ଭାରତୀୟ କୃଷି ଗବେଷଣା କେନ୍ଦ୍ର, ଦିଲ୍ଲୀର ବୈଜ୍ଞାନିକ ମାନେ ନିକଟରେ ପରୀକ୍ଷା କରି ଜାଣି ପାରିଛନ୍ତି ଯେ ସବୁଜ ବିପ୍ଲବ ନାଁରେ ଚାଷ ହେଉଥିବା ଅଧିକ ଅମଳ କ୍ଷମ ଚାଉଳ ବା ଗହମରେ ପୃଷ୍ଟି ବା ଖାଦ୍ୟ ତତ୍ତ୍ୱ ପ୍ରାୟ ନାହିଁ ।
କମ୍ପାନୀ ବିହନ, ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଦ୍ଵାରା ଉତ୍ପାଦିତ ଏହି ଚାଉଳ ଓ ଗହମରେ ବିଷ ଭର୍ତ୍ତି ।
ଏହି ଚାଉଳରେ ଲୌହ ବା ଜିଙ୍କ ଭଳି ପୃଷ୍ଟି ପୋଷକର ଯଥେଷ୍ଟ ଅଭାବ ।
(ଆଧାର – କେତେ ସୁରକ୍ଷିତ ଚାଉଳ ଓ ଗହମ : ଖାଦ୍ୟ ତତ୍ତ୍ୱ ବଦଳରେ ବିଷାକ୍ତ ଉପାଦାନ ଅଧିକ – ସମାଜ ତା ୨୮.୦୧.୨୦୨୪)
ଏହି ଚାଉଳ ବା ଗହମର ବ୍ୟବହାର ଯୋଗୁଁ ଅଣସଂକ୍ରାମକ ରୋଗ ଯଥା କର୍କଟ (CANCER), ମଧୁମେହ (Diabetes), (Hyper Tension), ଅପସ୍ମାର (Epilepsy) ପକ୍ଷାଘାତ (Parlysis) ଭଳି ମାରାମତ୍କ ରୋଗ ଆମ ଦେଶରେ ବଢି ଚାଲିଛି । ପଞ୍ଜାବର କ୍ୟାନସର ଟ୍ରେନ ଓ ବରଗଡର କ୍ୟାନସର ହସ୍ପିଟାଲ ଏହି ବିଷ ଖାଦ୍ୟର ଫଳ ।
ବିଷ ମୁକ୍ତ ସ୍ଵାସ୍ଥକର ଖାଦ୍ୟ ଉତ୍ପାଦନ ପାଇଁ ନିଆଳିର ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଆଜକୁ ଗତ ୩୦ ବର୍ଷ ହେଲା ଜୈବିକ କୃଷି /ପ୍ରାକୃତିକ କୃଷି ପଦ୍ଧତିରେ ଚାଷ କରୁଛି ।
ଦେଶୀ ଧାନ ବିହନରେ ରାସାୟନିକ ସାର ବା କୀଟନାଶକ ବ୍ୟବହାର ଶୂନ । ଚାଷୀମାନେ ଉତ୍ପାଦିତ ବିଷମୁକ୍ତ ଧାନରୁ ଚାଉଳ ଓ ଚୁଡା ପ୍ରସ୍ତୁତ କରି ବିକ୍ରି ବଟା କରୁଛନ୍ତି ।
ବିଷ ଚାଉଳର ୧୦୦ ଗ୍ରାମରେ ୨-୩ ପ୍ରତିଶତ ପୁଷ୍ଟିସାର ମିଳୁଥିବା ବେଳେ ଆମ ଦେଶୀ ଚାଉଳ ୧୦୦ ଗ୍ରାମରେ ୭ ରୁ ୧୨ ଗ୍ରାମ ପୃଷ୍ଟିସାର, ଲୌହ, ଜିଙ୍କ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଥିଆମିନ, ନାଇସିନ,ଭିଟାମିନ ଏ, ବି ,ଇ ଯଥେଷ୍ଟ ମିଳୁଛି ।
ଯୋଗା ଯୋଗ :
ନଟବର ଷଡଙ୍ଗୀ-(ମୋ)୯୯୩୭୬୨୦୮୮୩
ଯୁବରାଜ ସ୍ଵାଇଁ-(ମୋ)୯୯୩୮୪୦୪୭୬୬
ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର, ନିଆଳି, ଜିଲ୍ଲା – କଟକ