ମୁଁ ଏଥର ବିଜେଡି ଏମ.ପି. ପ୍ରାର୍ଥୀଙ୍କୁ ଭୋଟ୍ ଦେବିନି

Share it

ମୋ ଲେଖା
My Facebook Post: 9th August 2023

ମୁଁ ଏଥର ବିଜେଡି ଏମ.ପି. ପ୍ରାର୍ଥୀଙ୍କୁ ଭୋଟ୍ ଦେବିନି

ଏ ବିଜେଡି ବାଲାଙ୍କୁ ମୁଁ ବୋଧେ ପାଞ୍ଚଥର ଭୋଟ୍ ଦେଲିଣି , ଏଗୁଡା ମୋ ଭୋଟ୍ ରେ ଏଠୁ ଏମ୍. ପି. ହେଇକି ଯାଉଛନ୍ତି, ସେଠି ଏମାନେ ନା ସରକାର ହେଉଛନ୍ତି ନା ବିରୋଧୀ , ଗାଁ ଲୋକେ କହିଲା ପରିକା ନା ଗାଈ ନା ମାଈ,

ତେଣୁ ଏମାନଙ୍କୁ ଭୋଟ୍ ଦେଇ ଲାଭ କଣ ?

କଂଗ୍ରେସ ଆଉ ବିଜେପି ଏମ୍.ପି. ପ୍ରାର୍ଥୀଙ୍କୁ ତ ମୁଁ କେବେ ବି ଭୋଟ୍ ଦିଏନି, କାରଣ ଗୋଟେ ଦଳ ସେକୁଲାରିଜିମ୍ ନାଁ ରେ କଣ ଗୋଟେ ମାଇନରିଟିଙ୍କ ଅନ୍ଧ ସମର୍ଥକ ତ ଆର ଟି ସେ ତଥା କଥିତ ମାଇନରିଟିଙ୍କ ଅନ୍ଧ ବିରୋଧୀ

ବାକି ରହିଲା ନୋଟା, ନୋଟା ଗରା ଗିଲାସ ବାଲଟି ଏଗୁଡା ଗୋଟେ କି କନସେପ୍ଟ ?

ଟୋଟାଲି ତ ଭୋଟ୍ ଦେବାକୁ ଯିବିନି, କଥା ସଇଲା , ନୋଟା ଗରା ପିତଳ ମାଣ୍ଡିଆରୁ ମତେ କଣ ମିଳିବ ?

ତେଣୁ ମୋର ଏଥର ଏମ.ପି. ଭୋଟ୍ ଦେବାର ନାହିଁ

ବେଶି ରାଗ ଚିଡିଲେ ସେ ଏମ.ଏଲ.ଏ. ଭୋଟ୍ ବି ଦେବିନି

ତେଣିକି ତମେ ନିଜକୁ ନିଜେ ଭୋଟ୍ ଦେଇ ଯିଏ ସରକାର ହେଉଚ ହେଇ ଯା, କଣ ଖାଉଚ ଖାଇ ଯା,

2024 ରେ ତମେ କିଏ କେମିତିକା ସରକାର ସବୁ କରୁଚ କର,

ଆମେ ଏଥର କେବଳ ଦେଖିବା

2024 ର ସୁଦୁ ଶୀତ ଦିନ ଟାରେ ତମେ ସବୁ ଯଦି ଘଣ୍ଟାକୁ ଦି ନୋଟା ଲେଖା ପାଣି ନପିଇଛ ତାହେଲେ ମତେ କହିବ

ହଁ ଯଦି ଗୋଟେ ଓଡିଶା ଜନତା ଦଳ ହୁଅନ୍ତା ତାହେଲେ ହୁଏତ ଆଉଥରେ ଚିନ୍ତା କରାଯାଆନ୍ତା ଆମେ ଭୋଟ୍ ଦେବା କି ନଦେବା କଥା

କାଇଁ, ସେଭଳି କୌଣସି ସୋର୍ ଶବଦ ବି ତ ଶୁଭୁନି

ସବୁ ତ ଶୋଇଚନ୍ତି, ଚୋର ଜଗିବାକୁ କଣ ଆମେ ଠିକା ନେଇଛୁ ନା କଣ ?

ଯା ବାପା ମାନେ ଶୋଇ ଯା
ମା ମାନେ ତ ଭଲ ଭାଙ୍ଗଡା ନାଚୁଛନ୍ତି ,
ଖରାପ କଣ ?

https://m.facebook.com/story.php?story_fbid=3208489749450764&id=100008693116144&mibextid=Nif5oz

ଲକ୍ଷ୍ମୀଧର ନାୟକ
My Facebook Post: 9th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights