ମହାଭାଗବତ ଆଧାରରେ ଶ୍ରୀରାଧା

Share it

ମହାଭାଗବତ ଆଧାରରେ ଶ୍ରୀରାଧା-

ଥରେ ପରମ କୌତୁକୀ ଲୀଳାମୟ ଶ୍ରୀଶିବ ପାର୍ବତୀଙ୍କୁ କହିଲେ-“ହେ ଦେବୀ! ଯଦି ତୁମେ ମୋ ଉପରେ ପ୍ରସନ୍ନ ତାହେଲେ ଭୁଲୋକରେ ତୁମେ ପୁରୁଷ ରୂପରେ ଓ ମୁଁ ନାରୀ ରୂପରେ ଅବତରିତ ହୁଅନ୍ତେ ନାହିଁ?

ଏଠି ଯେପରି ମୁଁ ତୁମର ପ୍ରିୟତମ ପତି ଓ ତୁମେ ମୋର ପ୍ରାଣପ୍ରିୟା ଭାର୍ଯ୍ୟା ସେଠି ସେମିତି ଅଦଳ ବଦଳ ହୋଇଯାଆନ୍ତେ।

ଶକ୍ତିମାନଙ୍କ ଇଛାପୂର୍ତ୍ତିର ସ୍ବୀକୃତି ଦେଲେ ଶିବାନୀ ଓ କହିଲେ- “ନବୀନ ମେଘସମାନ କାନ୍ତିମୟୀ ମୋର ଯେଉଁ ଭଦ୍ରକାଳୀ ରୂପ ସେ ପୃଥିବୀରେ କୃଷ୍ଣ ରୂପରେ ଅବତାର ନେବ ଓ ଆପଣ ମଧ୍ୟ ଆପଣଙ୍କ ଅଂଶରୁ ସ୍ତ୍ରୀ ରୂପ ଧାରଣ କରନ୍ତୁ।

ଶିବ ଖୁସ୍, ଦରଖାସ୍ତ ଅନୁମୋଦନ ହୋଇଗଲା। ଶିବ କହିଲେ – ମୁଁ ତୁମର ପ୍ରିୟ କାମନାରେ ଭୁତଳରେ ୯ ରୂପରେ ପ୍ରକଟ ହେବି। ହେ ଶିବେ! ମୁ ପରମ ପ୍ରେମମୟୀ ରାଧା ରୂପରେ ବୃଷଭାନୁ ଓ କଳାବତୀଙ୍କ କନ୍ଯା ରୂପରେ ପ୍ରକଟ ହେବି ଓ ତୁମର ପ୍ରାଣପ୍ରିୟା ହୋଇ ତୁମସହ ବିହାର କରିବି। ମୋର ଅନ୍ଯ ଆଠ ରୂପ ଅଷ୍ଟସଖୀ ହେବେ। ମନୋହର ନୟନା ରୁକ୍ମଣୀ, ସତ୍ଯଭାମା ଆଦି ତୁମର ଅଷ୍ଟ ପାଟରାଣୀ ହେବେ।

ଦେବୀ କହିଲେ- ଆପଣଙ୍କ ଇଛା ସଫଳ ହେଉ। ମୋର ଦୁଇ ସଖୀ ଜୟା ବିଜୟା ପୁରୁଷ ରୂପରେ ସୁଦାମା ଓ ଶ୍ରୀଦାମା ହେବେ। ବିଷ୍ଣୁ ଭଗବାନଙ୍କ ସହ ମୁଁ ମଧ୍ଯ ପୂର୍ବରୁ କଥା ହୋଇ ଅଛି, ସେ ହଳାୟୁଧ ରୂପରେ ମୋର ବଡ ଭାଇ ହେବେ ଓ ସର୍ବଦା ମୋର ପ୍ରିୟ କାର୍ଯ୍ୟ ସାଧନ କରିବେ।

ଏହା ଏକ କଲ୍ପର ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପ୍ରକଟର ରହସ୍ୟ।


ପଣ୍ଡିତ ଅଶୋକ କୁମାର ଭୁୟାଁ
Mob : 83277 02400


Share it

Leave a comment

Your email address will not be published. Required fields are marked *

Verified by MonsterInsights