ଯେଉଁ ଯୁବ ଶକ୍ତି ଛୁଞ୍ଚି ଟିଏ ମଧ୍ଯ ତିଆରି କରି ପାରେନା, କେବଳ ଦଳୀୟ ବୁକୁଚା ବୋହି ପାରେ

Share it

Mo Lekha
1st September 2018

ଭାରତ ମହାନ୍

ଆମେରିକା ଲୋକ ସଂଖ୍ଯା – ୩୩ କୋଟି
ଋଷିଆର ଲୋକ ସଂଖ୍ଯା – ୧୪ କୋଟି
ଜାପାନର ଲୋକ ସଂଖ୍ଯା – ୧୩ କୋଟି
ଜର୍ମାନୀର ଲୋକ ସଂଖ୍ଯା – ୮ କୋଟି
ଇରାନର ଲୋକ ସଂଖ୍ଯା – ୮ କୋଟି
ଇଂଲାଣ୍ଡର ଲୋକ ସଂଖ୍ଯା – ୭ କୋଟି
ଫ୍ରାନ୍ସର ଲୋକ ସଂଖ୍ଯା – ୭ କୋଟି
ଇଟାଲୀର ଲୋକ ସଂଖ୍ଯା – ୬ କୋଟି
ଦକ୍ଷିଣ କୋରିଆର ଲୋକ ସଂଖ୍ଯା – ୫ କୋଟି
ଇରାକର ଲୋକ ସଂଖ୍ଯା – ୪ କୋଟି
କାନାଡାର ଲୋକ ସଂଖ୍ଯା – ୪ କୋଟି
ସାଉଦି ଆରବ ଲୋକ ସଂଖ୍ଯା – ୩ କୋଟି
ଅଷଟ୍ରେଲିଆର ଲୋକ ସଂଖ୍ଯା – ୨ କୋଟି

ମୋଟ – ୧୧୪ କୋଟି

କେବଳ ଭାରତର ଲୋକ ସଂଖ୍ଯା – ୧୩୫ କୋଟି

ଆମ ଯୁବ ଶକ୍ତି
ଛୁଂଚି ଟିଏ ମଧ୍ଯ ତିଆରି କରି ପାରେନା,
କେବଳ ଦଳୀୟ ବୁକୁଚା ବୋହି ପାରେ

ଯେଉଁ ଯୁବଶକ୍ତି
ସ୍ୱାଧୀନ ଭାବେ ଚିନ୍ତା ମଧ୍ଯ କରି ପାରେନା
ବିନା ଦଳୀୟ ଆଶ୍ରାରେ ସଳଖି ଛିଡା ମଧ୍ଯ ହୋଇ ପାରେନା
ଲୁଟି ଖାଇବା ବ୍ଯତୀତ ଖଟି ଖାଇବା କଥା ଭାବି ମଧ୍ଯ ପାରେନା
ବାଡିରେ ସଜନା ଡାଳ ଖଣ୍ଡେ ପୋତିବାରେ ଲାଜ, ନେତାଂକ ହାତଟେକା ୩୦୦ ଟଂକା ଓ ଗାଡି ପାଇଁ ୨ ଲିଟର ତେଲକୁ ଗର୍ବ ଓ ପାରିବାର ପଣିଆ ଭାବେ, ସେ ଦେଶକୁ ତ ବିଶ୍ୱ ଲୋକେ ମହାନ୍ କହିବେ ହିଁ କହିବେ ।

ଭାରତ ମହାନ୍

– ଲକ୍ଷ୍ମୀଧର ନାୟକ
My Facebook Post: 01.09.2018


Share it

Leave a comment

Your email address will not be published. Required fields are marked *

Verified by MonsterInsights