ମିଛ ନୁହେଁ ଏହା ନିରାଟ ସତ କହୁଛି ଶୁଣ କଥା ଟିଏ

Share it

ମିଛ ନୁହେଁ ଏହା ନିରାଟ ସତ
କହୁଛି ଶୁଣ କଥା ଟିଏ

ଆପଣ କେବେ ଏମିତି ଜାଗା ଟିଏ ଦେଖିଛନ୍ତି କି
ଯେଉଁଠି ଟଙ୍କାର ପାହାଡ ଉପରେ
ମାଲିକ ଟି ତା’ର
ଝୁମ୍ପୁଡି ମାରି
ଚାଖାଣ୍ଡେ ପେଟରେ
ଓଦାକନା ଦେଇ
ସପରିବାର
ରାତିରେ ଶୁଏ ?

ସକାଳୁ ଉଠି
ଟ୍ରକ ଲଗେଇ
ଦୁଆରେ ଠିଆ
ମାଗୁଣି ଯାଚୁଣି ପିଲା ଛୁଆଙ୍କ
ଚଳିବା ପାଇଁ
ନିଜ ହାତରେ ଖୋଳି
ମୁଣ୍ଡରେ ମୁଣ୍ଡେଇ
ଟ୍ରକେ ଲେଖା
ପୁଳା ପୁଳା କରି ଟଙ୍କା ବି ଦିଏ ?

ତାରି ଧନରେ
ଶିଳିପ ପତି ତିଆରି ହୁଏ
ଶିଳିପ ଚାଲେ
ଚାଲେ କାରଖାନା
ତାରି ଧନ
ତାରି ଶ୍ରମ
ତାରି ଝାଳ
ଇସ୍ପାତ ହେଇ
ତୁମ ଶ୍ରୀନଅର କଙ୍କାଳ ହୁଏ

ତମ ଜିଡିପି ବଢେ
ତମ ଟିକସ ଭଣ୍ଡାର ଉଛୁଳି ପଡେ
କୋଟିଏ ଲୋକଙ୍କୁ କୋଟିପତି କରି
ମାଲିକର ପିଲା
ଅଧାପେଟ ଖାଇ,
ଛିଡା ଖଣ୍ଡେ ପିନ୍ଧି
ଟଙ୍କାର ପାହାଡ ଉପରେ ଶୁଏ

ତଥା କଥିତ
ଜ୍ଞାନୀ ପୁଙ୍ଗବ
ସୁଦୁ ମାଗିଖିଆ
ତୁଚ୍ଛା ଲୁଟେରା
ତାଆରି ଧନରେ ମଉଜ କରେ
କେଡେ କୃତଘ୍ନ ଗୁଡା ହେ ସତରେ
ଥରେ ବି ଭାବେନି ମାଲିକ ସିଏ

ମାଗିଖିଆ ଟା
ଟ୍ରକେ ନେଇ
ବହୁ କୁଣ୍ଠାରେ
ଲୋକ ଲଜ୍ଜାରେ
ମାଲିକ ହାତରେ
ଟଙ୍କା ଦୁଇଶହ ସଲାମି ଦିଏ ?

ମାଲିକ ବାପୁଡା ଦୁଇଶ ନେଇ
ମୁଠାଏ ଖାଇ
ଦି ଢୋକ ପିଇ
ଟଙ୍କା ପାହାଡରେ
କୁଡିଆ ମାରି
କନ୍ଥାଟେ ପାରି
ଶୀତ ଖରା ବର୍ଷା
ରାତିରେ ଶୁଏ ?

ମିଛ ନୁହେଁ ଏହା ନିରାଟ ସତ
ମୁଁ ତ ଦେଖିଛି
ତୁମେ ଦେଖିବ ତ
କେନ୍ଦୁଝର ଯାଆ
ଦେଖିବାକୁ ଏହା ଚାହୁଁଛ ଯିଏ ||

ମିଛ ନୁହେଁ ଏହା ନିରାଟ ସତ କହୁଛି ଶୁଣ କଥା ଟିଏ

ଲକ୍ଷ୍ମୀଧର ନାୟକ
08.01.2021


Share it

Leave a comment

Your email address will not be published. Required fields are marked *

Verified by MonsterInsights