ମୁଁ ପରା ନାରୀ

Share it

ମୁଁ ପରା ନାରୀ

ଶୁଣ ହେ ପୁରୁଷ
ମୋ ମନ ରାଇଜ
ଗୋପ୍ଯ କାହାଣୀ
ରାମ ପରି ସ୍ୱାମୀ ହେଉ
ଗୋଟାପଣେ ପାଶେ ଥାଉ
ତଥାପି ମୋ ମନ ଖୋଜେ
ସୁନା ହରିଣୀ

ହେଉପଛେ ଅପଦାର୍ଥ
ନ ଥିଲେ ସ୍ୱାମୀ ସାନିଧ୍ଯ
ସ୍ୱର୍ଣ୍ଣ ଲଂକା ପାଦେ ଲୋଟୁ
କୋଟି ସେବାକାରୀ ଖଟୁ
କେହି ନ ପାରଇ ମୋର
ମନକୁ ଜିଣି

ତେଣୁ ଶୁଣ ହେ ପୁରୁଷ
ଢାଳିଣ ସମ୍ପଦ ବିଷ
କରିବାକୁ ମନ ତୋଷ
କିମ୍ପାଇଁ ବୃଥା ପ୍ରୟାସ
କେ ଅବା ପାରି ?

ରାମ ପରା ପ୍ରଭୁ ଆହା
ନ କରି ପାରିଲେ ଯାହା
କିମ୍ପା ବାଢୁଛ ଆସ୍ପର୍ଦ୍ଧା
ମୁଁ ପରା ନାରୀ

ସ୍ୱାଭିମାନ ମୋ ଭୂଷଣ
ଟୋପାଏ ସେନେହ ସାଥେ
ଟିକିଏ ସମ୍ମାନ
ତା’ଠୁ ଅଧିକ ନ ଲୋଡଇ
କେ ବା ଏତିକି ବୁଝଇ
ନାରୀ ତ ଅଟଇ ବିଶ୍ୱ କଲ୍ଯାଣକାରୀ
ମୁଁ ପରା ନାରୀ
ବିଶ୍ୱ କଲ୍ଯାଣକାରୀ

ଲକ୍ଷ୍ମୀଧର ନାୟକ

My Facebook Post: 24th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights