ଭାଇ କୃତଜ୍ଞ ହୁଅ

Share it

Mo Lekha
4th September 2023

ହା ହା ହା
କୃତଜ୍ଞ ହୁଅ ସଜ୍ଜନ ଭାଇ କୃତଜ୍ଞ ହୁଅ ,
ସତ କୁହ ….

ହାଫ୍ ପ୍ଯାଣ୍ଟ ବାଲା ଗାଳି ଶୁଣି ଶୁଣି ଏବେ ପ୍ରଧାନମନ୍ତ୍ରୀ, ସୁତରାଂ ଗାଳି ମଙ୍ଗଳକର ,

ଗାଳି ଜାରୀ ରହୁ , ଗାଳି ଶୁଣିଲେ ଯଦି ଭାଗ୍ଯ ଖୋଲିଯାଏ ତ ଗାଳି ଚାଲୁ ରହୁ, କାଳେ ଆଙ୍କ ଭାଗ୍ଯ ବି ଖୋଲିଯାଇ ପାରେ, ହା ହା ହା

ଅବଶ୍ଯ ଲାଲୁ ମୁଲାୟମ ଯଦି ସାହସ କରି ଉତ୍ତରପ୍ରଦେଶ ଓ ବିହାରକୁ ସେତେବେଳେ କଂଗ୍ରେସ ମୁକ୍ତ କରି ନଥାନ୍ତେ, ତାହେଲେ ନୋଚା ମାଟିଆ ହାଫ୍ ପ୍ଯାଣ୍ଟ ଚଡି ବୀରମାନେ ହୁଏତ ଆଜି ବି କଂଗ୍ରେସକୁ କ୍ଷମା ପତ୍ର ଲେଖି ଚାଲି ଥାଆନ୍ତେ, ଯେମିତି ଏମର୍ଜେନସୀ ସମୟରେ ଲେଖୁଥିଲେ,

ସେ କ୍ଷମାପତ୍ର ଗୁଡା ଆଜି କାଲି ବହି ଆକାରରେ ଛପା ହେଇ ବଜାରରେ ବି ମିଳିଲାଣି, ଥରେ ଅଧେ ପଢୁନ ମୋର ପ୍ରିୟ ବୀର ନକଲି କଟକୀ ସଜ୍ଜନ କୁମାର ଅଗ୍ରବାଲ୍ ଭାଇ

ଏ ଲୋକଟାକୁ ଜୀବନରୁ ମାରିଦେଲେ ବି ଏ ତାର ସଂକଳ୍ପରୁ ଓହରୁଛି କି ? କେବେ ଶୁଣିଛ ଶତ୍ରୁ ସହ ( ମାନେ ଯାହାକୁ ସିଏ ଶତ୍ରୁ ବୋଲି ଭାବୁଛି, ଯଥା ଅସ୍ପୃଶ୍ଯତା, ଉଚ୍ଚ ନୀଚ୍ଚ ଭେଦଭାବ, ଗରୀବି, ଧର୍ମାନ୍ଧତା ଇତ୍ଯାଦି ) ସେ କେବେ ସାଲିସ କରିବା ?

ଇଡି, ସିବିଆଇ, ଜେଲ୍ , ଜୀବନ ଭୟରେ କେବେ ଅନ୍ଯମାନଙ୍କ ଭଳି ଦଳ ବଦଳେଇ ଶତ୍ରୁ ସହ ଲଢେଇ ଛାଡି ଦେବା କଥା ?

ସେଥି ପାଇଁ ଏଭଳି ଲୋକମାନେ ନେତା ଆଉ ଯିଏ ଯିଏ କିଏ କିଏ ନୋଚା ।

ନୋଚାମାନେ ତ ବିପଦ କଥା କେବଳ ଶୁଣିଲା ମାତ୍ରେ ନୋଚେଇ ଯାଇ କାଗଜ କଲମ ଅଣ୍ଡାଳି ପକାନ୍ତି କ୍ଷମାପତ୍ର ଲେଖିବାକୁ । କିନ୍ତୁ ଯିଏ ନେତା ଜୀବନ ଯିବା ଯାଏ ସେ କେବେ ଶତ୍ରୁ ସହ ଲଢିବା ଛାଡି ଦିଏନି ।

ଏଇଥି ପାଇଁ ବୋଧେ ଲାଲୁ ଯାଦବ, ବିଜୁ ପଟ୍ଟନାୟକ, ଅଟଳ ବିହାରୀ ବାଜପେୟୀଙ୍କ ଭଳି ବ୍ଯକ୍ତିମାନେ ଜନପ୍ରିୟ ଲୋକ ନେତାର ମାନ୍ଯତା ପାଆନ୍ତି ମଣିଷମାନଙ୍କ ଠାରୁ ।

ଅବଶ୍ଯ କୃତଘ୍ନ ତଥା ଅମଣିଷମାନଙ୍କ କଥା ଅଲଗା ।

ସେମାନଙ୍କ ପ୍ରତି କୃତଜ୍ଞ ହୁଅ, ଯେଉଁମାନେ ଏକଦା ମଣିଷଖିଆ ବାଘ ଭଳି ଗର୍ଜୁଥିବା କଂଗ୍ରେସର ପାଟି ଚିରି, ତାର କଥା କଥାକେ ପୁଲିସି, ସିବିଆଇ , ଆଇ ଟି, ଜେଲ୍ , ଏମର୍ଜେନ୍ସୀ ଲଗେଇ କାମୁଡି ବିଦାରି ପକୋଉଥିବା ମଣିଷଖିଆ ଦାନ୍ତକୁ ଓପାଡି ଫୋପାଡି ଦେଇ ପାରିଥିଲେ, ଯେତେବେଳେ ଆମ ହାଫ୍ ପ୍ଯାଣ୍ଟ ପିନ୍ଧା ବହୁ ମୁଖ୍ଯ ବୀରମାନେ ଭୟରେ ପ୍ଯାଣ୍ଟରେ ମୁତି ରାଷ୍ଟ୍ର ଚିନ୍ତା ଛାଡିଦେଇ ନିଜ ପିଲା ଛୁଆଙ୍କ ଭବିଷ୍ୟତ ଚିନ୍ତାରେ ତତ୍କାଳୀନ କଂଗ୍ରେସ ସରକାରକୁ କ୍ଷମାପତ୍ର ଲେଖୁଥିଲେ ।

ସଜ୍ଜନ ଭାଇ, ଆଜି ଆମେ ଯେଉଁ କଂଗ୍ରେସ ସହ ଲଢି ଜିତି ଯାଉଥିବାର ବାହା ବାଃ ନେଉଛନ୍ତି ସେଇଟା ଗୋଟେ ମୂଷା ଖିଆ ପୋଷା ବିଲେଇ, ସେ ପୁରୁଣା ମଣିଷ ଖିଆ ବାଘ ନୁହେଁ ।

ନିଜ ବିବେକକୁ ପଚାରି ସାହସ କରି ସତ କହି ହେବ କି ସଜ୍ଜନ ଭାଇ,
ସେତେବେଳର ସେ କ୍ଷମତା ନିଶାରେ ଚୁର୍ ଅହଙ୍କାରୀ ମହାବଳ ମଣିଷଖିଆ କଂଗ୍ରେସ ବାଘକୁ ମୂଷାଖିଆ ପୋଷା ବିଲେଇ ବନେଇ ଦେଇ ପାରିଥିବା ସେ ଅହୀର ନୀର୍ଭୀକ ସାପୁଆ କେଳାମାନେ କିଏ ? ସେମାନେ କୃତଜ୍ଞତାର ପାତ୍ର ନା ନାହିଁ ?

ସତ କୁହ, କୃତଜ୍ଞ ହୁଅ ସଜ୍ଜନ ଭାଇ କୃତଜ୍ଞ ହୁଅ

ନମସ୍କାର


Laxmidhar Nayak
My Facebook Post: 4th September 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights