ମୋ ଯିବା ଯାଏ ପ୍ରୀତିରାସେଶ୍ୱରୀ
ରାଧାସାଙ୍ଗେ ବାଲିଘର ଖେଳୁ ଥା
With Love !!
ବଡ କଠିନ ସେ ପ୍ରୀତି ପାଳିବା
ତୀକ୍ଷ୍ଣ ଖଡ୍ଗ ଧାରେ ପଥ ଚାଲିବା
ଶୂନ୍ୟ ଆରୋହଣ ଠାରୁ କଠିନ
ପବନ ଫାନ୍ଦେ ଧରିବା ଲକ୍ଷଣ
ସୃଷ୍ଟି ସଂଚାଳକ
ପ୍ରେମ ବେଭାର
ସେ ରଜ୍ଜୁରେ ବନ୍ଧା
ଚର ଅଚର
ହେଲେ ହେଉ
ହରି ବ୍ରହ୍ମା ଶଙ୍କର
ହୃଦରେ ହେଉ କି ପ୍ରାଣରେ
ଆତ୍ମା ଅବା ପରମାତ୍ମାରେ
ଯେଉଁଠି ଥା ଭଲରେ ଥା
ଅନ୍ୟାୟ କରିଚି ବିଶ୍ୱବିଧାତା
ଦଣ୍ଡ ନଦେଇ ମୁଁ ଧରା ଛାଡୁ ନାହିଁ
ମୁଁ ଯିବା ଯାଏ ଯତ୍ନ ନେଉଥିବ
ହେ ଦୁର୍ଗା ମା !
ହେ ନିକମା ବିଧାତା
ସୃଷ୍ଚି ନଜାଣି ତୁ ଦାୟିତ୍ୱ ନେଇଚୁ
ଖୋଜୁଚି ମୁଁ ତତେ
ବାପାର ପିଲା ତ ସାମ୍ନାକୁ ଆ
ଜାଣିନୁ ଯଦି ତୁ ପ୍ରିତୀ ବେଭାର
ଜାଣିନାହୁଁ ଗଢି ସୁଖୀ ସଂସାର
ଧିକ ତୋ ସୃଷ୍ଟି
ଧିକ୍କାର କରୁଛି
ଶତ ଧିକ୍ ତୋର ସ୍ରଷ୍ଟାପଣିଆ
ତୋର ଏ ଅସାର ସୃଷ୍ଚିକୁ କେବେ ଆସିବିନି
କୋଟି ବ୍ରହ୍ମା ବିଷ୍ଣୁ ମହେଶ ଈଶ୍ୱର
କୋଟିଯୁଗ ପଡିଲେ ବି ଅଧିଆ
ଧିକ ହେ ସ୍ରଷ୍ଟା
ଧିକ ତୋ ସୃଷ୍ଟି
ଶତ ଧିକ୍ ତୋର ସ୍ରଷ୍ଟାପଣିଆ
ଖୋଜୁଚି ମୁଁ ତତେ
ବାପାର ପିଲା ତ ସାମ୍ନାକୁ ଆ
ସରଳ ମୋ କୃଷ୍ଣ ସରଳ ମୋ ରାଧା
କିଶୋରୀକିଶୋର ଆନନ୍ଦସାଗର
ପ୍ରେମସୁଧାବାରି ରାଧାକୃଷ୍ଣ ଛାଡି
ତୋ ଅସାରସୃଷ୍ଟିକୁ
କେଉଁ ସୁଖ ପାଇଁ ଆସିବି କିଆଁ
ମୋ ଯିବା ଯାଏ ପ୍ରିତୀରାସେଶ୍ୱରୀ
ରାଧାସାଙ୍ଗେ ବାଲିଘର ଖେଳୁ ଥା
ଅନଭିଜ୍ଞ ଏଇ ବିଧାତା ସୃଷ୍ଟିକୁ
ନ ଆସ ହେ କେହି
ପବିତ୍ର ପୁଣ୍ୟାତ୍ମା
ଜଣାପଡିଗଲା ଏ ଅଲଣା ସ୍ରଷ୍ଟାର
ଅଜ୍ଞାନ ନିର୍ବୋଧ ଦୀନପଣିଆ
ଧିକ୍କାର କରୁଛି
ଧିକ୍ ତୋ ସୃଷ୍ଟି
ଶତ ଧିକ୍ ତୋର ସ୍ରଷ୍ଟାପଣିଆ
ଶୁଭୁଛି ତ ଶୁଣ୍
ଖୋଜୁଚି ମୁଁ ତତେ
ହେ କାପୁରୁଷ ସ୍ରଷ୍ଟା
ବାପାର ପିଲା ତ ସାମ୍ନାକୁ ଆ
ଲକ୍ଷ୍ମୀଧର ନାୟକ
14.02.2022
ହୃଦୟସ୍ପର୍ଶୀ କବିତା ଟେ । ହେଲେ ସଂସାର ନିୟମ । ଆସିଚେ ତ ଦିନେ ଯିବାକୁ ବି ହେବ ।
ଈଶ୍ୱର ତାଙ୍କ ଆତ୍ମା ଙ୍କୁ ସଦଗତି ଦିଅନ୍ତୁ ।🙏