ମିଛଗଛର ବୀଜ ଖୋଜୁଛି ହେ ଗଜାନନ

Share it

ହେ ଗଜାନନ, ବିନମ୍ର ନିବେଦନ
———ତ୍ରିଲୋଚନ

ମିଛଗଛର ବୀଜ ଆଜିଯାଏଁ ମିଳିନାହିଁ
ମିଳିବାର ସମ୍ଭାବନା ବି ନାହିଁ
ମିଛ କେବଳ ମଣିଷ ଗଛରେ
ସାଁ ବାଳୁଆ ପରି ଉଷ୍ମତାରୁ ଉତ୍ପତ୍ତି
ଜଳ ସ୍ଥଳ ଆକାଶଚରଙ୍କ ନିର୍ବିକାର ଅଙ୍ଗରେ
ମିଛ ଉଧାଏ ନାହିଁ।।

ମଣିଷ ଦେହରେ ଉଧାଉ ଥିବାରୁ
ଋତୁଚକ୍ର ବି ଲୋଡା ନାହିଁ
ସଂଗମ ଲୋଡା ନାହିଁ
ଥରେ ଫଳିଲେ
ଷଡଋତୁ ଫଳୁଥାଏ
ଆଜୀବନ ଫଳୁଥାଏ।।

ଜ୍ଞାନ କର୍ମ ଧ୍ୟ‍ାନ ପରି
“ଅଭ୍ୟାସ” ବି ଯୋଗ ତାଲିକାରେ ଯାଏ
ଅନାସକ୍ତ ମିଛ ଅଭ୍ୟାସ ଯୋଗୀଙ୍କ ପାଇଁ
ଲକ୍ଷାଧିକ ମାନବ ସମ୍ବଳ ଉପକୃତ
କୋର୍ଟ କଚେରୀ ସହଯୋଗୀ ଯାନ ବାହାନ ଇନ୍ଧନ
ପରୋକ୍ଷରେ ପ୍ରଶାସନ।।

ହେ ବିଘ୍ନବିନାଶକ ଗଜାନନ,
ଆପଣ ଶ୍ରେଷ୍ଠ ଯୋଗୀ ମହଦେଵଙ୍କ ଉତ୍ତମ ସନ୍ତାନ
ମର୍ତ୍ତ୍ୟ ମଣ୍ଡଳରେ ପ୍ରତି ଘର
ଦୋକାନ କାର୍ଯ୍ୟାଳୟ ନେତା ମନ୍ତ୍ରୀଙ୍କ ଆବାସରେ
ତେତିଶ କୋଟିଙ୍କ ମଧ୍ୟରୁ ଆପଣ ପୂଜ୍ୟ ଭାବେ ଅଗ୍ରଗଣ୍ୟ,
ତେଣୁ ମୋ ଭଳି ଅଧମର
ଚଳିତ ବର୍ଷ ଆପଣଙ୍କ ଧରାବତରଣ ଅବସରରେ
ନିମ୍ନ ମତେ ବିନମ୍ର ନିବେଦନ –

ନବ ନିର୍ବାଚିତ ସରକାରଙ୍କ ଉପରେ ପ୍ରଭାବ ବିସ୍ତାର କରି
କଠିନତମ ମିଛଯୋଗ ସାଧକଙ୍କର ସଂସାରକୁ
ମହାନତମ ଅନାସକ୍ତ ଅବଦାନ ପାଇଁ
ଆପଣ ବ୍ୟବସ୍ଥା କରନ୍ତୁ କିଞ୍ଚିତ
ଆର୍ଥିକ ପ୍ରୋତ୍ସାହନ।।

ଶେଷରେ ଜଣାଉଛି
ମଥାନତ ଆଭୂମ ପ୍ରଣାମ
—— ତ୍ରିଲୋଚନ

ତ୍ରିଲୋଚନ ପଣ୍ଡା,
ମୋ : 94391 97560


Share it

Leave a comment

Your email address will not be published. Required fields are marked *

Verified by MonsterInsights