ମୁଁ କେବଳ ଲାଲୁ ଯାଦବଂକୁ ନମସ୍କାର କରେ ଆନ୍ତରୀକ ଶ୍ରଦ୍ଧା ଓ ସମ୍ମାନର ସହ

Share it

ପାନଖାଇବାକୁ ଯେହେତୁ ଅନେକ ଲୋକ ଗୋଟାଏ ଖରାପ ଅଭ୍ଯାସରେ ଗଣନ୍ତି, ତେଣୁ ମୁଁ ନିଜେ ପାନ ଦୋକାନକୁ ଯାଏ ପାନ ଆଣିବାକୁ, କାହାକୁ ପଠାଏ ନାହିଁ, ନହେଲେ ଦୋକାନୀଂକୁ ବେଳେବେଳେ କହେ ଆଣି ଦେଇଯିବାକୁ ।

ଆଜି ପାନ ଦୋକାନରେ ଠିଆ ହୋଇଥିବାବେଳେ ଜଣେ ପୂର୍ବତନ ବିଧାୟକ ଦେଖାହେଲେ, ଗଂଗାରୁ ଗୋଉତିକା ପର୍ଯ୍ଯନ୍ତ ବହୁତ କଥା ଉଖୁରେଇ ଉଖୁରେଇ ଗପିଲେ । କଥା ମଧ୍ଯରେ ଏକଥା ବି ମୋ ମୁହଁରୁ ଶୁଣିବାକୁ ଚାହିଁଲେ ଯେ,

ମୋଦୀ ରିଜର୍ଭବ୍ଯାଂକରୁ କାହିଁକି ଲକ୍ଷେ ଛଅସ୍ତରୀ କୋଟି ଉଠେଇ ନେଲେ ?
ଉତ୍ତର ଦେବା ଅର୍ଥ , ମୋତେ ପଚାଶ ସେକେଣ୍ଡ ଭିତରେ ଭାରତୀୟ ଅର୍ଥନୀତି, ରିଜର୍ଭ ବ୍ଯାଂକ ଆଇନକୁ ନିର୍ଭୁଲ ଭାବେ କହିବାକୁ ପଡିବ । ଇଏ ତ କାଠିକର ପାଠ, ପଚାଶ ସେକେଣ୍ଡରେ କହିବି କେମିତି ।

ମୋତେ ପାନ ଦୋକାନୀ ଲିପୁନା ରକ୍ଷା କରି ଦେଲା । ସେ ମୋତେ କାଲି କହୁଥିଲା, ସାର୍ ଜାଣିଛନ୍ତି ନା , ଯୁଦ୍ଧ ହବ , ମୋଦୀ ରେଡି, ରିଜର୍ଭ ବ୍ଯାଂକରୁ ବି ପଇସା ଉଠେଇକି ରଖିସାରିଲେଣି । ମୁଁ ସର୍ବମୋଟ୍ ପାଂଚ ସେକେଣ୍ଡ ଭିତରେ ଲିପୁନା ବାଣୀର ପୁନରାବୃତ୍ତି କରିଦେଲି, ବିଧାୟକ କୃତ୍ଯକୃତ୍ଯ ହୋଇ ବିଦାୟ ନେଲେ ।

ସେଠି କିଛି ଲୋକ ଉପସ୍ଥିତ ଥିଲେ,
ଜଣେ ପଚାରିଲେ ଆଜ୍ଞା ସେ ଜଣେ ପୂର୍ବତନ ବିଧାୟକ, ଜଣେ ଜନ ନେତା, ଆପଣ ତ ତାଂକୁ ନମସ୍କାରଟିଏ ବି କଲେନି ? ଆପଣ ନେତାଂକୁ ଭଲ ପାଆନ୍ତି ନାହିଁକି ? ଆପଣଂକ ପସନ୍ଦର ନେତା କେଉଁମାନେ ? ଏକ ଦୁଇ ତିନ୍ କରି ସତ କହିବେ ।

ମଣିଷ ବଡ ଅଡୁଆରେ ପଡିଲା ।
କିଛି ନ କହିଥିଲେ ବି ଚଳି ଥାଆନ୍ତା, କିନ୍ତୁ ମୁଁ କହୁ କହୁ କହି ଦେଲି,

ମୋର ପ୍ରଥମ ପସନ୍ଦ ନେତା ଲାଲୁ ଯାଦବ
ଦ୍ୱିତୀୟ ପସନ୍ଦ ନେତା ଜ୍ଯୋତି ବସୁ
ତୃତୀୟ ପସନ୍ଦ ଇନ୍ଦିରା ଗାନ୍ଧୀ

ଏମିତି ବହୁ ନେତା ଅଛନ୍ତି, ଏକ ଦୁଇ ତିନ୍ ରେଟିଂ କରିବା କଷ୍ଟ ।

ମୁଁ କେବଳ ଲାଲୁ ଯାଦବଂକୁ ନମସ୍କାର କରେ ଆନ୍ତରୀକ ଶ୍ରଦ୍ଧା ଓ ସମ୍ମାନର ସହ, ଜ୍ଯୋତି ବସୁ, ଇନ୍ଦୀରା ଗାନ୍ଧୀ ନମସ୍ଯ ନିଶ୍ଚୟ,
ଅନ୍ଯମାନଂକୁ ନମସ୍କାର କରିବା କଥା କାହିଁ ମୋର କେବେ ମନେ ପଡେନି, ତେଣୁ ମୁଁ ନମସ୍କାର କରେନି, ମୁଁ ସେମାନଂକୁ ଅସମ୍ମାନ କରେନି ।

ନମସ୍କାର କରେନି ତ କରେନି, ତା ପଛରେ ସେମିତି କିଛି କାରଣ ମୋ ଜାଣତରେ ନଥିବ ବୋଧେ, ସୁପ୍ତଭାବେ ଥିଲେ ଥାଇପାରେ, ମୁଁ ସେ କଥା ଜାଣିନି କି ସେ ସମ୍ପର୍କରେ କେବେ ଭାବିନି ।

ସେ କହିଲେ ଲାଲୁଜୀଂକ ଦେହ ବହୁତ ଅସୁସ୍ଥ ଅଛି।
ମୁଁ କହିଲି ବୋଧହୁଏ ଅସୁସ୍ଥ ଅଛି,
ମୁଁ କାଲି ସ୍ୱପ୍ନରେ ସେକଥା ଦେଖିଲି, ଲାଲୁ ହସ୍ପିଟାଲ୍ ବେଡରେ ଶୋଇଛନ୍ତି, ହସୁଛନ୍ତି, ମୁଁ ଟିକେ ତାଂକ ମୁଣ୍ଡ ଆଉଁସି ଦେଲି । ଈଶ୍ୱର ତାଂକର ମଂଗଳ କରନ୍ତୁ ।

ମୁଁ ଟିଭି ଦେଖିବାକୁ ଭଲପାଏନି କି ଖବରକାଗଜ ପଢିବାକୁ ଭଲପାଏନି,
ଏମିତିରେ ଫନି ପରଠୁ ଆମ ଟିଭି କନେକସନ୍ କଟିଛି ଯେ ଓରଟେଲ୍ ବାଲା ଆଜିଯାଏ ଲଗାଉ ନାହାନ୍ତି, କ୍ରିକେଟ୍ ଖେଳ ହେଉଛି ଶୁଣିଲେ ମୁଁ ଟିଭି ଖୋଜେ,
ପେପର ତ ମୁଁ ପ୍ରାୟ ଖେଳାଏ ବି ନାହିଁ,
ସଂଧ୍ଯାରେ ପୁରୁଣା ବସ୍ ଷ୍ଟାଣ୍ଡ କୈଳାସ ଚାହା ଦୋକାନ, ନହେଲେ ସକାଳେ ମଂଗଳା ମନ୍ଦିର ପାନ ଦୋକାନ ପାଖରେ ପାଂଚ ସାତ ମିନିଟ୍ ଛିଡା ହେବା ଭିତରେ ଯାହା ଯେତିକି ଖବର କାନରେ ବାଜିଲା ତ ଶୁଣିଲି ନହେଲେ ନାହିଁ ।

ଆଜି ନୂଆଖାଇ
ସମସ୍ତଂକୁ ଜୁହାର କରିଥାଆନ୍ତି ଯେ
ହେଲେ ଏବେ କରୁନି
ହରିଭାଇ କହିଛନ୍ତି, ଅପେକ୍ଷା କର, ସମସ୍ତେ ନୂଆଖାଇ ସାରିଲାପରେ ଯାଇ ଜୁହାର କରିବ

ସେମିତି ବି କରାଯିବା କଥା
ଜୁହାରଟା ଅଧିକ ମର୍ଯ୍ଯାଦାବନ୍ତ ଶାଳୀନ ଓ ଆନନ୍ଦଦାୟୀ ଲାଗିବ ନିଶ୍ଚୟ
ସେଇଟା ଏକସଂଗେ ସମସ୍ତଂକପାଇଁ ଏକ ଆନନ୍ଦର ମୁହୂର୍ତ୍ତ ହୋଇଯିବ

ଆନନ୍ଦେ ଉଛୁଳିବ ମହୀ
ଜୁହାର କଲେ ନୂଆ ଖାଇ

Laxmidhar Nayak
My Facebook Post: 3rd September 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights