ମୁଁ ଭୋଟ୍ ଦେବିନି ମାନେ ଏ ସରକାର ହାରିବ, ଏଥିରେ କାହାର ସାମାନ୍ଯତମ ସନ୍ଦେହ ନ ରହିବା ଉଚିତ

Share it

Mo Lekha
Laxmidhar Nayak
My Facebook Post: 20th August 2023

କୁହାଯାଉଛି ପାଣ୍ଡିଆନ ସାର୍ ଙ୍କ ଏପରି ଗସ୍ତରେ 300 କୋଟି ଟଙ୍କା ଖର୍ଚ୍ଚ ହେଲାଣି ବୋଲି, ବଡ ଦୁଃଖଦାୟକ କଥା ।

300 କୋଟିରେ 314 ବ୍ଲକ୍ ରେ ଗୋଟିଏ ଗୋଟିଏ କୃଷି ଭିତ୍ତିକ କ୍ଷୁଦ୍ର ଶିଳ୍ପ ବସାଯାଇ ପାରନ୍ତା ଏବଂ ସେ ସବୁ କ୍ଷୁଦ୍ର ଶିଳ୍ପ ସହ ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଅନୁବନ୍ଧିତ କରାଯାଇ ମହିଳା ମାନଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରାଯାଇ ପାରନ୍ତା ।

ସେପରି ନକରି ଓଡିଶାର କେତେ ଜଣ ସରଳ ମା ମାନଙ୍କୁ 200 ଟଙ୍କା ବାଟ ଖର୍ଚ୍ଚ ଦେଇ ଅଥବା ଗାଡି ପଠେଇ ସଭାସ୍ଥଳକୁ ଡକେଇ, ସେମାନଙ୍କୁ ଗୋଟେ ରାଜନୈତିକ ଦଳର କର୍ମୀ ହିସାବରେ ରାସ୍ତାରେ ନଚେଇବା ,

ସେମାନଙ୍କୁ 200 / 500 ଟଙ୍କିଆ ମୁଣ୍ଡ ଯାହାଙ୍କ ଭୋଟ୍ କୁ କେଇଟା ଟଙ୍କା ଫୋପାଡି କିଣି ଦେଇ ହେବ ବୋଲି ଭାବିବା ଓ

ସେଇ ଭୋଟ୍ ରେ ରାଜ୍ଯ ଶାସନ ଡୋରି ହାତରେ ରଖି ଓଡିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି, ପାଣି, କୋଇଲା, ବକ୍ସାଇଟ୍, କ୍ରୋମ୍, ମାଙ୍ଗାନିଜ୍, ଜଙ୍ଗଲ, ଜମି, ପାହାଡ, ନଦୀ କୁ ଲୁଟିବାର ଗୁପ୍ତ ମସୁଧା ରଖିବା,

ଏହା ଓଡିଶାର ସରଳ ନିରୀହ ମାତୃ ଜାତିର ସ୍ୱାଭିମାନକୁ ଭୁଲୁଣ୍ଠିତ କଲା ପରି କଥା ହେଉଛି, ଯାହାକୁ ଇତିହାସ କାଳ କାଳକୁ ମନେ ରଖିବ

ଅନ୍ଯପକ୍ଷରେ ସବୁଠୁ ଚିନ୍ତାଜନକ କଥାଟି ହେଲା ,
ସଭାକୁ ଆସୁଥିବା ମହିଳାଙ୍କ ସଂଖ୍ଯା 5 ହଜାରରୁ ଅଧିକ ନୁହନ୍ତି,

ସଭାକୁ ଆସୁ ନଥିବା ଲକ୍ଷ ଲକ୍ଷ ସ୍ବାଭିମାନୀ ମହିଳା ଏତାଦୃଶ କାର୍ଯ୍ଯକୁ ନାପସନ୍ଦ କରୁଛନ୍ତି ଓ ଗତ ନୀର୍ବାଚନରେ ଯେଉଁମାନେ ଏ ଦଳକୁ ଭୋଟ୍ ଦେଇଥିଲେ ସେମାନେ ଏଭଳି ମର୍ଯ୍ଯାଦାହାନୀଜନକ କାର୍ଯ୍ୟକଳାପକୁ ସମ୍ମାନଜନକ ବୋଲି ଆଦୌ ଗ୍ରହଣ କରି ପାରୁ ନାହାନ୍ତି,

ଯାହାର ପ୍ରତିଫଳନ ଆଗାମୀ ନୀର୍ବାଚନରେ ସ୍ପଷ୍ଟ ହେବ ଓ ବିଜେଡି ଦଳ ଏହି ଅକର୍ମ ପାଇଁ ଆଶାତୀତ ଭାବରେ ନୀର୍ବାଚନ ହାରିବ – ଏ ଆଶଙ୍କା ଖୋଦ୍ ବିଜେଡି ପ୍ରାର୍ଥୀମାନଙ୍କୁ ଏବେଠାରୁ ଜଳଜଳ ଦିଶୁଛି

ହେଲେ ରାଜନୀତିର ର ଅକ୍ଷର ଜାଣିନଥିବା ନିଜ ଘୋଷା ଜ୍ଞାନ ଅହଙ୍କାରରେ ଦିନ ଜଳକା ବିଚରା ସରକାରୀ ଚାକିରୀଆଟିଏ କାହୁଁ ବୁଝିବ ରାଜନୀତିର ଗହନ ପାଠ ଓ ମତଦାତାର ମନସ୍ତତ୍ତ୍ବ ?

ପ୍ରଶଂସା ଲୋଭ ମଣିଷର ସବୁଠୁ ବଡ ଲୋଭ,
ଟିକିଏ ମିଛ ପ୍ରଶଂସା ପାଇବା ପାଇଁ ଓଡିଶା ରାଜକୋଷରୁ ଶହ ଶହ କୋଟି ଖର୍ଚ୍ଚ କରିଦେବା କଣ ଭଲ କଥା ଟେ କି ?

ଏହାର ଫଳ ସ୍ବରୂପ ନବୀନଙ୍କ 24 ବର୍ଷର ଭାବମୂର୍ତ୍ତିରେ କଳଙ୍କର କାଳିମା ବୋଳି ହୋଇଯିବା ଭଳି ଘଟଣାମାନ ଘଟି ଚାଲିଛି

ସବୁ ସଚିବ ଯେମିତି ବୁଲନ୍ତି ସେମିତି ବୁଲି ଥାଆନ୍ତ, ପ୍ରତିଥର ଆଉ ଜଣେ ଦୁଇଜଣ ସଚିବ ଅଥବା ମୁଖ୍ଯ ଶାସନ ସଚିବଙ୍କ ସହ ଯାଇ ଥାଆନ୍ତ, ସ୍ଥାନୀୟ ବିଧାୟକ, ନେତାଙ୍କ ମୁହଁରେ ବିକାଶର ନକ୍ସା ଓ କାର୍ଯ୍ୟକ୍ରମ ଗୁଡିକ ଘୋଷଣା କରାଇ ଥାଆନ୍ତ,

କାଳ କାଳକୁ ଲୋକ ତୁମର ପ୍ରଶଂସା କରିଥାଆନ୍ତେ – ଦେଖ, ଏ ଲୋକଟି ସବୁ କରୁଛି ଅଥଚ କେବେ ଥରେ କହୁନି ମୁଁ କଲି ବୋଲି କିମ୍ବା କୌଣସି ପ୍ରଶଂସା ପାଇଁ ଅପେକ୍ଷା ବି ରଖୁନି

କିନ୍ତୁ ଏବେ କଥା ସ୍ପଷ୍ଟ ହୋଇଗଲାଣି ଯେ ଓଡିଶାକୁ ଭଲ ପାଇ ଏ ମାରାଥନ୍ ଦୌଡ ହେଉନାହିଁ, ବରଂ ଲୋକଙ୍କୁ ଗୋଟେ ଭେଳିକି ଦେଖେଇ ନବୀନଙ୍କ ନାଁ ରେ କ୍ଷମତା ଅକ୍ତିଆର କରି ଓଡିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ପୋତା ଖଣିଜ ସମ୍ପଦ ଉପରେ ମାମଲତକାର ସାଜିବା ହେଉଛି ଅସଲ ଉଦ୍ଦେଶ୍ଯ

ଏକଥା ଏବେ ପ୍ରାୟ ସବୁ ମହିଳା ଗ୍ରୁପ୍ ଜାଣିଗଲେଣି, ଓ ଆଗାମୀ ନୀର୍ବାଚନରେ ଏହା ସ୍ପଷ୍ଟ ପ୍ରତିଫଳିତ ହେବାକୁ ଯାଉଛି,

ଅବଶ୍ଯ ଶାସକ ଦଳ ଏ ତଥ୍ଯ ସଂଗ୍ରହ କରିବାକୁ ଉଚିତ ମଣୁ ନାହିଁ କି କେହି ଏ ସୂଚନା ଦେଲେ ବି ବିଶ୍ୱାସ କରୁନି

ଫଳ ସ୍ବରୂପ 1995 ମସିହା ନୀର୍ବାଚନରେ ଯେପରି ହୋଇଥିଲା 2024 ରେ ତାଠାରୁ ଭୟଙ୍କର ଘଟଣା ଘଟିବାକୁ ଯାଉଛି

ଏହା ଅତ୍ଯନ୍ତ ଅପ୍ରିୟ ବଚନ ହେଲେ ବି ଏହା କଠୋର ବାସ୍ତବ ସତ୍ଯ

ଏବେଠୁ କଥାଟା ହେଜିଯିବା ଭଲ

ଏଇଟା ମୋ ପ୍ରିୟ ସରକାରଙ୍କୁ ମୋ ତରଫରୁ 2024 ପାଇଁ ଶେଷ ସୂଚନା/ଚେତାବନୀ /ପରାମର୍ଶ ବୋଲି ଧରାଯାଉ

ମୁଁ ଏଥର ଆଦୌ ଭୋଟ୍ ଦେବି ନାହିଁ କିମ୍ବା ଯଦି ଭୋଟ୍ ଦିଏ ତାହେଲେ ହୁଏତ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ଦେଇ ପାରେ

ମୋ କଥା ମାନୁ ନଥିବା ସରକାରକୁ ମୁଁ କାହିଁକି ଭୋଟ୍ ଦେବି ?

2000, 2004, 2009, 2014, 2019 ଏପରି ପାଞ୍ଚ ଥର ଏ ସରକାରକୁ ଭୋଟ୍ ଦେବା ପରେ ବି ଯଦି ସରକାର ମୋ କଥା ନଶୁଣିବେ ତାହେଲେ ମୁଁ ସେମାନଙ୍କୁ ବାରମ୍ୱାର ଭୁଲ୍ କରିବାର ସୁଯୋଗ ଦେବା ଉଚିତ ହେବ କି ?

ମୁଁ ଭୋଟ୍ ଦେବିନି ମାନେ ଏ ସରକାର ହାରିବ, ଏଥିରେ କାହାର ସାମାନ୍ଯତମ ସନ୍ଦେହ ନ ରହିବା ଉଚିତ

ତେଣୁ କଥା ମାନିଲେ ଭଲ, ନ ମାନିଲେ ସବୁଠୁ ଭଲ

2024 ନୀର୍ବାଚନ ଫଳାଫଳ ବାହାରିଲା ପରେ ପୁଣି କଥାବାର୍ତ୍ତା ।

ଇତି 2019-2023 ପଞ୍ଚବର୍ଷବ୍ଯାପି ଛବିଳ ମଧୁ ବର୍ଣ୍ଣବୋଧ ପଠନ ପାଠନ ଯଜନ ଯାଜନ ଅଧ୍ଯୟନ ଅଧ୍ଯାପନ ସଦାଜୟେ ସମ୍ପୂର୍ଣ୍ଣ ।

Laxmidhar Nayak
My Facebook Post: 20th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights