ଆଜି କୋହିଲି ଖେଳିଲା ପରିକା ମୋର ଗୋଟେ ବିଶ୍ୱାସ ଥାଏ ଯେ ସରକାରଙ୍କ ହାତରେ କାମ କରେଇପାରିବାର ଧୈର୍ଯ୍ୟ ଓ ନିଷ୍ଠା ରଖିଲେ ସରକାର କାମ କରନ୍ତି ….
ବୋଉ କହିଥିଲା ଆଜି ଘରକୁ ଯିବାକୁ । ମୁଁ ହଁ କହିଥିଲି ।
ଡାକ୍ତର ଦେବାଶୀଷ ଜ୍ୟେଷ୍ଠୀ ବୋଉ ପାଇଁ ଲେଖି ଦେଇଥିବା କାଲସିୟମ ଟାବଲେଟ୍ ଉଇଥ୍ ମିଥାଇଲକୋବାଲମିନ୍ ଓଷଦ ( ବୋଉ କହୁଚି ସେଇଟା ଭଲ ଓଷଦ, ସବୁ ମାସ ପଠୋଉ ଥିବୁ ),
ବୋଉର ପ୍ରିୟ ହରଲିକ୍ସ,
ମୋ ଦ୍ୱାରା ଉତ୍ପାଦିତ ଦେଶୀ ଲଙ୍କା ମଞ୍ଜି ଶହେ ଆଠ ପାକେଟ୍,
ଗତ କାଲି କୋଉଠୁ କେଜାଣି ଚାଲି ଚାଲି କେମିତି ଆସି ଆମ ଭୁବନେଶ୍ବର ଭଡା ଘରେ ପଦାର୍ପଣ କରିଥିବା କୁର୍ମ ଅବତାର ( କୁରୁମ ଛୁଆ, ତାକୁ ନେଇ ଆମ ଗାଁ ବ୍ରାହ୍ମଣୀ ନଈରେ ଅବସ୍ଥାପିତ କରିବି ),
ସାମଲ ବାବୁ ଦେଇଥିବା ଗୋଟେ କର୍ପୂର ତୁଳସୀ ଚାରା,
ପଙ୍କଜ ଦେଇଥିବା ଦୁଇଟି ରାଧା ତମାଳ ଚାରା ରେଡି କରି
ଗାଁକୁ ବାହାରିଥିଲି ଯେ ସୁମନ ଟି ଗାଡି ନେଇ ଆସିଲାନି, କେନ୍ଦ୍ରାପଡା ପଳେଇଲା।
ମୁଁ ବୋର୍ ହେଲି , କଣ କରିବି ଭାବି ମୋ ରୁମ୍ ରେ ବିକ୍ଷିପ୍ତ ଭାବେ ପଡିଥିବା ଅଳନ୍ଧୁ ଲାଗା ବହିପତର, ଫାଇଲ୍ ଖେଳେଇଲି ( ସେଗୁଡା ସେମିତି ଅଳିଆ ଅଦରକାରୀ କାଗଜ ପତ୍ର ପରି ମୋ ରୁମ୍ ସାରା ପଡିଥାଏ, କେହି ତାକୁ ନିଅନ୍ତିନି କି ଏପଟ ସେପଟ କରନ୍ତିନି,
ମାଡାମ ଆସିଲା ପରେ ସେଥିରୁ ମୋର ଅଳ୍ପ କିଛି ପଚାଶ ଷାଠିଏ ଖଣ୍ଡେ ପୁରୁଣା ଖବର କାଗଜ ଲେଖା ଗୋଟେଇ ଗାଟେଇ ଗୋଟେ ଫାଇଲରେ ରଖିଚନ୍ତି ଦେଖିଲି ) ।
ଗୋଟେ ମୋଟା ପ୍ଲାଷ୍ଟିକ୍ କଭର ଫାଇଲ ମଧ୍ୟ ନଜରରେ ପଡିଲା, ଦେଖିଲି ତା ଭିତରେ ମାଡାମ୍ ମୋ ଦ୍ୱାରା ବିଭିନ୍ନ ସମୟରେ ସରକାରଙ୍କୁ ଲେଖାଯାଇଥିବା କିଛି ଚିଠିର କପି ବି ଗୋଟେଇକି ରଖିଛନ୍ତି ।
ସେଥିରୁ 1992 ମସିହାରେ ମୁଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ( ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ହେଇଥିବେ ନିଶ୍ଚୟ ) ଙ୍କୁ ଆମ ଗାଁ ରେ କେତେଟା କାମ କରିବାକୁ ମୋର ଇଚ୍ଛା ଅଛି ଓ ସରକାର ସେଗୁଡିକ କରି ଦେବାକୁ ଲେଖିଥିଲି ।
ସେ ଟାଇପ୍ କରା ଚିଠିର କାର୍ବନ କପି ମୁଁ ଏଠାରେ ଫଟୋ ଉଠେଇକି ଦେଉଛି ।
ମୁଁ ସରକାରଙ୍କୁ ସେ ଚିଠିରେ 7 ଟି କାମ ବରାଦ କରିଥିଲି ।
ଆଜି ସୁଦ୍ଧା ( ମାତ୍ର 30 ବର୍ଷ ଭିତରେ ) ସରକାର 5 ଟି କାମ କରିସାରିଲେଣି , ମୋର ଏବେ ବି ବିଶ୍ୱାସ ଅଛି ଅବଶିଷ୍ଟ କାମ ଦୁଇଟି ବି ସରକାର କରିଦେବେ।
ମନେ ପଡିଲାଣି ମାନେ ଆଉ ସରକାରଙ୍କୁ ଛାଡିବିନି ରେ ବାବା।
କୋହିଲି ପ୍ରଥମେ ପ୍ରଥମେ ହାଉଲେ ହାଉଲେ ଖେଳି ଲାଷ୍ଟକୁ କୋରଣ ଦେଇ ଆଜିର ମ୍ୟାଚ୍ ଜିତିଲା ପରିକା, ମତେ ଆମ ସରକାରଙ୍କଠୁ ଜିତିବାକୁ ହେବ, ଛାଡିବିନି।
ମୁଁ ଯଦି ମୋ ସରକାରକୁ ଜିତେଇ ପାରିଛି, ମୁଁ ମୋ ସରକାରଙ୍କୁ ଜିତି ପାରିବିନି କାହିଁକି ?
କାଳେ ଚିଠିର ଫଟୋ ପଢି ନହେବ ମୁଁ ସେ କାମର ନାଁ ଗୁଡା ଏଠାରେ ଲେଖି ଦେଉଛି –
1. ଆମ ଗାଁ ଖରିପଡିଆରୁ କୁଶବଟ ଶେଷ ପର୍ଯ୍ୟନ୍ତ ପ୍ରାୟ 2 କିମି ନଦୀକୁଳର ପଥର ପ୍ୟାକିଙ୍ଗ୍ –
ସରକାରଙ୍କଠୁ ମୁଁ ଏ କାମ କରେଇ ନେଇଛି
2. ଆମ ଗାଁ ଇଲେକ୍ଟ୍ରିଫିକେସନ୍ ଓ ଆମ ଗାଁ ରେ ଗୋଟେ ସବ୍ ଷ୍ଟେସନ ସ୍ଥାପନ –
ସରକାରଙ୍କଠୁ ମୁଁ ଏ କାମ କରେଇ ନେଇଛି
3. ଆମ ଗାଁ ରେ ଲିଫ୍ଟ ଇରିଗେସନ ପଏଣ୍ଟ ବସେଇବା –
ସରକାରଙ୍କଠୁ ମୁଁ ଏ କାମ କରେଇ ନେଇଛି
( 4 ). କଟକରୁ ଆମ ଗାଁ ଖରିପଡିଆକୁ ସରକାରୀ ବସ୍ ସେବା –
ଏବେ ସରକାରଙ୍କଠୁ ମୋତେ ଏ କାମ ଟି କରେଇ ନେବାକୁ ହେବ
5. ଆମ ଗାଁକୁ ସବୁ ଦିନିଆ ପକ୍କା ରାସ୍ତା –
ସରକାରଙ୍କଠୁ ମୁଁ ଏ କାମ କରେଇ ନେଇଛି
6. ଆମ ଗାଁ ରେ ଗୋଟେ ପ୍ରାଣୀ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ( Live Stock Inspector Centre ) –
ସରକାରଙ୍କଠୁ ମୁଁ ଏ କାମ କରେଇ ନେଇଛି
(7) .ଆମ ଗାଁ ରେ ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ( PHC ) –
ସରକାରଙ୍କଠୁ ମୋତେ ଏ କାମ ଟି ଏବେ କରେଇ ନେବାକୁ ହେବ।
ପେଟ୍ରୋଲ ଶହେ ହେଲା ପରେ ଏ କାର୍ ଭଡା ଆଜିକାଲି ଯାହା ହେଲାଣି ଆମ ଗାଁକୁ ଖଣ୍ଡେ ଏସି ବସ୍ ନଚାଲିଲେ ଗାଁକୁ ମଣିଷ କେମିତି ଯିବା ଆସିବା କରିବ ଯେ ?
ବୋଉ କଥା ତ ମାନିବାକୁ ପଡିବ, ପ୍ରତି ସପ୍ତାହରେ ଥରେ ଯିବାକୁ ପଡିବ ବୋଧେ। ସପ୍ତାହକୁ 6 ହଜାର କୋଉଠୁ ଆଣିବି ?
ମୁଁ ଗୋଟେ କାମ କରୁଛି, ଆପଣମାନଙ୍କ ଅନୁମତି ନେଇ ମୁଁ ଆଜି ଏଇଠି ଟ୍ରାନ୍ସପୋର୍ଟ୍ ସଚିବଙ୍କୁ ଦରଖାସ୍ତ ଖଣ୍ଡେ ଲେଖି ଦେଉଛି, ଆପଣମାନେ ବି ଟିକେ ମୋ ଉପରେ କୃପା କରି ସରକାରଙ୍କୁ କୁହନ୍ତୁ ଏ କାମଟି ତୁରନ୍ତ କରି ଦେବା ପାଇଁ।
ଆଜିକାଲି ପା କୁଆଡେ ଆଉ କାଗଜପତର ଦରଖାସ୍ତ ଦରକାର ହେଉନି, ସବୁ ମୋବାଇଲରେ ଚଳୁଚି ବୋଧେ।
ତେଣୁ ସାହସ କରି ଏଇଠି ଦରଖାସ୍ତ ଖଣ୍ଡେ ଲେଖି ଦେଉଛି, ଆପଣମାନେ ତ ମୋ ସହ ଅଛନ୍ତି ତେଣିକି ଦେଖାଯିବ ଯାହା ହେବ ହେବ ଆଉ।
— ଦରଖାସ୍ତ —
To
The Principal Secretary,
Commerce and Transport Dept.
Govt of Odisha,
Bhubaneswar
ସାର୍
ବୋଉ ଚାହୁଁଛି ମୁଁ ପ୍ରତି ସପ୍ତାହରେ ଗାଁକୁ ଯାଇ ତା ପଖରେ ସପ୍ତାହକରୁ 3 ଦିନ ରହିବାକୁ | ବୟସ ବହୁତ ହେଇଗଲାଣି , ତଥାପି ମୋ ଚିନ୍ତା କରୁଛି ବହୁତ୍, ମାଡାମଙ୍କ ଯିବା ପରେ | ମୁଁ ବେଶୀଦିନ ଭୁବନେଶ୍ୱରରେ ରହିଗଲେ ଚିନ୍ତାରେ ବିନା ରୋଗରେ ସେ ଦୁର୍ବଳ ରୋଗୀ ପରି ହୋଇଯାଉଛି |
ଏହା କେବଳ ମୋ ବୋଉର କଥା ନୁହେଁ, ଗାଁ ଗହଳର ସବୁ ବୟସ୍କ ମାଆ ମାନଙ୍କ ମନର କଥା ।
ମୁଁ ଯିବି କେମିତି ?
ଥରେ ଯାଇ ଆସିଲେ ଟାକ୍ସି ଫେୟାର୍ 6 ହଜାର | ସପ୍ତାହକୁ 6 ହଜାର ମୁଁ କୋଉଠୁ ଆଣିବି ?
ଆପଣ ଦୟାକରି ଗୋଟେ ଛୋଟିଆ ବିକାଶ କାମ କରନ୍ତୁ |
ଆମ ଗାଁ #Kharipadia_Bridge ପାଖରୁ #Puri ଗୋଟେ 25 /30 ସିଟର୍ ନନ୍ ଷ୍ଟପ୍ ସରକାରୀ AC Bus ଆପଣଙ୍କ ବିଭାଗ ତରଫରୁ ଚଲାନ୍ତୁ |
ଭଲ ଚାଲିବ | ସରକାରଙ୍କର ଆୟ ବଢିବ ଭୋଟ୍ ବି ବଢିବ |
ଲୋକ ସପରିବାର ସକାଳ 6 ଟାରେ ଘରୁ ବାହାରି 10 ଟାରେ ପୁରୀରେ ପହଞ୍ଚିବେ | ପୁରୀରେ ସରକାରଙ୍କ କାରୁକାର୍ଯ୍ୟ କାମ ଦେଖିବେ , ପ୍ରଶଂସା କରିବେ, ପ୍ରଚାର କରିବେ, ଜଗନ୍ନାଥ ଦର୍ଶନ କରି ସନ୍ଧ୍ୟା 5 ଟାରେ ପୁରୀରୁ ଫେରିବେ , 9 ଟାରେ ଗାଁ ରେ ପହଞ୍ଚିବେ |
ତିନିଟା ଷ୍ଟପେଜ୍ ରହିବ , କଟକ, ଭୁବନେଶ୍ୱର , ପୁରୀ | ମୁଁ ଏବଂ ମୋ ପରି ବହୁ ଗାଁ ଲୋକ ସେ ବସ୍ ରେ ବସି ସପ୍ତାହକୁ ଥରେ ଗାଁକୁ ଯାଇ ପାରିବେ |
Route – Kharipadia Bridge -> Sujanpur – Baruan- Kuakhia -> Cuttack -> Bhubaneswar -> Puri .
Sir
please do this. It will be considered as a great development initiative in the field of rural connectivity .
It is a long standing demand of our area people since 1990.
Regards
Laxmidhar Nayak
village – Kharipadia
GP – Swainkhand
Block – Bari
Dist – Jajpur – 755005
Mob : 9937252955
ଡାକ୍ତରଖାନା ଦରଖାସ୍ତଟା ପରେ ଲେଖି ଦେବି, ଏତେକ ଲେଖି ଲେଖି ଆଙ୍ଗୁଠି ବିନ୍ଧିଲାଣି |
ଡାକ୍ତରଖାନାଟା ନହେଲେ ସରକାର ଚାରି ଛ ମାସ ପରେ କରିବେ , ଏବେ ବସ୍ ଖଣ୍ଡେ ଚଲାନ୍ତୁ, ନହେଲେ ଏଇଟାକୁ ବସ୍ ରୁଟ୍ ଡିକ୍ଲାର କରି କୋଉ ଗୋଟେ ପ୍ରାଇଭେଟ୍ ବସ୍ ମାଲିକଙ୍କୁ ଅନୁମତି ଦିଅନ୍କୁ ସେ ଖଣ୍ଡେ ଛୋଟିଆ ଏସି ବସ୍ ଚଲାନ୍ତୁ,
ଆମ ଗାଁ ଖରିପଡିଆ ରୁ ତା ଗାଁ ପୁରୀ କୁ ….. |
ଜୟ ଜଗନ୍ନାଥେ, ତୁମ ସଂସାରର ମଙ୍ଗଳ ହେଉ
Laxmidhar Nayak
My Facebook Post:23 October 2022