ମହା ଯୋଗୀ ମହା ବୀର ହୋଇଲେ ବି ବାବୁ, କାହାର ପ୍ରଶଂସା କେବେ କର୍ଣ୍ଣେ ନ ଶୁଣିବୁ

Share it

Mo Lekha
– ଲକ୍ଷ୍ମୀଧର ନାୟକ
My Facebook Post: 16th August 2021

ପ୍ରଶଂସା କୁତ୍ସା ନାମରେ ଅସ୍ତ୍ର ହୁଏ ଦୁଇ
ପ୍ରଶଂସା ଅସ୍ତ୍ରରେ ଶତ୍ରୁ ଶୀଘ୍ର ନାଶ ଯାଇ

କୁତ୍ସା ଅସ୍ତ୍ର ଘାତ ସହି ପାରେ ଯେଉଁ ଜନ
ସଂଯମ ଆଚରି ହୁଏ ଯୋଗୀର ସମାନ

କୁତ୍ସା ଅସ୍ତ୍ର ନିରସ୍ତ୍ର ହୁଏ ସହିଗଲେ
ପ୍ରତି ଅସ୍ତ୍ରୁ ବଳିୟାର ପ୍ରତିକାର ଭଲେ

ମହା ଯୋଗୀ ମହା ବୀର ହୋଇଲେ ବି ବାବୁ
କାହାର ପ୍ରଶଂସା କେବେ କର୍ଣ୍ଣେ ନ ଶୁଣିବୁ

ଦେବା ପାଇଁ ସଦାକାଳେ କରିବୁ ପ୍ରଯତ୍ନ
ଅତି ଆବଶ୍ୟକ ହେଲେ ବାବୁ ଦେବୁ ଦଣ୍ଡ ଦାନ

ପ୍ରେମ ହେଉ ଅବା ଦଣ୍ଡ ଦେଉଥିବୁ ତୁହି
ମହା ଜନ ହେଲେ ସିନା ଦାନ ଦେଇଥାଇ

ଧୈର୍ଯ୍ୟଧରି କର୍ମକରି ହୁଅ ସୁମଣିଷ
ଏ ମୋର ବଂଶ ଚରିତ ମନ୍ତ୍ର ଶୁଭାଶୀଷ

ଏ ମନ୍ତ୍ରେ ଦୀକ୍ଷିତ ହୋଇ ପଦ୍ମ ପ୍ରାୟେ ହସି
ନୀରବେ ଉଦୟ, ଯେହ୍ନେ ତାରା ରବି ଶଶୀ

ନିନ୍ଦା ପ୍ରଶଂସା ତ ଦେହ ମଳି ପ୍ରାୟେ ହୋଇ
ଅବଶ୍ୟ ଲାଗଇ ଦେହେ ଜଳେ ଯାଏ ଧୋଇ

ନିନ୍ଦା ପ୍ରଶଂସା ଉର୍ଦ୍ଧ୍ବେ ଯେବେ ହୋଇବୁ ଉଦୟ
ଦେଖିବୁ ଶୋଭା ସଂସାର ପରମାନନ୍ଦମୟ ||


– ଲକ୍ଷ୍ମୀଧର ନାୟକ
My Facebook Post: 16th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights