ଭାରି ଲାଜ ଲାଗେ ଲାଜ ଲାଗେ

Share it

25th July 2024

ଭାରି ଲାଜ ଲାଗେ ଲାଜ ଲାଗେ
– ଲକ୍ଷ୍ମୀଧର ନାୟକ

ଗେରସ୍ତ ମୋହର ଭାରି ଅଗୁଆଁର
ବୁଝେ ନାହିଁ ହାନି ନାଭ
ଘାଟିଆ ଶୋଇଚି ନଈ ପହ୍ଲାରେ ଲୋ
ଯାତିରୀ ବାହୁଚି ନାବ

ନୁହେଁ ମୁଁ ଲମ୍ପଟି ବାଂଝ କରକଟି
ହେଲେ ବିକାଶ କହୁନି କୁଆଁ
ଗାଁ ଦାଣ୍ଡେ ମୋର ଡେଇଁ ବୁଲୁଛି ଲୋ
ଚାଇନା କଅଁଳା ଛୁଆ

ମୋ ବିକାଶ ପୁରୁଷ ଅଣପୁରୁଷା ଲୋ
କହିବି ମୁଁ କାହା ଆଗେ
ଭାରି ଲାଜ ଲାଗେ ଲାଜ ଲାଗେ

ଲକ୍ଷ୍ମୀଧର ନାୟକ

My Facebook Post: 25th July 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights