ବିବେକ ଦୁର୍ବଳ

Share it

ବିବେକ ଦୁର୍ବଳ
ତେଣୁ ଏତେ ଅଘଟଣ

ବିବେକର ରୂପ ନାହିଁ
କେହି କେବେ ଦେଖି ନାହିଁ
ତେଣୁ କେହି କହେ କୃଷ୍ଣ ପରି
କେହି କହେ ଆଲ୍ଲା
କେହି କହେ ଯୀଶୁ
କେହି କହେ ବୁଦ୍ଧ
କେହି କହେ ଭଗବାନ ।

ପ୍ରବୋଧେ ମନକୁ
ବାବୁରେ ସିଏ ଏମିତି ଭଲକାମ କରିଥିଲା
ଅମୁକ ସେମିତି ଭଲ କାମ କରିଥିଲା
ତୁ ବି କର୍ ।

ଶୁଣୁ ଶୁଣୁ ମନ ଖୋଜେ ଦେଖିବାକୁ
କେମିତି ସେ ବ୍ଯକ୍ତି ମନୋହର
କଳ୍ପନାର କଳ୍ପଟିଏ ଗଢି
ତାକୁ କରି ଆଦର୍ଶର କଢି
ଦେଖୁ ଥାଏ ଗୁଣୁଥାଏ ତାକୁ ବାରବାର
ସିଏ ତା ବିବେକ ରକ୍ଷକ ସେ ହୁଏ ଠାକୁର
ସେ ଭାବ ଛନ୍ଦ ଭରା କର୍ମ ପରମ୍ପରା
ବନିଯାଏ ଧାରା
ଯାକୁ ଧର୍ମ ବୋଲଇ ସଂସାର ।

ଧର୍ମ ଟିଏ ଠାବ ହେଲେ
ରକ୍ଷାକାରି ମୁଖା ପିନ୍ଧି
ଘେରି ଯାନ୍ତି ବହୁ ଠିକାଦାର
ଅଧିକାଂଶ ବିବେକ ଦୁର୍ବଳ
ଦଗାଦିଆ ମଣିଷ ଚତୁର ।

ଏବେ କୁହ ଯାହାକୁ ଡାକିବ
ଯିଏବା ଶୁଣିବ
ସିଏ କେଉଁଠି ଅଛି କି
ସିଏ ପରା ବିବେକ ତୁମର
ତୁମ ପାଖେ ଥାଏ ନିରନ୍ତର
କି କରି ପାରିବ ସିଏ
ଯଦି ହୋଇଥାଏ ହୀନ ଦୁରୁବଳ !

ଯେତେ ଦେବା ଦେବୀ
ଯେତେ ପୂଜାର୍ଚନା
ଯେତେ ଆଡମ୍ବର
ସେ ହୁଅନ୍ତି
ମାସ୍ କନସାଇନ୍ସ କିପର୍
ସୁନ୍ଦର ଈଶ୍ୱର
ଯଦି ବିବେକ ସବଳ;
ରାବଣ କି କଂସ
ଯଦି ବିବେକ ଦୁର୍ବଳ

ଲକ୍ଷ୍ମୀଧର ନାୟକ

My Facebook Post: 28th June 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights