ମୁଁ କୃଷ୍ଣ ପରି ଦୁଃଖୀ

Share it

Mo Lekha
30th August 2021

ମୁଁ କୃଷ୍ଣ ପରି ଦୁଃଖୀ
ହୋଇ ଗୋକୁଳ ଚନ୍ଦ୍ରମା
ଜ୍ୟୋତ୍ସ୍ନା ଯାର ସାକ୍ଷୀ
ମୁଁ କୃଷ୍ଣ ପରି ଦୁଃଖୀ

ମୁଁ କୃଷ୍ଣ ପରି ଦୁଃଖୀ
କର୍ମ କୁ କରିଣ ଗୁରୁ
ସଂସାରେ କରି ସୁଖୀ
ମୁଁ କୃଷ୍ଣ ପରି ଦୁଃଖୀ

ହେ କୃଷ୍ଣ ଯୋଗେଶ୍ୱର
ଧର୍ମ ନ ଉପେକ୍ଷି
ସତ୍ୟ ଶାନ୍ତି ତୁଚ୍ଛା ମିଛ
ପ୍ରେମ ନିରିମାଖି
ଅନ୍ଧ ସେ ବିଧାତା, କୃଷ୍ଣ
ନାହିଁ ତାର ଆଖି

ସତ୍ୟ ତ କଠୋର କୃଷ୍ଣ
ଶାପକୁ ଆକର୍ଷି
ସଂସାର ଗାନ୍ଧାରୀ ଏଠି
ଜ୍ଞାନ ଖଟେ ବେଠି

ନ୍ୟାୟ ତ ଅସହ୍ୟ ଜ୍ୱାଳା
ମୋହାଚ୍ଛନ୍ନେ ସର୍ବେ ଧୃତରାଷ୍ଟ୍ରୀ
ହେ କେଶବ
ଦେଖ ତୁମେ
ଆଜି ବି ଧରମ ଗଛରେ ଫଳେ
ଗାନ୍ଧାରୀର ଅଭିଶାପ
ହେ କୃଷ୍ଣ

ଚନ୍ଦନ ସମ ତାହାକୁ
ମସ୍ତକରେ ମାଖି
ହୋଇଲେ ସିନା ଈଶ୍ୱର
କୃଷ୍ଣ ସମ
କୃଷ୍ଣ ପରି ଦୁଃଖି !!

ମୁଁ କୃଷ୍ଣ ପରି ଦୁଃଖୀ


ଲକ୍ଷ୍ମୀଧର ନାୟକ
My Facebook Post: 30.08.2021


Share it

Leave a comment

Your email address will not be published. Required fields are marked *

Verified by MonsterInsights