ ବଜରଙ୍ଗବାଲୀ
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights