ବିଷଯୁକ୍ତ ପଖାଳ ଫାଇଲସ୍ ….

Share it

ନିଜ ପଖାଳ କଂସାକୁ
ବିଷମୁକ୍ତ କରିବାର ମୁଖ୍ୟ ଉପାୟ

ସରକାର ଯଦି ଧାନ କିଣିବେ, ବିଲାତି ବି କିଣିବା କଥା, ଆଳୁ ବାଇଗଣ କଞ୍ଚା ଲଙ୍କା ବି କିଣିବା କଥା, କି ନୁହେଁ ?

ନା, ସରକାର ସେପରି କରିବେ ନାହିଁ । କାରଣ ଧାନ ବିକିବା ଚାଷୀ ଧନୀ, ପନିପରିବା ବିକିବା ଚାଷୀ ଗରୀବ ।

ଗୋଟେ 100 ଚାଷୀ ପରିବାର ଥିବା ଗାଁରେ 10 ବଡ ଚାଷୀ ପରିବାର ଧାନ ବିକୁଥିଲେ ବିକୁଥିବେ । ( ଆପଣଙ୍କ ନିଜ ଗାଁ କଥା ହିସାବ କରୁ ନାହାନ୍ତି, ଜାଣି ପାରିବେ ) କିନ୍ତୁ ସବୁ ଚାଷୀ ପରିବାର ବଳକା ପରିବା ଉତ୍ପାଦନ କରି ପାରନ୍ତି ।

ସରକାର ଧାନ କିଣା ବେପାର ବନ୍ଦ କରନ୍ତୁ । ବିପିଏଲ୍ ପରିବାରକୁ ଚାଉଳ ବାବଦ ଟଙ୍କା ଦେଇ ଦିଅନ୍ତୁ, ସିଏ ତା ଗାଁରୁ ଧାନ କିଣି ଚାଉଳ କରୁ, ବହୁ ଭାଗ କୃଷକଙ୍କର ଉନ୍ନତି ହେବ ।

ପଇସା ନଦେଇ ଚାଉଳ ଆଉ ଦଶ ବର୍ଷ ଦେଲେ ଛୋଟ ଚାଷୀ ବଡ ଚାଷୀ ସହ କମର୍ସିଆଲ ଧାନ ଚାଷରେ ପ୍ରତିଯୋଗୀତା କରି ନପାରି ଚାଷ ଛାଡି ଦେବ । ନିଜ ଅଳପ ଜମିକୁ ଆନ୍ଧ୍ର ବେପାରୀ-ଚାଷୀଙ୍କୁ ଲିଜ୍ ଦେଇ ସେଇ ଜମିରେ ମୂଲ ଲାଗିବ । ବରଗଡର କ୍ଷୁଦ୍ର ମଧ୍ୟମ ଚାଷୀ ଆନ୍ଧ୍ର ବେପାରୀର ମୂଲିଆ ହେବ । ଆନ୍ଧ୍ର ଧାନ ବେପାରୀ ଚକଦାରିଆ ଧାନ ଚାଷ କରି ଲାଭ ପାଇଁ ଧାନରେ ହଜାର ହଜାର ଲିଟର ଉତ୍କଟ ବିଷ ଢାଳି ଧାନ ଫଳେଇବ ।

ସରକାର ତାକୁ କିଣିକି ବିପିଏଲକୁ ଦେବ । ସେ ଚାଉଳକୁ ବରଗଡ ବିପିଏଲ୍, ଏପିଏଲ୍, ସ୍କୁଲ ଛୁଆ, ଏପରିକି ଓଡିଶାସାରାର ଲୋକ ଖାଇ କ୍ୟାନସର ଆଦି ବେମାରୀ ଭୋଗିବେ । ସରକାର ସେଠାରେ କ୍ୟାନସର ହସପିଟାଲ ବସେଇ ଲୋକଙ୍କୁ ସାହାଯ୍ୟ କରୁଚି ବୋଲି ବାହାବା ନେବ ।

ତେଣୁ ସରକାର ଦୟାକରି ଧାନ ବେପାର ବନ୍ଦ କରନ୍ତୁ ଓ ସେ ପଇସା ସିଧା ବିପିଏଲ୍ ଆକାଉଣ୍ଟକୁ ଦିଅନ୍ତୁ । ଏହା ହିଁ ନିଜ ପଖାଳ କଂସାକୁ ବିଷମୁକ୍ତ କରିବାର ମୁଖ୍ୟ ଉପାୟ ।

ବିପିଏଲ୍ ବି ଜାଣିବା ସହଜ ହେବ କେନ୍ଦ୍ର ସରକାରଙ୍କ ପାଖରୁ କେତେ ଆସିଲା, ରାଜ୍ୟ ସରକାର କେତେ ଦେଲେ ।

ଲକ୍ଷ୍ମୀଧର ନାୟକ
Mo Lekha: Facebook post- 20.03.2022


Share it

Join the Conversation

1 Comment

  1. ଏଭଳି ଉଚିତ ଓ ପ୍ରଜାହିତକାରି ମନ୍ତ୍ରକୁ ସରକାର ଗ୍ରହଣକଲେ, ଦେଶର ପ୍ରଜାକୂଳ ନିରୋଗା, ପରିଶ୍ରମୀ, ସହିଷ୍ଣୁତା ଏବଂ ଅନ୍ୟ ଅନେକଗୁଣରେ ପରିପୂର୍ଣ ହୋଇ ଦେଶ ଅଚିରେ କଥିତ ରାମରାଜ୍ୟରେ ପରିଣତ ହୁଅନ୍ତା । କିନ୍ତୁ ଉଚିତ ପରାମର୍ଶ ଦାତାଙ୍କ ଅଭାବରେ ଅବୁଝା ରାଜାକୁ ପାଳଚୁଣ୍ଟା ମନ୍ତ୍ରୀ ନ୍ୟାୟ ! ପ୍ରଣାମ ଶତକୋଟି ….🙏🙏🙏🙏

Leave a comment

Your email address will not be published. Required fields are marked *

Verified by MonsterInsights