ମୋ ରାଣ ତୁମକୁ….

Share it

24th July 2024

ମୋ ରାଣ ତୁମକୁ….

ମନକଥା କହିଥିଲି ଗୋପନେ ମୁଁ ଜହ୍ନ କୁ
ଜହ୍ନ ଟା ତ କହିଦେଲା ସରଗର ତାରାଂକୁ

ଫଗୁଣ ପବନ ତାକୁ କାନ ଡେରି ଶୁଣିଲା
ରାତି ନପାହୁଣୁ ହେଲା ଚାରିଆଡେ ହାଲ୍ଲା

ମତେ ରାଗ ଲାଗେ ଏଣୁ
ଭରା ଫଗୁଣକୁ
ଚୋରା ମଳୟକୁ ଆଉ
ପୁନେଇଁ ଜହ୍ନକୁ ……।।

ଜହ୍ନଟା ଈର୍ଷା କରୁଚି ଦେଖି ମୋ ରୂପକୁ
ପବନ ପାରୁନି ସହି ମୋର ପ୍ରଶଂସାକୁ

ହେ ପ୍ରିୟ ! ମୋ ମୀନତି ନିଶ୍ଚୟ ଶୁଣିବ
ଏ ଚିଠିକୁ ମନଦେଇ ଥରୁଟେ ପଢିବ

ମୋ ଚିଠି ପାଇଲାପରେ
ଚାହିଁବନି ଜମା ତୁମେ ପୁନେଇଁ ଜହ୍ନକୁ
ମୋ ରାଣ ତୁମକୁ …..।।

– ଲକ୍ଷ୍ମୀଧର ନାୟକ
My Facebook Post: 24th July 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights