ମୁଁ କହିଲି ରାହୁଳ ଗାନ୍ଧୀ , ସେ କହିଲେ ହା ହା ହା

Share it

Mo Lekha
Laxmidhar Nayak
My Facebook Post: 16th August 2022

ଯେତେ ଆଜୁରୁ ବାଜୁରୁ କଥା କହିଲେ ବି ମୁଁ କାହିଁକି ଜାଣିବାନରଙ୍କ କଥା ଅପେକ୍ଷା ଜଣେ ତଥା କଥିତ କିଛି ନଜାଣିଥିବା ଗାଉଁଲିଆ ଲୋକଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଏ, ଆଜି ଦିନରେ ତାହାର ଏକ ଉଦାହରଣ …..

ସେମାନେ ଶହେ ଆଜୁରୁ ବାଜୁରୁ କଥା ଭିତରେ ଅସଲ ମଞ୍ଜି କଥାଟିକୁ ସହଜରେ ଠାବ କରି ଦେଇ ପାରନ୍ତି, ମୋର ଏମିତି ଗୋଟେ ଦୃଢ ବିଶ୍ୱାସ ରହିଛି, ସେଥିପାଇଁ ମୁଁ ଯେତେବଡ ଗମ୍ଭୀର ସମସ୍ୟା ହେଲେ ବି ତାର ସମାଧାନ ପାଇଁ କୌଣସି ନେତାଙ୍କୁ କିଛି ପଚାରେନି, ପଚାରେ ତ ସେହି ତଥା କଥିତ କିଛି ନଜାଣିଥିହା ଗାଁ ଲୋକଙ୍କୁ ହିଁ ପଚାରିବାକୁ ଆବଶ୍ୟକ ହେଲେ ମୟୁରଭଞ୍ଜରୁ ମାଲକାନାଗିରି ପର୍ଯ୍ୟନ୍ତ ଚାଲିଯାଏ

ଆଜି ବାଜପେୟୀଙ୍କ କଥା ସ୍ମରଣରୁ ମୋ ମନକୁ ଗୋଟେ ଅଦ୍ଭୁତ ଖିଆଲ ଯୁଟିଲା, ମୁଁ କହିଲି ଦେଖିବା ଆମ ପ୍ରଧାନମନ୍ତ୍ରୀମାନଙ୍କୁ ଲୋକେ କେମିତି ମନେରଖିଛନ୍ତି , ତାଙ୍କ ସମ୍ପର୍କରେ କଣ କହୁଛନ୍ତି

ଏମିତି ଭାବି ମୁଁ ଆଜି ସକାଳୁ ପାନ ଦୋକାନରୁ ପାନ ନେଇ ଫେରୁ ଫେରୁ ଫେରିବା ବାଟରେ ଗପ ସପ ହେଇ ଘର ପର୍ଯ୍ୟନ୍ତ ଚାଲି ଚାଲି ଆସିବା ଭିତରେ ଜଣେ ଲୋକଙ୍କୁ ନିମ୍ନ ଲିଖିତ କଥାମାନ ପଚାରିଲି , ଉତ୍ତର ଆପଣଙ୍କ ସାମନାରେ ।

ମୁଁ ମାତ୍ର ଜଣେ ମାତ୍ର ନଜାଣିବା ଲୋକଙ୍କୁ ନେଇ ଏ ସର୍ଭେ କରିଛି, ପରୀକ୍ଷା ସ୍ୱରୁପ ଆପଣମାନେ ମୟୁରଭଞ୍ଜରୁ ମାଲକାନାଗିରୀ ପର୍ଯ୍ୟନ୍ତ ଯେ କୌଣସି ଗାଉଁଲି ଲୋକକୁ ଏ ସବୁଯାକ ପ୍ରଶ୍ନ ପଚାରନ୍ତୁ, ଯଦି ଅବିକଳ ଏକା ଉତ୍ତର ନମିଳିବ ମୋତେ କହିବେ, ଅବଶ୍ୟ ଟିକେ ଉଣେଇଶି ବିଶ୍ ଓଲମ ବିଲମ ତ ନିଶ୍ଚୟ ହେବ । ପରୀକ୍ଷା ପ୍ରାର୍ଥନୀୟ |

ମୁଁ ଏବେ ଜଣେ ମୁଲିଆ ଶ୍ରେଣୀର ଲୋକଙ୍କୁ ପଚାରିଲି, ଆପଣ ଏମାନଙ୍କୁ ଜାଣନ୍ତି କି ?
ସେ କହିଲେ କେଉଁ ମାନଙ୍କୁ ?

ମୁଁ କହିଲି
ପ୍ରଧାନମନ୍ତ୍ରୀ ଜହାହରଲାଲ୍ ନେହେରୁ

ସେ କହିଲେ
ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ

ମୁଁ କହିଲି
ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ

ସେ କହିଲେ
ସେ ଜଣେ ଭଲ ଲୋକ

ମୁଁ କହିଲି
ପ୍ରଧାନମନ୍ତ୍ରୀ ଗୁଲଜାରୀ ଲାଲ୍ ନନ୍ଦା

ସେ କହିଲେ
ଜାଣିନି

ମୁଁ କହିଲି
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ

ସେ କହିଲେ
ପାକିସ୍ଥାନକୁ ଭାଙ୍ଗି ଦିଖଣ୍ଡ କରି ଦେଲେ, ବାଂଲାଦେଶ କରିଦେଲେ
ଜବରଦସ୍ତ ପ୍ରଧାନମନ୍ତ୍ରୀ, ବହୁତ ସାହାସୀ, ଏଭଳି ପ୍ରଧାନମନ୍ତ୍ରୀ ଆଉ ଭାରତରେ ଜନ୍ମ ହେବେନି

ମୁଁ କହିଲି
ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ

ସେ କହିଲେ
କେନ୍ଦ୍ର ପଇସା ମନି ଅର୍ଡର କରୁଚି ସିଧା ଆମ ଗାଁ ସରପଞ୍ଚ ପାଉଛି, ଭଲ ଲୋକ , ଖରାପ ନୁହଁ, ବିଚରାଟିକୁ ମାରିଦେଲେ

ମୁଁ କହିଲି
ପ୍ରଧାନମନ୍ତ୍ରୀ ନରସିଂହ ରାଓ

ସେ କହିଲେ
ସେ କଣ ସବୁ କରିଥିବେ ଯେ ମୋର କିଛି ମନେ ପଡୁନି

ମୁଁ କହିଲି
ପ୍ରଧାନମନ୍ତ୍ରୀ ଭି ପି ସିଂହ

ସେ କହିଲେ
ଲୋକଟାର ଜବାବ୍ ଜବାବ୍
ଭାଙ୍ଗିଯିବ ଓହରିବନି
ମଣ୍ଡଳ କମିଶନ ହୀରୋ

ମୁଁ କହିଲି
ପ୍ରଧାନମନ୍ତ୍ରୀ ଆଇ କେ ଗୁଜୁରାଲ୍

ସେ କହିଲେ
କହିପାରିବିନି

ମୁଁ କହିଲି
ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖର

ସେ କହିଲେ
ହଁ ନାଁ ଟା ମନେ ଅଛି ଯେ ସେ କଣ କରିଥିଲେ ମନେ ନାହିଁ
ସିଏ ଆମ ଭକ୍ତ ଦାସକୁ ମନ୍ତ୍ରୀ କରିଥିଲେ କି ?

ମୁଁ କହିଲି
ପ୍ରଧାନମନ୍ତ୍ରୀ ଚରଣ ସିଂ

ସେ କହିଲେ
ଚରଣ ସିଂ ଲାଲୁ ଯାଦବଙ୍କ ଭଳିଆ ଲୋକ ଯଦି ପ୍ରଧାନମନ୍ତ୍ରୀ ହୋଉଥାଆନ୍ତେ ଦେଶର ଆଜି ଏଭଳି ଦୁର୍ଦ୍ଦିନ ଦେଖିବାକୁ ପଡୁ ନଥାନ୍ତା, ତାଙ୍କୁ କେହି ପ୍ରଧାନମନ୍ତ୍ରୀ କରିବେନି, ସମସ୍ତେ ତାଙ୍କ ଗୋଡ ଟାଣିବେ, ଚରଣ ସିଂ କେବେ ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି ବୋଧେ, ସେଇଭଳିଆ କୃଷକ ନେତା କେବଳ ଭାରତର ପ୍ରଧାନମନ୍ତ୍ରୀ ହେବା କଥା

ମୁଁ କହିଲି ହଉ
ପ୍ରଧାନମନ୍ତ୍ରୀ ମନ ମୋହନ ସିଂ

ସେ କହିଲେ
ସେ ଜଣେ ଜ୍ଞାନୀ ଲୋକ, ଭଦ୍ର ଲୋକ ଟିଏ
ଦର ଦାମ୍ ହୁ ହୁ ହେଇ ବଢୁଥିଲା, ଦେଶଟା ବୁଡିଯାଇ ଥାଆନ୍ତା
ସେ ତାକୁ ବହୁତ କଷ୍ଚ କରି ସମ୍ଭାଳିନେଲେ, ନହେଲେ ଏ ଦେଶର ଅବସ୍ଥା କଣ ହେଇଥାଆନ୍ତା କହି ହେବନି

ମୁଁ କହିଲି
ପ୍ରଧାନମନ୍ତ୍ରୀ ଅଟଳବିହୀରୀ ବାଜପେୟୀ

ସେ କହିଲେ
ପ୍ରଧାନମନ୍ତ୍ରୀ ସଡକ ପାଇଁ ସିଏ ସବୁଦିନ ମନେ ରହିବେ ,
ବାଜପେୟୀ ନଥିଲେ ଗାଁ ଲୋକ ଅଷାଢ ମାସରେ ଆଉ ଶହେ ବର୍ଷ ଗାଁକୁ ସାଇକେଲ ନେଇ ଯାଇ ପାରି ନଥାନ୍ତେ ମଟର ସାଇକଲ କାର୍ କଥା ଛାଡ , ପ୍ରଧାନମନ୍ତ୍ରୀ ସଡକ ଦେଶ ଲୋକଙ୍କର କେତେ ଉପକାର କରୁଚି ତମେ ଜାଣିପାରିବନି

ମୁଁ କହିଲି
ରାହୁଳ ଗାନ୍ଧୀ

ସେ କହିଲେ
ହା ହା ହା
ତା ପଛରେ ଏ ବିଜେପି ବାଲା ପୁରା ଲାଗିଯାଇଛନ୍ତି ଯୋକ ଭଳିଆ , ବିଜେପି କଣ ତା ଦଳ ଲୋକ ବି ତାକୁ ପ୍ରଧାନମନ୍ତ୍ରୀ କରେଇ ଦେବେନି, ସେ ପିଲାଟା କିଛି ଖରାପ କଥା କହୁନି, ଖରାପ ପିଲା ବି ନୁହେଁ , କଂଗ୍ରେସ ପରିବାରର ଅହଙ୍କାର ଭାଙ୍ଗି ଚୁରମାର୍ ହେଇ ଗଲାଣି, ଆଉ ତାଙ୍କ ସେ ପୂର୍ବ ରୋବାବ୍ ନାହିଁ, ଏଇ କାରଣ ପାଇଁ ଦିନେ ନା ଦିନେ ସେ ଦେଶରେ କିଛି ନା କିଛି ହବ, ଖୁବ୍ ଭଲ ନାଁ ବି କରିବ, ଯଦି ଧୈର୍ଯ୍ୟର ସହ ରାଜନୀତିରେ ରୁହେ ତେବେ

ମୁଁ କହିଲି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସେ କହିଲେ
ହଁ ରାମ ମନ୍ଦିର, ତିନି ତଲାକ୍, ଜାମୁ କାଶ୍ମୀର …., କରିଛନ୍ତି କିଛି କରି ନାହାନ୍ତି ବୋଲି କାହିଁକି କହିବା ?
ଏ କଥା କହୁ କହୁ ହଠାତ୍ ତା ପରେ ଯାହା ସବୁ କହିଲେ
ସେଥିରୁ ଗୋଟିଏ ଶବ୍ଦ ବି ଏ ସାମାଜିକ ଗଣମାଧ୍ୟମରେ ସିଧା ସିଧା ଲେଖି ହେବନି କି ସେ ସବୁ ଶବ୍ଦର ପ୍ରତିଶବ୍ଦ ବି ମୋତେ ଠିକ୍ ରେ ଜଣା ନାହିଁ

Laxmidhar Nayak
My Facebook Post: 16th August 2022

https://www.facebook.com/100018729133567/posts/1055967531704208/?sfnsn=wiwspmo


Share it

Leave a comment

Your email address will not be published. Required fields are marked *

Verified by MonsterInsights