ମୁଁ GST ଦେଲେ ମୋ ହାକିମ ପୁଅ ଦରମା ନିଏ, ନିର୍ଲଜ ଓଲଟା ମତେ କହୁଚି କଣ ନା ମାଗଣା ଖିଆ । କି ଯୁଗ ହେଲା ରେ !

Share it

ତମେ ଯାହାକୁ ଜିଏସଟି କହୁଚ ସେଇଟା ଲୋକଙ୍କ ବିକାଶ ଅନୁଦାନ ବା Development Contribution ଆଜ୍ଞା । ଶହେ ଥର କହିଲିଣି ଟିକସ ଶବ୍ଦ ହଟାଅ । ତମେ କଣ ବ୍ରିଟିଶ୍ ସରକାର ଯେ ଆମକୁ ଟିକସ ଦବାକୁ କହିବ ? ତେଣୁ GST ନୁହେଁ କୁହ DC, ବିକାଶ ପାଇଁ ଲୋକଙ୍କ ଅନୁଦାନ ।

My Facebook Post: 4th August 2022
ମୁଁ GST ଦେଲେ ମୋ ହାକିମ ପୁଅ ଦରମା ନିଏ, ନିର୍ଲଜ ଓଲଟା ମତେ କହୁଚି କଣ ନା ମାଗଣା ଖିଆ । କି ଯୁଗ ହେଲା ରେ !

ଆଗରୁ ଗାଁ ପାଣ୍ଠି ଥିଲା । ସମସ୍ତେ ସେ ପାଣ୍ଠିକୁ ଗଉଣିଏ ଲେଖା ଧାନ ଦିଅନ୍ତି । ସବୁ ଧାନ କୋଠ ଘରେ ରୁହେ । କାହାର ଅଭାବ ଅସୁବିଧା ଦେହ ପା ବାହା ସାହା ଘର ପର୍ବ ପର୍ବାଣି ଖର୍ଚ୍ଚ ନିଅଣ୍ଟ ହେଲେ ଏଇ କୋଠ ଧନରୁ ଖର୍ଚ୍ଚ ହୁଏ । ପ୍ରତି ବର୍ଷ ପୁଣି ଭରଣା କରାଯାଏ। କିଛି ଲୋକଙ୍କୁ ଏ କୋଠ ଧନ ପରିଚାଳନା ଦାୟିତ୍ୱ ଦିଆଯାଇଥାଏ।

ଯିଏ କୋଠ ଧନ ପରିଚାଳନା ଦାୟିତ୍ୱରେ ରହିଲା ସିଏ କଣ କୋଠ ଧନ ମାଲିକ ?

ସେଇ ପରିକା କଥା । ଆମେ ସମସ୍ତେ GST ନାଁ ରେ ସରକାରୀ କୋଠରେ ପଇସା ଜମା କରି ଥାଆନ୍ତି । ସେ ପଇସାରୁ ବିଧାୟକ ଦରମା ନିଏ, ସାଂସଦ ଦରମା ନିଏ, ଆଇଏଏସ୍ ଦରମା ନିଏ, ଡାକ୍ତର ଦରମା ନିଏ, ଶିକ୍ଷକ ଦରମା ନିଏ, ଜଜ୍ ଦରମା ନିଏ, ପୁଲିସ ଦରମା ନିଏ, ସେଇ ପଇସାରୁ ସବୁ।

ଦଶ ଥର ପା ହିସାବ ଦେଲିଣି ।
ଜଣେ ସାାଧାରଣ ଲୋକ, ଦିନକୁ 500 ରୋଜଗାର 500 ଖର୍ଚ୍ଚ। 500 ର 18 ପରସେଣ୍ଟ GST ମାନେ ଦିନକୁ ସରକାରକୁ ଦାନ ଦିଏ 90 ଟଙ୍କା । ମାସକୁ 2,700 ଟଙ୍କା । ସ୍ୱାମୀ ସ୍ତ୍ରୀ ଦି ଜଣ ମୁଲିଆ ହେଲେ ମାସକୁ ଦିଅନ୍ତି 5,400 ଟଙ୍କା ।

ତମେ ସରକାର ତାକୁ କଣ ଦିଅ ଟିକେ ହିସାବ କୁହ ତ ?

25 କିଲେ ଚାଉଳ ?
25 × 20 = 500 ଟଙ୍କା

ମାସକୁ ମୁଲିଆ କେତେ ଥର ମେଡିକାଲ ଯାଏ, ତମେ ତାକୁ କେତେ ଟଙ୍କାର ବଟିକା ଦିଅ ? ଟଙ୍କା 500 ହେବ ?

ଯଦି ସେ ଗୋଟେ ମାଷ୍ଟରକୁ 500 ହିସାବରେ ଦି ଟା ପିଲାକୁ 1000 ଦିଏ, ମାଷ୍ଟର ତା ପିଲାକୁ ଅ ଆ ଚିହ୍ନେଇ ଦେବ ନି କି ?

ମୋଟ ହେଲା 2,000 । ଅବଶିଷ୍ଟ 3,400 ?

ତା ପଇସାର ବାକି 3,400 କୁ ତମେ ନିର୍ଲଜ ଦଳ ତମ ଦରମା କହିକି ଘରକୁ ନେଇକି ପଳୋଉଚ, ଜଣକା ପୁଣି 50 ହଜାର, ଲକ୍ଷେ, ଦି ଲକ୍ଷ, ମନ ଇଚ୍ଛା, ତାକୁ ପୁଣି କୋଉ ମୁହଁରେ ମାଗଣାଖିଆ କହୁଚ କି ରେ ?

ଗୋଟିଏ ଗାଁ ରେ ଯଦି 100 ପରିବାର ରହୁଥାଆନ୍ତି ତାହେଲେ ସେ ଗାଁ ବାଲା ସରକାରକୁ ମାସକୁ 5,400 × 100 = 5 ଲକ୍ଷ 40 ହଜାର ଟଙ୍କା ବିକାଶ ଅନୁଦାନ ଦିଅନ୍ତି, ଟିକିନିଖି ହିସାବ କଲେ ବର୍ଷକୁ କୋଟିଏ ଟପିଯାଇପାରେ ଆଜ୍ଞା ।

ତମେ ଯାହାକୁ ଜିଏସଟି କହୁଚ ସେଇଟା ଲୋକଙ୍କ ବିକାଶ ଅନୁଦାନ ବା Development Contribution ଆଜ୍ଞା । ଶହେ ଥର କହିଲିଣି ଟିକସ ଶବ୍ଦ ହଟାଅ । ତମେ କଣ ବ୍ରିଟିଶ୍ ସରକାର ଯେ ଆମକୁ ଟିକସ ଦବାକୁ କହିବ ? ତେଣୁ GST ନୁହେଁ କୁହ DC, ବିକାଶ ପାଇଁ ଲୋକଙ୍କ ଅନୁଦାନ ।

ହଁ ଆଉ ଗୋଟାଏ କଥା,
କି ରେ ତମ ଦାତାର ମାସକୁ ମଜୁରୀ 15 ହଜାର, ତମର କାହିଁକି ଦେଢ ଲକ୍ଷ ହବ ?

ସିଏ କାମ କରୁଚି ମୁଲ ପାଉଚି, ତମେ କାମ କରୁଚ ମୁଲ ପାଇବ,

ମୁଲିଆ ଦି ହାତିଆ ମଣିଷ, ତମେ ସବୁ କଣ ଗୋଟେ ଗୋଟେ ବିଂଶ ବାହୁ ରାବଣ ?

କି ରେ ତମେ ବି ସେଇ 15 ହଜାର ନୋଉନ ?

ନିଜେ ତୁଚ୍ଛା ଭିକାରୀ ଦଳ , କହୁଚ କଣ ନା ଗରୀବ ମାଗଣା ଖିଆ, ଆମେ କେଇଟା ଧନୀ ପ୍ରବର !

ପୁଅ ରେ, ମାସକୁ 15 ହଜାର କରିକି ଦରମା ନେ, ବର୍ଷେ ପରେ ଆସିବୁ କଥା ହେବା । ମୁଲିଆ ଜିଏସଟିକୁ ମାସକୁ ଦେଢ ଲକ୍ଷ ହିସାବରେ ବାଣ୍ଟିକୁଣ୍ଟି ନେଇ ଗଲା ପରେ ପୁଅ ପୁଣି କେଡେ ଫୁଟାଣିରେ କଥା କହୁଚି ଦେଖ ।

ଗରୀବର କୋଠ ଧନ ଲୁଟେରା,
ଦାତାକୁ କହୁଚି ମାଗଣା ଖିଆ ,

ଶ୍ଯା, ତୁମକୁ ଧରମ ଛାଡି ଗଲାଣି ନା ସରମ ଛାଡି ଗଲାଣି ବା ??


ଲକ୍ଷ୍ମୀଧର ନାୟକ
My Facebook Post: 4th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights