ମାଳିକା ବଚନ : କହିବିରେ ରାମ ତୋ ଆଗେ ସବୁ

Share it

ଅବତାର ମାଳିକା

ତ୍ରେତୟା ଅନ୍ତେ ଦ୍ବାପର ପ୍ରବେଶ
ଗୋପାଳ ମୂରତି ଶ୍ରୀକୃଷ୍ଣ ବେଶ ।।

ପଞ୍ଚସଖା ମାନେ ହେଲେ ଜନମ
ସୁବଳ ସୁବାହୁ ସୁଦାମ ଦାମ ।।
ଶ୍ରୀବତ୍ସ ଘେନି ପଞ୍ଚସଖା ହେଲେ
ଦ୍ବାପର ଲୀଳାମାନ ସାଙ୍ଗ କଲେ ।।

କଳିଯୁଗେ ପ୍ରଭୁ ବୈଷ୍ଣବ ବେଶ
ଗଉର ରୂପରେ ହେଲେ ପ୍ରକାଶ ।।
ଅବନୀ ମଧ୍ଯରେ ନାମ ସ୍ଥାପିଲେ
ହରି ନାମରେ ଜଗତ ମୋହିଲେ ।।

ଆମ୍ଭେ ପଞ୍ଚସଖା ଜନମ ହେଲୁ
ଅନନ୍ତ ଅଚ୍ଯୁତ ନାମ ବହିଲୁ ।।
ଜଗନ୍ନାଥ ଯଶୋବନ୍ତ ହୋଇଲେ
ପଞ୍ଚସଖା ମେଳ ବଳରାମରେ ।।

ଏମନ୍ତ ନାମରେ ଆମ୍ଭେ ଜନମ
କହିଦେଲୁ ବାବୁ ତୋର ଆଗେଣ ।।
ଅଚ୍ଯୁତ ବୋଲନ୍ତି ଶୁଣରେ ବାବୁ
କହିବିରେ ରାମ ତୋ ଆଗେ ସବୁ ।।

ଅବତାର ମାଳିକା
ମହାପୁରୁଷ ଅଚ୍ୟୁତାନନ୍ଦ


Share it

Leave a comment

Your email address will not be published. Required fields are marked *

Verified by MonsterInsights