ଜଣେ ବୁଢ଼ା ଲୋକ ଟ୍ରେନରେ ଯାତ୍ରା କରୁଥିଲା। ଭାଗ୍ୟକୁ ସେ ଡବା ଖାଲି ଥିଲା।
ସେହି ସମୟରେ 8-10 ଟୋକା ସେ ଡବାରେ ଚଢ଼ି ବସିଲେ ଓ ମଉଜ ମସ୍ତି କରିବାରେ ଲାଗିଲେ ।
ଜଣେ କହିଲା, “ଚାଲ ବିପଦ ଶିକୁଳି ଭିଡିବା”, ଆଉ ଜଣେ କହିଲା, “ଏଠି ଲେଖା ହୋଇଛି, 500 ଟଙ୍କା ଜୋରିମାନା ଏବଂ 6 ମାସ ଜେଲ ଦଣ୍ଡ”।
ତୃତୀୟ ଜଣକ କହିଲା, “ଆମେ ଏତେ ଜଣ ଅଛେ, ଚାନ୍ଦା କରି 500 ଟଙ୍କା ଜମା କରି ଦେବା ନି”।
ଚାନ୍ଦା ଆଦାୟ ହେଲା ବେଳକୁ, 500 ଟଙ୍କା ଜାଗାରେ, 1200 ଟଙ୍କା ଆଦାୟ ହେଲା।
ଚାନ୍ଦା 1200 ଟଙ୍କା ପ୍ରଥମ ଯୁବକ ପକେଟରେ ରଖା ଗଲା ।
ତେବେ ତୃତୀୟ ଟୋକା କହିଲା, “ଏବେ ଚାଲ ବିପଦ ଶିକୁଳି ଭିଡିବା, କିଏ ପଚାରିବ ତ କହିଦେବା…. ଏ ବୁଢ଼ା ଶିକୁଳି ଭିଡ଼ିଛି।ଟଙ୍କା ମଧ୍ୟ ଆଉ ଦେବାକୁ ପଡ଼ିବ ନାହିଁ।”
ବୁଢ଼ା ହାତ ଯୋଡି କହିଲା,”ପିଲାମାନେ, ମୁଁ ତୁମ୍ଭମାନଙ୍କର କଣ ଅସୁବିଧା କରିଛି! ମତେ କାହିଁ ଏଥିରେ ଫସଉଛ ?
କିନ୍ତୁ କାହାରି ମନରେ ଦୟା ଆସିଲା ନାହିଁ।
ଶିକୁଳି ଟଣା ହେଲା, ଟି ଟି ଆଇ ଆସିଲା, ସାଙ୍ଗରେ ସିପାହିକୁ ଆଣି ।
ଟୋକାମାନେ ଏକ ସ୍ବରରେ କହିଲେ, “ଏ ବୁଢ଼ା ଶିକୁଳି ଟାଣିଛି ।
ଟି ଟି ଆଇ ବୁଢାକୁ କହିଲା, “ଲାଜ ଲାଗୁନାହିଁ….. ଏ ବୟସରେ ଏମିତି କା କାମ କରୁଛ”।
ବୁଢ଼ା ହାତ ଯୋଡ଼ି କହିଲା, ବାବୁ ଶିକୁଳି ତ ମୁଁ ଭିଡ଼ିଛି !!
କିନ୍ତୁ ମୋତେ ସେତିକି ଅସୁବିଧା ପଡିଲା ବୋଲି ।
ଟି ଟି ଆଇ ପଚାରିଲା, “କଣ ଅସୁବିଧା ପଡିଲା ?
ଟି ଟି ଆଇ କୁ ଗୋଟେ କୋଣକୁ ଡାକି ବୁଢ଼ା ତା କାନରେ କହିଲା, “ମୋ ପାଖରେ କେବଳ 1200 ଟଙ୍କା ଥିଲା, ଯାହାକୁ, ସେ ଟୋକା ମାନଙ୍କ ମଧ୍ୟରୁ, ଜଣେ ଛଡାଇ ନେଇଛି, ଓ ପକେଟରେ ରଖିଛି! ଏହା କହି ବୁଢ଼ା ପ୍ରଥମ ଟୋକା ଆଡକୁ ଆଙ୍ଗୁଳିରେ ନିର୍ଦ୍ଦେଶ କଲା।
ଏବେ, ଟି ଟି ଆଇ ପୋଲିସ କୁ କହିଲା, “ଏ ଟୋକାର ପକେଟ ଖୋଜ..
ସେ ଟୋକାର ପକେଟରୁ 1200 ଟଙ୍କା ଜବତ ହେଲା
1200 ଟଙ୍କା ବୁଢ଼ାକୁ ଫେରସ୍ତ ଦିଆ ଗଲା, ଆଉ ସେ ଟୋକାକୁ ପରବର୍ତ୍ତୀ ଷ୍ଟେସନରେ ଥାନା ଦାୟିତ୍ୱରେ ଦିଆ ଗଲା।
ଯିବା ସମୟରେ ଟୋକା ବୁଢ଼ା ଆଡକୁ ଚାହିଁଲା,
ସେତିକିବେଳେ ବୁଢ଼ା ପାଚିଲା ଦାଢିରେ ହାତ ମାରି କହିଲା…
“ପୁଅ ଏ ବାଳ ଏମିତି ଖାଲିରେ ଧଳା ହୋଇନାହିଁ! ଯେଉଁଠି ତୁ ପାଠ ପଢିଚୁ, ସେଠି ମୁଁ ପ୍ରଫେସର ଥିଲି”।
ରବୀନ୍ଦ୍ର ନାଥ ଦାସ