ବୀର ବାଣି

Share it

୧. “ କେବଳ ପବନ ବହୁଛି ବୋଲି ଆମର ତ୍ରୀରଂଗା ଫର ଫର ହୋଇ ଉଡୁନି, ଯେଉଁ ପବନରେ ଆମ ତ୍ରୀରଂଗା ଫର ଫର ହୋଇ ଉଡୁଥିବାର ତୁମେ ଦେଖୁଛ, ତାହା ବସନ୍ତର ମଧୁର ମଳୟ ନୁହେଁ, ତାହା ପ୍ରତ୍ଯେକ ଶହୀଦର ଅନ୍ତିମ ନିଃଶ୍ୱାସ ମଧ୍ଯ।”

୨. “ମୁଁ ମୋର ଶୌର୍ଯ୍ଯର ବାନା ଉଡାଇବା ପୂର୍ବରୁ ମୋତେ ଯଦି ସ୍ୱୟଂ ମୃତ୍ଯୁ ବି ଆକ୍ରମଣ କରେ, ମୁଁ ସେ ମୃତ୍ଯୁକୁ ମଧ୍ଯ ସଂହାର କରିବି । “

– ପରମ ବୀର ଚକ୍ର କ୍ଯାପ୍ଟେନ୍ ମନୋଜ କୁମାର ପାଣ୍ଡେ,
୧/୧୧, ଗୋର୍ଖା ରାଇଫଲ୍

୩. “ତୁମମାନଂକପାଇଁ ଯାହା ଜୀବନର ଶ୍ରେଷ୍ଠ ଦୁଃସାହସ, ସେଇଟା ଆମର ଜୀବନଚର୍ଯ୍ଯା, ନିତିଦିନିଆ ଅଭ୍ଯାସ । “

– ଲଦାଖ ଲେହ ଜାତୀୟ ରାଜପଥରେ ଲାଗିଥିବା
ସେନାର ସାଇନ୍ ବୋର୍ଡ

୪. “ମୁଁ ସୀମାନ୍ତରେ ତ୍ରୀରଂଗା ଉଡେଇକି ଫେରିବି ନହେଲେ ଦେହରେ ତ୍ରୀରଂଗା ଗୁଡେଇ ହୋଇକି ଫେରିବି, କିନ୍ତୁ ଫେରିବି ନିଶ୍ଚୟ । “

– ପରମବୀର ଚକ୍ର କ୍ଯାପ୍ଟେନ୍ ବିକ୍ରମ ବାତ୍ରା

୫. “ଲକ୍ଷେ ଚଢେଇରେ ବାଜ ବଳୁଆ
ଲକ୍ଷେ ବଳୁଆରେ ଯିଏ ଲଢୁଆ
ସିଏ କୃଷ୍ଣବଂଶୀ ଅହୀର ଛୁଆ ।”
– ୧୯୬୨ରେ ଚୀନ୍ ସହ ରେଜାଂଗ୍ ଲା ବା ରେଜାଂଗ୍ ଗିରିପଥ ଯୁଦ୍ଧରେ ଶହୀଦ ହୋଇଥିବା ଅହୀର ଜବାନଂକ ଉଦ୍ଦେଶ୍ଯରେ କୁହାଯାଉଥିବା ପଂକ୍ତି, ଯାହାଂକପାଇଁ ଲଦାଖ ଆଜି ଚୀନର ନହୋଇ ଭାରତରେ ରହିବା ସମ୍ଭବ ହୋଇଛି ଏବଂ Rezang La ଯୁଦ୍ଧ ଜାତିସଂଘ ଦ୍ୱାରା ଘୋଷିତ ବିଶ୍ୱର ଅଷ୍ଟ ମହାଯୁଦ୍ଧ ମଧ୍ଯରେ ସ୍ଥାନ ପାଇଛି।

୬. “ଯଦି କେହି କହୁଛି ସେ ମୃତ୍ଯୁକୁ ଭୟ କରେ ନାହିଁ, ତାହେଲେ ସେ ମିଛ କହୁଛି ନହେଲେ ସେ ଜଣେ ଗୋର୍ଖା । “

– ଫିଲ୍ଡ ମାର୍ଶାଲ ଶ୍ଯାମ ମାନେକ୍ସା

୭. “ଈଶ୍ୱର ଆମର ଶତ୍ରୁମାନଂକୁ ଦୟା କରନ୍ତୁ,
କାରଣ ଆମେ ତାହା କରିପାରିବୁନି । “

– ଭାରତୀୟ ସେନା

୮. “ଶତ୍ରୁ ସଂହାର ଆମର ପେଷା,
ମାତୃଭୂମୀକୁ ଭଲପାଇବା ଆମର ନିଶା,
ମୃତ୍ଯୁକୁ ପ୍ରତିହତ କଲେଯାଇ
ଆମେ ଦେଖୁ ବଂଚିବାର ଆଶା । “

– ସେନା ଟ୍ରେନିଂ କଲେଜର ଆପ୍ତବାକ୍ଯ

୯. “ ଶତ୍ରୁଂକୁ କ୍ଷମା କରିବା ଈଶ୍ୱରଂକ ଦାୟିତ୍ୱ,
ଶତ୍ରୁଂକୁ ଈଶ୍ୱରଂକ ସହ ଭେଟେଇଦେବା ଆମର ଦାୟିତ୍ୱ ।”

– ଭାରତୀୟ ସେନା

୧୦. ମୁଁ ଦୁଃଖିତ ଯେ ମୁଁ କେବଳ ଥରେମାତ୍ର
ମୋ ଦେଶପାଇଁ ଜୀବନ ଦେଇ ପାରିବି ।”

– ପ୍ରେମ ରାମଚନ୍ଦାନୀ, ଫ୍ଲାଇଂ ଅଫିସର,
ଭାରତୀୟ ବାୟୁସେନା

ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights