ବାବା ସାହେବଙ୍କୁ ଟିକେ ଦୟା କର ହେ

Share it

Mo Lekha
Laxmidhar Nayak
My Facebook Post: 26th August 2023

ଏମାନେ ଅଯୋଗ୍ଯ ମଧ୍ଯ ।
ବାବା ସାହେବ ସମ୍ବିଧାନରେ ଏମାନଙ୍କୁ ସଂରକ୍ଷଣ ସୁବିଧା ଦେଲେ । ସମ୍ବିଧାନ ଅନୁସାରେ ସଂରକ୍ଷିତ ନୀର୍ବାଚନ ମଣ୍ଡଳୀରେ ଏମାନଙ୍କ ବ୍ଯତୀତ ଅନ୍ଯ କେହି ନୀର୍ବାଚନ ଲଢି ପାରିବେନି କି ଅନ୍ଯ କେହି ବିଧାୟକ ହୋଇ ପାରିବେ ନାହିଁ।

ସମ୍ବିଧାନ ଏ ସୁବିଧା ଦେବା ସତ୍ତ୍ବେ ଏମାନେ ବିକଳ ହୋଇ ଗୋଟେ ଦଳୀୟ ମାଲିକ ଖୋଜନ୍ତି, ତାଙ୍କଠୁ ଚାବୁକ ପାହାର ଖାଇବାକୁ, କେବେ ସ୍ବାଧୀନ ଚିନ୍ତାରେ ସ୍ବାଧୀନ ବିଧାୟକ ହେବାକୁ ଚାହାନ୍ତି ନାହିଁ ।

ଜଣେ ଦଳିତ ସ୍ବାଧୀନ ଭାବରେ ଦଳିତ ନେତା ନହୋଇ ଦଳୀୟ କୁତ୍ତା …. ହୋଇ ଦଳୀୟ ନେତାଙ୍କ ବୁକୁଚା ବୋହିବା ଅଭ୍ଯାସ ଯେ ପର୍ଯ୍ୟନ୍ତ ଦଳିତ ଆଦିବାସୀମାନେ ଛାଡି ନପାରିବେ ସେ ପର୍ଯ୍ୟନ୍ତ ନାନାଦି ଭାବେ ଲାଞ୍ଛିତ ହେଉଥିବେ,

ସେ ପର୍ଯ୍ଯନ୍ତ ତାଙ୍କ ବକ୍ସାଇଟ ପାହାଡକୁ ସରକାର ମୋ ସମ୍ପତ୍ତି କହି ପ୍ରାଇଭେଟ୍ କମ୍ପାନୀ ମାଲିକଙ୍କୁ ବିକି ଦେଉଥିବ, ଏନ ଜି ଓ ମାନେ କମ୍ପାନୀ ମାଲିକର ପ୍ରତିଦ୍ଵନ୍ଦୀ କମ୍ପାନୀ ଠାରୁ ଅନୁଦାନ ଆଣି ଏମାନଙ୍କୁ ପଇସା ସରିବା ପର୍ଯ୍ୟନ୍ତ ଜ୍ଞାନ ବାଣ୍ଟୁଥିବେ ଓ ଦଳିତ ଆଦିବାସୀ ଜଙ୍ଗଲ ନିବାସୀ ମାନେ ନିଜ ଘରୁ ପଖାଳ ପେଜ ଖାଇ ଟାଙ୍ଗିଆ ଧନୁ ତୀର ଧରି ଆନ୍ଦୋଳନ କରୁଛୁ ଭାବି ଏମାନଙ୍କ ପଛରେ ଧନୁ ତୀର ଟାଙ୍ଗିଆ ଧରି ବେଶ୍ କିଛି ଦିନ ଜିନ୍ଦାବାଦ୍ କରିବେ,

ତାପରେ କମ୍ପାନୀ କମ୍ପାନୀ ଭିତରେ – ତୁ କୋରାପୁଟ ଖଣି ନେ, ମୋତେ ସରକାର କେଉଁଝର ଖଣି ଦେବାକୁ ରାଜି ହେଇଗଲା – ଏମିତି କଣ ଗୋଟେ ବୁଝାମଣା ହୋଇଗଲା ପରେ ଏନଜିଓକୁ ଅନୁଦାନ ବନ୍ଦ୍, ଏନଜିଓ ମାଲିକ ଭୁବନେଶ୍ବରରେ ଦିଲ୍ଲୀରେ କୋଠା କରି ରହିବ, ଆନ୍ଦୋଳନ ଠପ୍ ।

ମୋ କହିବା କଥା ଦଳିତ ଆଦିବାସୀ ତ ତା ଅଞ୍ଚଳ ପୋତା ସମ୍ପତ୍ତିର ମାଲିକ, ମାଲିକ ମୁଲିଆ ପରିକା ଆନ୍ଦୋଳନ କରିବ କାହିଁକି ?

ନିଜ ଏରିଆରେ ଦଳୀୟ କୁତ୍ତାକୁ ନେତା କଲେ ସିଏ ଦଳୀୟ ହୁଇପ୍ ମାନି ତ ଲାଙ୍ଗୁଡ ଜାକି କୁଉଁ କୁଉଁ ହେବାକୁ ବାଧ୍ଯ, କିନ୍ତୁ ସ୍ବାଧୀନ ବିଧାୟକ ହୋଇଥିଲେ ସିଏ କାହାକୁ ଡରିବେ କି ?

ସିଏ ତ ବରଂ ସୁଯୋଗ ମିଳିଲେ ଯେମିତି ଚାହିଁବେ ନିଜ ସମୁଦାୟ ଉନ୍ନତି ପାଇଁ ସେପରି ଆଇନ ପ୍ରଣୟନ ବି କରି ଦେଇ ପାରିବେ ।

ବାବା ସାହେବଙ୍କୁ ଟିକେ ଦୟା କର, ତାଙ୍କ ପ୍ରଦତ୍ତ ସଂରକ୍ଷଣ ନାମକ ମୁକ୍ତା ହାରକୁ ଦଳୀୟ ଗୋଲାମଙ୍କ ବେକରେ ପିନ୍ଧାଇବାରୁ ବିରତ ହେଇଯାଅ, ଦେଖିବ ନାନାଦି ଚମତ୍କାର ମାନ ଘଟିବ ।

କେବଳ ନିଜ ଲୋକମାନଙ୍କୁ ବୁଝାଅ କି କେହି ବି ଜଣେ ଦଳୀୟ ଟିକେଟ୍ ନ ନିଅନ୍ତୁ, ଯେତେ ଲୋକ ଇଚ୍ଛା କରୁଛନ୍ତି ନୀର୍ବାଚନ ଲଢନ୍ତୁ, ସେମାନଙ୍କ ଭିତରୁ ଯିଏ ଜିତିବେ ସିଏ ଦଳିତ କିମ୍ବା ଆଦିବାସୀ ଭିନ୍ନ ଅନ୍ଯ କେହି ହୋଇ ପାରିବେ କି ?

ଓଡିଶାରେ 54 ଆସନ ବୋଧେ ସଂରକ୍ଷିତ, ଯଦି 54 ଜଣ ଦଳିତ ଆଦିବାସୀ ସ୍ବାଧୀନ ବିଧାୟକ ହେଲେ ଓ ଆଉ ମାତ୍ର କୋଡିଏ ଟି ଅଣସଂରକ୍ଷିତ ଆସନରେ ଦଳିତ ଆଦିବାସୀ ଏକଜୁଟ୍ ହୋଇ ଜଣେ ଅନ୍ଯ ବର୍ଗର ନେତାଙ୍କୁ ଜିତେଇ ଆଣିପାରିଲେ, ତାହେଲେ ଓଡିଶାରେ ତ କାଳ କାଳକୁ ଦଳିତ ଆଦିବାସୀ ସରକାର ରହିବ, ଅଛୁଆଁ କହିବାକୁ କାହାର ଜିଭରେ ହାଡ ରହିଲେ ତ କିଏ ଅଛୁଆଁ କହିବାକୁ ସାହସ କରିବ ନା ?

ସଂରକ୍ଷଣର ସୁବିଧା ଯଦି ନେଇ ନପାରିବ ତାହେଲେ ସମ୍ବିଧାନରେ ସଂରକ୍ଷଣ ବ୍ଯବସ୍ଥାଟେ ରଖି ଲାଭ କଣ ?

ସମ୍ବିଧାନ ସୁଯୋଗ ଦେଲା, ବାବୁ ଦଳିତ, ତୁମେ ସିଂହ ପରି ସ୍ବାଧୀନ ହୁଅ, ନିଜ ଇଲାକାର ଶାସକ ହୁଅ,

ଦଳିତ କହିବ ନା ଆଜ୍ଞା, ବିନା ମାଲିକରେ ମୁଁ ଚଳି ପାରିବିନି, ମତେ ଗୋଟେ ଦଳ ଯୋଗାଡ କରି ଦିଅ, ଯାହାର ଜଣେ ଟାଣୁଆ ହାଇକମାଣ୍ଡ ଥିବ, ସିଏ ମତେ ଉଠ୍ କହିଲେ ମୁଁ ଉଠିବି, ବସ୍ କହିଲେ ମୁଁ ବସିବି, ବିନା ମାଲିକରେ ମୁଁ କାମ କରିପାରିବିନି ଆଜ୍ଞା

ଆପଣା ହସ୍ତେ ଜିହ୍ଵା ଛେଦି
କେ ହେବ ତାର ପ୍ରତିବାଦୀ

ସମ୍ବିଧାନର ମହାନ ସଂରକ୍ଷଣ
ଅଯୋଗ୍ଯ ବେକରେ ମୁକ୍ତା ମାଳ ପରି ପ୍ରତୀୟମାନ ହେଲାଣି ଏବେ

ଦେଖନ୍ତୁ, ବିଜ୍ଞ ଦଳିତ ଆଦିବାସୀ ନେତାମାନେ ବିଚାର ବିମର୍ଷ ଜାରୀ ରଖନ୍ତୁ, ମନୁ ସଂହିତା ଶାସନ ପଦ୍ଧତି ପୁନଃ ପ୍ରଚଳନ ହେବା ପର୍ଯ୍ୟନ୍ତ ବିଲୁଆ ବିଚାର ଜାରୀ ରହୁ ।

ସମସ୍ତଙ୍କୁ ନମସ୍କାର

ଲକ୍ଷ୍ମୀଧର ନାୟକ

Laxmidhar Nayak
My Facebook Post: 26th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights