ବାବୁ ଦଳ ନିଶା ଛାଡ : ପାରିବ ତ ଏମିତି ନୀର୍ବାଚନ ବ୍ଯବସ୍ଥାଟିଏ କରୁନ

Share it

Mo Lekha
31st August 2019

ବାବୁ ଦଳ ନିଶା ଛାଡ
ଦଳ ଭାଙ୍ଗି ବଳ ଦେଖା

ଦଳ ନାଁରେ କାହାକୁ ଅନ୍ଧ ସମର୍ଥନ ବା ଅନ୍ଧ ବିରୋଧ
ଦେଶପାଇଁ ନାନାଦି ଦୁର୍ଭାଗ୍ଯକୁ ଡାକୁଛି ।

ବରଂ ଏମିତି କରାଯାଉ

ପ୍ରଧାନମନ୍ତ୍ରୀ ସିଧା ନିର୍ବାଚିତ ହୁଅନ୍ତୁ ।
ଜଣେ ମତଦାତା ଦୁଇଟା ଭୋଟ୍ ଦେଉ ,
ଗୋଟାଏ ପ୍ରଧାନମନ୍ତ୍ରୀଙ୍କୁ, ଆଉ ଗୋଟାଏ ନିଜ ସାଂସଦ ପ୍ରାର୍ଥୀଙ୍କୁ ।
ଦଳ ଫଳ କିଛି ଦରକାର ନାହିଁ ।
ଆଉ ସବୁ ବ୍ଯବସ୍ଥା ପୂର୍ବପରି ରହୁ ।

ଜଣେ ପ୍ରଧାନମନ୍ତ୍ରୀ ହେଲାପରେ ସେ ଲୋକସଭା କିମ୍ୱା ରାଜ୍ଯସଭାରୁ ଯାହାକୁ ଇଚ୍ଛା ତାଙ୍କୁ ନେଇକି ମନ୍ତ୍ରୀମଣ୍ଡଳ କରନ୍ତୁ, ସିଏ ମନମୋହନ ସିଂହଙ୍କୁ ଅର୍ଥମନ୍ତ୍ରୀ କରନ୍ତୁ କି ଶରଦ ପାୱାରଙ୍କୁ କୃଷି ମନ୍ତ୍ରୀ କରନ୍ତୁ କିଛି ଯାଏ ଆସ ନାହିଁ, ଦକ୍ଷ ଦକ୍ଷ ଲୋକଙ୍କୁ ନେଇ ମନ୍ତ୍ରୀମଣ୍ଡଳ କରନ୍ତୁ ।

ବଦମାସି କଲେ ଦୁଇ ତୃତୀୟାଂଶ ସାଂସଦ ଭୋଟରେ ବିତାଡନ ।
ପୁଣି ଡାଇରେକ୍ଟ ନିର୍ବାଚନ, କେବଳ ପ୍ରଧାନମନ୍ତ୍ରୀ ନିର୍ବାଚନ ।
ସାଂସଦମାନଙ୍କ ସ୍ଥାୟି କାର୍ଯ୍ଯକାଳ ପାଞ୍ଚ ବର୍ଷ ବା ଛଅ ବର୍ଷ ଯେମିତି ଅଛି ସେମିତି ରହୁ ।

ଏ ବ୍ଯବସ୍ଥାରେ ହୁଏତ ଆଜିକା ପରି ପରିସ୍ଥିତି ଯଥା –
ଦେଶପ୍ରିତୀ ବଢିବା
ଅର୍ଥନୀତି ବୁଡିବା
ଭାଇଚାରା ଛିଡିବା
ଅନ୍ଧଭଳି ରଡିବା

ଏଭଳି ସ୍ଥିତି ଅନ୍ତତ ଉପୁଜିବ ନାହିଁ ।

ମୁଖ୍ଯମନ୍ତ୍ରୀ ଓ ବିଧାୟକ କ୍ଷେତ୍ରରେ ମଧ୍ଯ ଏ ବ୍ଯବସ୍ଥା ଲାଗୁ କରାଯାଉ ।
ସଂରକ୍ଷଣ ସାଂସଦ ଓ ବିଧାୟକଙ୍କ କ୍ଷେତ୍ରରେ ରହୁ, କେବଳ ପ୍ରଧାନମନ୍ତ୍ରୀ ମୁଖ୍ଯମନ୍ତ୍ରୀ ପଦ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହୁ, ଏହା ଆଗରୁ ଏପରି ଅଛି ମଧ୍ଯ ।

ଦେଖ ବାବୁ
ମାନୁଛ ତ ମାନ
ନହେଲେ ବୁଡି ମର

ଦଳୀୟ ଚାମଚା ହେଇ ଦଳ ଝଣ୍ଡା ବୋହିବା ଭଲ
କି ଦେଶର ବଚ୍ଚା ହେଇ ଦେଶ ଗାମୁଛା ମୁଣ୍ଡରେ ଭିଡି ଆଗେଇ ଚାଲିବା ଭଲ, ମନକୁ ପଚାରି ବିଚାର କର ।

ବିବେକ ବିଚାର ତ ସମସ୍ତଙ୍କ ପାଖରେ ଉପଲବ୍ଧ,
କେବଳ ବୁଝି ବିଚାରି ନିଷ୍ପତ୍ତିଟିଏ ନେବା କଥା ।


Laxmidhar Nayak
My Facebook Post: 31st August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights