ବିଶ୍ୱ ଆଦିବାସୀ ଦିବସ ଗୋଟେ କଣ ?

Share it

ମୋ ଲେଖା
My Facebook Post: 9th August 2021

ବିଶ୍ୱ ଆଦିବାସୀ ଦିବସ ଗୋଟେ କଣ ?
ସେମାନେ ସବୁ କଣ ପୃଥିବୀ ସଂଗ୍ରହାଳୟର ମନୁମେଣ୍ଚ ଆଉ ତମେ ସବୁ ମଙ୍ଗଳ ଗ୍ରହରୁ ଆସିଛ ?

ହଁ, କିଛି ଲୋକ ଅତି ମାତ୍ରାରେ ପ୍ରକୃତିପ୍ରେମୀ ଓ ଅତି ସରଳ ଜୀବନଯାପନକାରୀ, ଗୋଟାଏ ମୁଲକର ମୂଳ ଅଧିବାସୀ,
ମୂଳ ମାଲିକ ବି କୁହାଗଲେ କୁହାଯାଉ ।

ଯଦି ଏହାର ପ୍ରତିଶବ୍ଦ ଆଦିବାସୀ ହୁଏ ଓ ସେଥିପାଇଁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଥାଏ, ତାହେଲେ ଠିକ୍ ଅଛି ।

ନହେଲେ ସେମାନଙ୍କୁ ସେମାନଙ୍କର ଜଙ୍ଗଲ ଝରଣା ପାହାଡ ପର୍ବତ ନଦୀ ନାଳ ହୀରା ନିଳା ମୋତି ମାଣିକ ଆଇରନ ମାଙ୍ଗାନିଜ ବକ୍ସାଇଟ୍ ଜୀବ ଜନ୍ତୁ ଉପରୁ ନାନାଦି ଫିସାଦିଆ ଆଇନ କାନୁନ କରି , ତା ମାଧ୍ୟମରେ ଏ ସବୁ ଉପରୁ ତାଙ୍କର ସମସ୍ତ ଅଧିକାର ହଡପ କରି ନେଇ ତାଙ୍କ ମନ ଭୁଲେଇବା ପାଇଁ ତମେ ଯେଉଁ ବିଶ୍ୱ ଆଦିବାସୀ ଦିବସ ପାଳନ କରିବାର ମସୁଧା କରୁଚ ମୁଁ ସେ କଥାକୁ ନା ପସନ୍ଦ କରୁଚି,
ଛିଃ ବୋଲି କହୁଚି ।

ତମେ ଯଦି ସତରେ ସେ ପ୍ରକୃତିପ୍ରେମି ଲୋକମାନଙ୍କୁ ଏତେ ଭଲ ପାଉଚ, ତାହେଲେ ପ୍ରଥମେ ତମ ଜଙ୍ଗଲ ବିଭାଗ ଓ ଜଙ୍ଗଲ ଆଇନ ଓ ଆଉ ସେଇମିତିକା ଅଳପ କେଇଟା ଆଇନକୁ ଆବୋଲିସ କରି ଦିଅ,

ଦେଖିବ, ସିଏ ରଜା ଆଉ ତମେ ଭିକାରୀ,
ଶ ଦିନ ରାତି ତା ଦୁଆରେ ଛିଡା ହେଇ ତମେ ମାଗୁଥିବ ,
ସିଏ ତୁମକୁ ହାତ ଟେକି ଦେଉଥିବ,

ସେ ମହୁଲ ଫୁଲ ହେଉ କି ମାଙ୍ଗାନିଜ୍, ଲବଙ୍ଗି ଫୁଲ ହେଉ କି ଲୁହା ଖାଦାନ, ସିଏ ବ୍ରୁମ୍ ହେଉ କି ବକ୍ସାଇଟ୍,

ତମେ କଣ ତାକୁ ଦୟା କରୁଚ, ଦାନ କରୁଚ ?

ସିଏ ସରଳ, ଏଇଥି ପାଇଁ ଏଡେ ଫୁଟାଣିଆ କଥା କହୁଚ ?

ତାରି ସମ୍ପତ୍ତି ଖାଇ ତାକୁ ଆଇନ ବଇ ପଢୋଇଚ ରେ ପରଧନ ହଡପକାରୀ କୃତଘ୍ନ ବେଇମାନ ଯାଯାବର ଦଳ !

ଛିଃ ….

ଲକ୍ଷ୍ମୀଧର ନାୟକ
My Facebook Post:9th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights