ବ୍ରଏଲର କୁକୁଡାର ଦୁଃଖକୁ ସୁଖ ଭାବି ଯେହ୍ନେ କାନ୍ଦଇ ଦେଶୀ, ଚାକିରୀଆଙ୍କ ଦୟନୀୟ ଜୀବନକୁ ଧନପୂର୍ଣ୍ଣ ସୁଖ ବୋଲି ଝୁରୁଛି ଚାଷୀ

Share it

Mo Lekha
Laxmidhar Nayak
My Facebook Post: 15th August 2023

ବ୍ରଏଲର କୁକୁଡାର ଦୁଃଖକୁ ସୁଖ ଭାବି
ଯେହ୍ନେ କାନ୍ଦଇ ଦେଶୀ
ଚାକିରୀଆଙ୍କ ଦୟନୀୟ ଜୀବନକୁ ଧନପୂର୍ଣ୍ଣ ସୁଖ ବୋଲି ଝୁରୁଛି ଚାଷୀ

ଯୋଉ ମୁର୍ଖ ଦେଶୀ କୁକୁଡା ଭାବିବ ଯେ ହେ ଭଗବାନ ମୋ ପ୍ରତି କାହିଁକି ଅନ୍ଯାୟ ପାତର ଅନ୍ତର କଲୁ ?

ଦେଖ୍ ଭଗବାନ, ବ୍ରଏଲର କୁକୁଡା କିମିତିକା ଲକ୍ଷ ଲକ୍ଷ ଟଙ୍କା ମୂଲ୍ଯର ପକ୍କା ଘରେ ରହୁଛି, ଆମକୁ ସକାଳୁ ସଞ୍ଜ ଖୋଲା ଆକାଶ ବିସ୍ତୀର୍ଣ୍ଣ ପଡିଆରେ ବୁଲି ସଞ୍ଜରେ ଭାଡିରେ ଶୋଇବା ବ୍ଯବସ୍ଥା,

ତା ଘରେ କେଡେ କେଡେ ଏସି ଲାଗିଚି, ଜଣ ପିଛା ଦିନକୁ ଦେଢ ଲିଟର ପବନ ଖଞ୍ଜା , ଆମ ପାଇଁ ଗୋଟେ ଖୋଲା ବାଯୁମଣ୍ଡଳ, ତାର ଡିମାଣ୍ଡ ସପ୍ଲାଇ କଣ୍ଟ୍ରୋଲର କେହି ନାହିଁ,

ତାକୁ ଆମ ପରି ମାଟି ବିଦାରି ଫ୍ରେସ୍ ଖାଦ୍ଯ ଖୋଜି ଖୋଜିକି ଖୁମ୍ପି ଖୁମ୍ପି ଖାଇବାକୁ ପଡୁନି, ତା ପାଇଁ କମ୍ପାନୀରୁ ବସ୍ତା ବସ୍ତା ସୁନ୍ଦର ପଚା ସଢା ବାସୀ ଦରବେ ବାସନା ଅତର ଛିଞ୍ଚା ଖାଦ୍ଯ ଅଣାଯାଉଛି,

ସିଏ ଆମ ପରି ନଈ ପୋଖରି ଅକାତ କାତ ପାଣି ପିଉନି, ତା ପାଇଁ କେଡେ ସୁନ୍ଦର ପାଇପ ପାଣି ବ୍ଯବସ୍ଥା କରାଯାଇଛି, ଦିନକୁ ଜଣ ପିଛା ତିନି ଚାମୁଚ,

ସେମାନଙ୍କୁ ହାଇଲି ଏଜୁକେଟେଡ୍ ବେକାର ବି ଏ , ଏମ ଏ, ଇଞ୍ଜିନିୟର, ଏମ ବି ଏ ପାଠୁଆ ଲୋକ ପାଳୁଛନ୍ତି, ତେଣୁ କଲେଜ ପାଠୁଆ ଲୋକଙ୍କ ସହ ମିଶି ସେମାନେ ଆମଠାରୁ କେତେ ନଲେଜିଏବୁଲ୍ ହେଇ ନଥିବେ ସତରେ , ଆମ ମାଲିକ ତ ତା ଚଉଦପୁରୁଷରେ କଲେଜ ଦେଖିବାର ଚାନ୍ସ ନାହିଁ,

ତା ପାଇଁ କେଡେ କେଡେ ପାଠୁଆ ସୁଟ୍ ବୁଟ୍ ଟାଇ ପିନ୍ଧା ଡାକ୍ତର ତାକୁ ନିଇତି ଓଷଦ ଖୋଉଛନ୍ତି, ଆମକୁ ସେ ଶାଲା ରୋଗ ବଇରାଗ ବି ହେଉନି, ହେଲେ ବି ଚାମୁଚେ ଚୂନପାଣି, କୋଉ ଧୋବ ଫରଫର ପାଠୁଆ ଡାକ୍ତର ଆମକୁ ସେବା କରୁନି, ଆମ ଷ୍ଟାଟସ ବଢୁନି ….

ଗୋଟାଏ ବନ୍ଦି ବ୍ରଏଲର କୁକୁଡ଼ାର ସୁଖ ଆଉ ଷ୍ଟାଟସ ସମ୍ପର୍କରେ ଏମିତି ଭାବୁଥିବା ସେ ଦେଶୀ ମୁର୍ଖଠୁ ମହାମୁର୍ଖ ମୁଁ ଆଉ କୋଉଠୁ ଖୋଜିବି ଆଜ୍ଞା ??

ଗାଁ ଚାଷୀ ବି ଯଦି ସେମିତି ଭାବୁଥିବ – ଦେଖ ଚାକିରୀ ବାକିରୀ କରୁଥିବା କିରାଣୀ, ଆଇ ଏ ଏସ , ଓ ଏ ଏସ, ଧନୀ ଲୋକ, ସହରୀ ଲୋକ କେଡେ ଅୟସରେ ଅଛନ୍ତି , ତାହେଲେ ଆଉ କଣ କହିବା ?

ଯେତେ ଦିନ ଜଣେ ଚାଷୀ ଚାକିରୀଆଙ୍କ ସୀମାଙ୍କିତ ଦୟନୀୟ ଜୀବନ, ଅକ୍ଷମତା ଆଉ ପଙ୍ଗୁତ୍ବକୁ ଧନପୂର୍ଣ୍ଣ ସୁଖ ବୋଲି ଝୁରି ହେଉଥିବ,

ଏମିତି ଝୁରୁ ଝୁରୁ ଗୋଟେ ଭାରତୀୟର ଜୀବନ ହୁଏତ କେତେବେଳେ ଧନମୟ ହେଲେ ବି ହେଇ ଯାଇ ପାରେ,

କିନ୍ତୁ ସ୍ବାଧୀନ ସୁଖମୟ ଆନନ୍ଦମୟ ହୋଇପାରିବ କି ?

ମୁଁ 77 ରେ ଏକଥା କହିଲି ତମେ 770 ରେ ମତେ କହିବ

Laxmidhar Nayak
My Facebook Post: 15th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights