ଭାବିକି କହିଲି

Laxmidhar Nayak
Share it

Mo Lekha
My Facebook Post: 11th August 2019

ମୋତେ ଏବେ ପଟିଆ ଛକରେ ଜଣେ ଭଦ୍ରଲୋକ ଭେଟିଲେ,
କହିଲେ ଆଜ୍ଞା ମୁଁ ଆପଣଂକ ଫେସବୁକ ବନ୍ଧୁ ନୁହେଁ କିନ୍ତୁ ଫଲୋଅର୍

ମୁଁ କିଛି ବୁଝିପାରୀଲି ନାହିଁ, ଚାହିଁଲି

ସେ କହିଲେ ବିଜେପି ହୁ ହୁ ବଢ଼ୁଛି
କଂଗ୍ରେସ ହୁ ହୁ ଛିଡୁଛି

କଣ କଲେ କଂଗ୍ରେସ ବି ବଢିବ
ଆପଣ ସବୁ କଥାର ସମାଧାନ ଲେଖୁଛନ୍ତି
ଏ କଥା ଟିକେ ଲେଖନ୍ତୁ

ମୁଁ କହିଲି ମୁଁ ରାଜନୀତି ଦଳମାନଂକ
ସାଂଗରେ ନଥାଏ ।

ଲୋକଂକ ସମସ୍ୟା ଦେଖିଲେ ମୋ ମନକୁ ଯାହା ଦିଶେ ମୁଁ ଲେଖି ଦିଏ, ସେ କଥାରେ ମୋତେ କିଛି ଭାବିବାକୁ ପଡେନି, ସାମନାରେ ଯିଏ ଶାସକ ଦଳ ଥାଆନ୍ତି, ଗାଳି ଟା ତାଂକ ଆଡକୁ ଯାଏ ।

ଆପଣଂକ ପ୍ରଶ୍ନଟା ଦଳକୁ ନେଇ,
ସତ କହିଲେ ଦଳ ରାଜନୀତି ଉପରେ ମୁଁ ବିଶେଷ କିଛି କହି ପାରିବିନି।

ଭଦ୍ରଲୋକ କହିଲେ
ଆପଣଂକ ମନକୁ ଯାହା ଆସୁଛି କୁହନ୍ତୁ

ମୁଁ ଗୁଡାଏ ହସିଲି

ଭାବିକି କହିଲି

ବିଜେପି ଯାହା କହିଲେ ଭୋଟ୍ ପାଉଛି,
କଂଗ୍ରେସ ସେଇ କଥାକୁ ଆଉ ଟିକେ ହାୟର ସ୍କେଲ୍ ରେ କହୁ,

ଯଦି ବିଜେପି କହିଲା ଆମେ ୩୭୦ ଉଠେଇ ଦେଲୁ,
ସେଠି କଂଗ୍ରେସ କହିବା କଥା,
ଆମେ ବି ଉଠେଇବାକୁ ଚେଷ୍ଟା କରୁଥିଲୁ,
ବିଜେପି କରେଇ ଦେଉ ନଥିଲା

ଯଦି ବିଜେପି କହୁଛି
ଧାରା 370 ଉଠିଗଲା, ଆମେ କାଶ୍ମୀର ଝିଅଂକୁ ବହୁ କରି ଆଣିବୁ,
ସେଠି କଂଗ୍ରେସ କହୁ
ଆମେ କାଶ୍ମୀର ଝିଅଂକୁ ବହୁ କରି ଆଣିବୁ,
କାଶ୍ମୀର ପୁଅଂକୁ ଜ୍ୱାଇଁ କରିବାକୁ ପ୍ରସ୍ତାବ ବି ନେଇକି ଯିବୁ

ଯଦି ବିଜେପି କହିଲା
ୟାପରେ ଆମେ POK କୁ ଭାରତରେ ମିଶେଇବାକୁ ଯୋଜନା କରିବୁ,
କଂଗ୍ରେସ କହୁ
ଆମେ କ୍ଷମତାକୁ ଆସିଲେ POK ସହିତ
ବାଲୁଚିସ୍ତାନ, ଅକ୍ସାଇ ଚୀନ,ଓ ତାପରେ ପୁରା ପାକିସ୍ତାନ୍, ତାପରେ ବାଲୁଚିସ୍ତାନର ଯୋଉ ଅଂଚଳ ଗୁଡା ଇରାନ, ଆଫଗାନୀସ୍ତାନ ଭିତରେ ମିଶିକି ଅଛି, ସେଗୁଡା ବି ଆଣି ଭାରତରେ ମିଶେଇ ଦେବୁ

ବିଜେପି ଯଦି କହିଲା
ସୁପ୍ରୀମ କୋର୍ଟ ରାୟ ବାହାରିବା କ୍ଷଣି ଆମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବୁ
କଂଗ୍ରେସ କହୁ
ଆମେ ଆଉ ସୁପ୍ରିମ କୋର୍ଟ ରାୟକୁ ଅପେକ୍ଷା କରିପାରିବୁନି, କ୍ଷମତାକୁ ଆସିବା କ୍ଷଣି , ସୁପ୍ରିମ କୋର୍ଟ ରାୟ ଆସିବା ପୂର୍ବରୁ ଆମେ ପ୍ରତି ରାଜ୍ୟରେ ଗୋଟାଏ ଲେଖା ରାମ ମନ୍ଦିର କରିବୁ, ପ୍ରଥମେ ଆରମ୍ଭ କରିବୁ କାଶ୍ମୀରରୁ

ବିଜେପି ଯଦି କହିଲା
ଆମେ ତିନି ତଲାକ୍ ଆଇନ୍ କଲୁ, ଯିଏ ତିନି ତଲାକ୍ କହି ତାଂକ ସ୍ତୀରୀକୁ ଛାଡିଦେବ ଆମେ ତାକୁ ତିନି ବର୍ଷ ଜେଲ୍ ରେ ପୁରେଇ ଦେବୁ, ମହିଳା ନ୍ଯାୟ ପାଇବେ
କଂଗ୍ରେସ କହୁ
ବଢିଆ କଲ, ଆମେ ବି ଆଉ ଗୋଟାଏ ବିଲ୍ ଆଣିବୁ, ଯେଉଁମାନେ ବିନା ତଲାକ୍ ରେ ତାଂକ ସ୍ତୀରୀ ମାନଂକୁ ଛାଡି ଦେଇଚନ୍ତି ଅଥବା ଛାଡି ଦେବେ ଆମେ ତାଂକୁ ୩୦ ବର୍ଷ ଜେଲ୍ ରେ ପୁରେଇ ଦେବୁ

ବିଜେପି ଯଦି କହିଲା…. …..

ଭଦ୍ର ଲୋକ ହସି ହସି ନାକେଦମ୍ ହେଲେ
କହିଲେ ବାସ୍ ବାସ୍ ବାସ୍ ସେତିକି ଥାଉ ଆଜ୍ଞା
ହସି ହସି ପେଟ ଦରଜ ହେଇ ଗଲାଣି

ମୁଁ କହିଲି
ଏତେ ଭାବିଚିନ୍ତି ମୁଁ କହୁଛି –
You own the issue of the opponent before they implement it, and make them issueless,
this is the only strategy working and reaping power quickly in Indian politics at present

ଆପଣ ହସୁଛନ୍ତି କାହିଁକି ?

ଆପଣ ଗୋଟାଏ ପ୍ରଶ୍ନ ପଚାରିଲେ,
ଯାହା ଉପରେ ମୋର ସାମାନ୍ୟତମ ଅଭିଜ୍ଞତା ମଧ୍ୟ ନାହିଁ,
ମୋ ମନକୁ ଯାହା ଆସିଲା ମୁଁ ଉତ୍ତର ଦେଉଛି,
ଆପଣ ହସୁଛନ୍ତି ଯେ

ଭଦ୍ରଲୋକ କହିଲେ
ଏ କଥାଟା ଆଜି ନିଶ୍ଚୟ ଫେସବୁକ୍ ରେ ଲେଖିବେ ଆଜ୍ଞା

ମୁଁ କହିଲି
ହଉ

ଲକ୍ଷ୍ମୀଧର ନାୟକ
My Facebook Post: 11th August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights