ଭିଜିଲାନ୍ସ ଚଢାଉ ପରେ … ??

Share it

ସେ ଲୋକଟାକୁ ଭୁଲରେ ଜେଲ୍ କୁ ପଠେଇବ ନାହିଁ

କିଛି ଲେଖିବାକୁ ଇଚ୍ଛା ନଥିଲା, କେହି କେହି ମୁହଁ ଖୋଲି କହିଲେ ମ – ଆପଣଙ୍କୁ କିଛି ଭଲ ଲେଖି ଆସେନି, କିନ୍ତୁ ଯେଉଁ ଆଜୁରୁବାଜୁରୁ ଲେଖନ୍ତି ସେଇଟା ହିଁ ପଢିବାକୁ ଭଲ ଲାଗେ

ଦିନକୁ ବେଶି ନୁହେଁ ଦଶ ଧାଡି ଲେଖନ୍ତୁ, ଆପଣଙ୍କ ଲେଖା ପଢି ଦେଲେ ଆମର ଫଟ୍ କିନା ରାଗ ଚଢି ଯାଏ, ପରେ ଆଉଥରେ ପଢିଲେ କଥାଟା କିନ୍ତୁ ଠିକ୍ ଠିକ୍ ପରିକା ଲାଗେ, ଆପଣ ଲେଖନ୍ତୁ, ନହେଲେ ଚାରି ପାଞ୍ଚ ଧାଡି ଲେଖନ୍ତୁ

ଏକଥା ଶୁଣି ଖୁସିରେ ହସ ଲାଗୁଥିଲା କିନ୍ତୁ ହସି ପାରିଲି ନାହିଁ , କାରଣ ଆଜିକାଲି ମାସର ପ୍ରଥମ ଦୁଇ ସପ୍ତାହ ପରେ ଯାଇ ହସିଲେ ଅଳପ ଟିକେ ହସି ହେଉଛି

ସବୁ ଦିନ ପ୍ରାୟ ଜଣେ ସରକାରୀ ଚାକିରିଆ ବାବୁଙ୍କ ଘରେ ଚଢୋଉ ହେଉଛି, ସେମାନେ ଚୋରି କରି କୋଟିପତି ବୋଲି ମିଡିଆ କହୁଚି, ହେଇଥିବେ

ଏହାକୁ 10 କୁ ବଢାଇ ଦିଆଯାଉ

ଚଢୋଉ ପରେ କଣ ହେଉଛି ବା ହୁଏ ଜଣା ନାହିଁ, ମିଡିଆ ବି ପ୍ରାୟ ସେକଥା କହେନି

ଚଢୋଉ ପରେ କଣ କରାଯିବା ଉଚିତ, ମୁଁ କହୁଚି,
କଥାଟା ଆପଣଙ୍କ ମନକୁ ପାଇଲେ ହୁଁ ମାରିବେ ।

ଆମ ପିଲାବେଳେ ଆମେ ଦେଖିଚୁ ଦେବୀ ପୀଠରେ ମାନସିକ ପଶୁବଳି ଦିଆଯାଏ

କେହି କେହି ଦୟାଳୁ ବ୍ୟକ୍ତି ଛେଳି କୁକୁଡା ହଣା ମୋଡାକୁ ପସନ୍ଦ କରନ୍ତି ନାହିଁ, ଦୟା ପାଆନ୍ତି

ସେ କ୍ଷେତ୍ରରେ ବିକଳ୍ପ ବ୍ୟବସ୍ଥା ଥିଲା ପଶୁ ମନ୍କ୍ର ଦେଇ ଜୀବଟିକୁ ଛାଡି ଦେବା

ମାନେ ନନା ମନ୍ତ୍ର ପଢି ଛେଳି ବା କୁକୁଡାଟିକୁ ଦେବୀଙ୍କୁ ଅର୍ପଣ କରିଦେବ, ତା ବେକରେ ଫୁଲ ମାଳ ପଡିବ, ତା ମୁଣ୍ଡରେ ସିନ୍ଦୁର ଲାଗିବ, ତା ବେକରେ କଟୁରୀ ଛୁଆଁ ହେବ, କିନ୍ତୁ ପଶୁଟିକୁ ହଣା ନଯାଇ ସେ ମନ୍ଦିର ହତାରେ ଛାଡି ଦିଆଯିବ

ମାନସିକକାରୀ ଦେବୀଙ୍କ ପାଖରେ ଛେନା ଗୁଡ କଦଳୀ ସାଦା ଭୋଗ କରି ଭୋଗ ଧରି ଘରକୁ ପଳେଇ ଆସିବ, ଭୋଗ ଆଣି ସାହି ପଡିଶାରେ ବାଣ୍ଟିବ, କହିବ ମାନସିକ ପୁରଣ ହେଲାରୁ ଭୋଗ କରିଥିଲି, ସମସ୍ତେ ପାଅ

ରାତିରେ ନନା ସେ ପଶୁମନ୍ତ୍ର ପାଇଥିବା ପଶୁକୁ କାରବାର କରିଦିଅନ୍ତି , ପାରିବାରିକ ପ୍ରସାଦ ବି କରି ଦିଅନ୍ତି

ଏ ଗପ ଏଇଠି ଥାଉ

ଆମେ କହିବା ଭିଜିଲାନ୍ସ ଚଢୋଉ ପରେ କଣ କରିବ ?

1. ସେ ଲୋକଟାକୁ ଭୁଲରେ ଜେଲ୍ କୁ ପଠେଇବ ନାହିଁ,

କାରଣ ଲୋଭ କବଳରେ ପଡି ବିଚରା ଚୋରିଚାରି କରିଚି,
ଲୋଭ କାହାର ନାହିଁ ?

14, 15 ଟା ବ୍ୟାଙ୍କ ଲୁଟେରାଙ୍କ ଭିତରୁ ପା 16 ଟା ଖଣ୍ଡ କେବଳ ଗୁଜୁରାଟୀ , ଛୋଟିଆ ମୋଟିଆ ଚାକିରିଆ ତ ଲକ୍ଷେରେ କୋଟିରେ ଲୁଟୁଚନ୍ତି,

ଆମ ଖଣି ଲୁଟେରାମାନଙ୍କର ବ୍ଲାକ ମନି ପା 1000 କୋଟି ମିନିମମ୍ ବାଲାନ୍ସରୁ ଆରମ୍ଭ

ମୁଁ କିନ୍ତୁ ସେ ଖୁଚୁରା ମାନଙ୍କୁ ଜେଲ୍ ନ ପଠେଇବାକୁ ଏଇଥିପାଇଁ କହୁଚି କି, ତମେ ତ ଅନେଇଥିଲ, ସିଏ ଆମରି ଧନକୁ ଲୁଟି ଚାଲିଥିଲା,

ତାକୁ ତମେ ନେଇ ଆମ ଜେଲ୍ ରେ ପୁରେଇ ଦେଇ ଆସି ଘରେ ଶୋଇବ, ଆମେ ପୁଣି ଓଲୁ କର ଗଣିଲା ପରିକା ତା ଖାଇବା ପିଇବା ରହିବା ଖର୍ଚ୍ଚ ପାଇଁ ଜିଏସଟି ଗଣିବୁ,

ତେଣୁ ଭିଜିଲାନ୍ସ ଅପରାଧିଙ୍କୁ ଜେଲ୍ ପଠେଇବ ନାହିଁ, ଯଦି ପଠେଇବ ତମେ ବରଂ ତାଙ୍କ ଖାଇବା ପିଇବା ଦାୟିତ୍ୱ ନିଅ, ଆମର କିଛି କହିବାର ନାହିଁ

2. ତାକୁ ତା ଚାକିରୀରୁ ବାହାର କରିଦେବ, କିନ୍ତୁ ତାର ସବୁ ସମ୍ପତ୍ତି ବାଜ୍ୟାପ୍ତି କରିବ ନାହିଁ,

ତାକୁ ତା ପିଲାଛୁଆ ପରିବାର ଧରି ରହିବା ପାଇଁ ମାକ୍ସିମମ୍ 3000 ସ୍କୋୟାରଫୁଟ୍ ଜମିରେ ଘର ଖଣ୍ଡେ ଛାଡିବ,

ତା ପରିବାରକୁ ମାକ୍ସିମମ୍ 6 ଏକର ଚାଷ ଜମି ( ବାପା ମା 2, ପିଲା 2, ଜେଜେ ଜେଜେମା 2, ମୁଣ୍ଡ ପିଛା ଏକରେ ହିସାବରେ ) ଛାଡିବ,

ତା ଦୁଇଟା ପିଲାଙ୍କ ପାଇଁ 10 ଲକ୍ଷ ହିସାବରେ 20 ଲକ୍ଷ ବ୍ୟାଙ୍କ ବାଲାନ୍ସ ଛାଡିବ,

ସେ ପଇସାରେ ସିଏ ବେପାର ବଣିଜ ନହେଲେ ଚାଷ ବାସ ଯାହା ଯେମିତି କଣ ଗୋଟେ କରି ଖାଇବେ, କଣ ଖାଇବା ବିନା ତା ଛୁଆପିଲା ମରିବେ ନା କଣ ?

ସେ ବାବୁ ବାବୁଆଣିଙ୍କୁ ମାସକୁ ମାକ୍ସିମମ୍ 3000 ହିସାବରେ ପେନସନ୍ ଦବ, ନହେଲେ ସେ କୋଟି ପତି ପୁଣି ବିପିଏଲ୍ ହେଇକି ଚାଉଳ ମାଗିବ, ଇନ୍ଦିରା ଆବାସ ମାଗିବ

ତା ଦରମା ବନ୍ଦ୍, ତା ମୋଟା ପେନସନ୍ ବନ୍ଦ୍ , ତାର ଅବଶିଷ୍ଟ ସବୁ ସମ୍ପତ୍ତିକୁ ସିଧା ସିଧା ବାଜ୍ୟାପ୍ତି କରି ସରକାରୀ ଖାତାରେ ଚଢେଇ ଦେବ, ସେ ସମ୍ପତ୍ତି ତେଣିକି ତା ବାପ ଅଜା ଅମଳର ହେଇଥାଉ କି ତା ଶଶୁର ଘର ଯୌତୁକ,

କି ହୋ ବାପ ଅଜାଙ୍କର ଏତେ ସମ୍ପତ୍ତି ଥାଉ ଥାଉ ତୁ ଚୋରୀ କରୁଥିଲୁ କାହିଁକି ? ତେଣୁ ଅବଶିଷ୍ଟ ସବୁ ସମ୍ପତ୍ତି ବାଜ୍ୟାପ୍ତି ହେବ

3. କେସ୍ ଅନ୍ ଦି ସ୍ପଟ୍ ଫଇସାଲା କରିବ, ଆଜି ଧରିଲ ତ କାଲି ସଞ୍ଜ ସୁଦ୍ଧା ସବୁ ସମ୍ପତ୍ତି ସରକାର ଖାତାରେ ଲେଖା ହେବା ଦରକାର

4. ଭୁଲରେ ବି କାହା ଉପରେ ରାଗ ରଖି ଟାଣି ଓଟାରି ଭିଜିଲାନ୍ସ ଚଢୋଉ କରିବନି କି କା କଥାରେ ପଡି କାହାକୁ ହଇରାଣ ହରକତ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ଚଢୋଉ କରିବନି, ତୁମକୁ ତୁମ ପିଲାଛୁଆଙ୍କ ରାଣ

5. VIGILANCE ବିଭାଗର କାମ ହେଲା ଆର୍ଥିକ ଦୁର୍ନୀତି ନିବାରଣ, ଆର୍ଥିକ ଦୁର୍ନୀତିଗ୍ରସ୍ତ ପରିବାର ମାରଣ ନୁହେଁ, କାମଟାକୁ ଦୟାକରି ଏଇ ଅର୍ଥରେ ବୁଝିବ

କଥାଟା ମନକୁ ପାଇଲେ ହୁଁ ମାରିବ

ନହେଲେ ଆଉ କିଛି କହିବି ନାହିଁ, ଆଜୁରୁ ହେଉ କି ବାଜୁରୁ ହେଉ

ଟିକେ ଗଣିଲେ କଥାଟା 10 ଧାଡିରେ ସଇଲା ନା ବେଶି ହେଇଗଲା !

– ଲକ୍ଷ୍ମୀଧର ନାୟକ

Mo Lekha: Facebook post – 09.03.2022


Share it

Leave a comment

Your email address will not be published. Required fields are marked *

Verified by MonsterInsights