ବାଂଲାଦେଶୀ ଭାରତ ଭିତରେ ଧସେଇ ପଶିବାର କାରଣ

Share it

ଜନ ସଂଖ୍ଯା ଓ ସମୃଦ୍ଧି

ଗୋଟିଏ ବର୍ଗ କିଲୋମିଟର ହେଉଚି ୨୪୭ ଏକର ଜମି ।

ଭାରତର ଗୋଟିଏ ବର୍ଗ କିଲୋମିଟରରେ ରହୁଛନ୍ତି ୪୫୫ ଜଣ, ଅର୍ଥାତ୍ ମୁଣ୍ଡ ପିଛା ଅଧ ଏକରରୁ କମ୍ ଜମି,

ଚୀନ୍ ରେ ପ୍ରତି ବର୍ଗ କିଲୋମିଟରରେ ରହୁଛନ୍ତି ୧୫୧ ଜଣ,
ତାଂକର ମୁଣ୍ଡ ପିଛା ଜମି ପଡିଲା ଦେଢ ଏକରରୁ ଅଧିକ,

ବାଂଲାଦେଶରେ ପ୍ରତି ବର୍ଗ କିଲୋମିଟରରେ ରୁହନ୍ତି ୧୨୭୮ ଜଣ, ତାଙ୍କର ମୁଣ୍ଡପିଛା ଜମି ପଡୁଛି ଚାରି ଗୁଣ୍ଠ

ଯେଉଁ ଦେଶର କୃଷି ଭିତ୍ତିଭୂମି ଯେତିକି ସୁଦୃଢ, ସେ ଦେଶର ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍, ମାନବ ସମ୍ୱଳ ସେତିକି ବିକଶିତ ହୋଇପାରିବ

ଯେଉଁ ଦେଶର ଲୋକ ସଂଖ୍ଯା ବର୍ଗ କିଲୋମିଟର ପିଛା ୨୦୦ ଟପିଲା,
ସେଠି ଶିକ୍ଷା, ସ୍ୱାସ୍ଥ୍ୟ, ମାନବ ସମ୍ୱଳ, ଶିଳ୍ପ, ବିକାଶ, ସବୁ ଟଳମଳ

ଆମେରିକାରେ ପ୍ରତି ବର୍ଗ କିମିରେ ୩୬ ଜଣ, ଅର୍ଥାତ୍ ମୁଣ୍ଡ ପିଛା ଜମି ୭ ଏକର,
ମନେକର କୌଣସି ସମୟରେ କାହାରିକୁ ଚାକିରି ବାକିରି କିଛି ମିଳିଲାନି,
ଆମେରିକାର ଗୋଟାଏ ପରିବାର – ଜେଜେ ଜେଜେମା ୨, ବାପ ମା ୨, ପିଲା ୨, ମୋଟ ୬ ଜଣ । ଜମି ହେଲା ୬ x ୭ = ୪୨ ଏକର ।
୪୨ ଏକରରେ ଏପରିକି ଚାଷ ନକଲେ ମଧ୍ଯ ମନକୁ ମନ ଯେତିକି ଅନାବନା ଗଛ ଉଠିବ, ତା ଫଳ ମୂଳକୁ ତୋଳି ଖାଇଲେ ବି ଗୋଟାଏ ସଭ୍ଯତା ବଞ୍ଚିଯିବ।

ହେଲେ ବାଂଲାଦେଶର ଲୋକେ କଣ କରିବେ ? ଜୀବନ ବଞ୍ଚେଇବା ପାଇଁ ଏ ଦେଶ ସେ ଦେଶ ସୀମା ଡେଇଁ ପଶିବାକୁ ବାଧ୍ଯ ।

ଭାରତୀୟମାନଙ୍କ ଅବସ୍ଥା ମଧ୍ଯ ତଦ୍ରୂପ। ପ୍ରତି ବର୍ଷ ଲକ୍ଷ ଲକ୍ଷ ଭାରତୀୟ ବିଦେଶ ଯାଉଛନ୍ତି, ଯେନତେନ ପ୍ରକାରେ ସେଠାକାର ନାଗରୀକତ୍ବ ନେଇଯାଇ ସେ ଦେଶରେ ରହିଯାଉଛନ୍ତି ଆଉ ଭାରତ ଫେରୁ ନାହାଁନ୍ତି।

ଆଗକୁ ଏ ପରିସ୍ଥିତି ଆହୁରି ଭୟଙ୍କର ହେବ ।

Laxmidhar Nayak
My Facebook Post: 1st September 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights