ବିପିଏଲଙ୍କୁ ଏପିଏଲ କରିବା ଦାୟିତ୍ୱ ସରକାର କାହିଁକି ନେବେ ? ବିପିଏଲ ଲୋକଙ୍କର ହାତ ନାହିଁ କି ?

Share it

ପ୍ରଶ୍ନ ଆସିଲା- ବିପିଏଲଙ୍କୁ ଏପିଏଲ କରିବା ଦାୟିତ୍ୱ ସରକାର କାହିଁକି ନେବେ? ବିପିଏଲ ଙ୍କର ହାତ ନାହିଁ କି ?

ମୁଁ କହିଲି ନୂଆଖାଇ ଟାରେ ଏଡେ ଅଡୁଆ ପ୍ରଶ୍ନ, କଣ କରିବି ଆଜ୍ଞା?

ଉତ୍ତର କୁହନ୍ତୁ, ନୂଆ ଖାଇରେ ପୁରା ନୂଆ ଉତ୍ତର।

ହଉ ଆଜ୍ଞା
ଉତ୍ତର କହିବି କଣ, ମତେ ଭଲ କହି ଆସେନି, ଲେଖି ଦେଉଛି। ତମେ ପଢ, ସାରା ସଂସାର ବି ପଢୁ। ଯା ହବ ହବ ତା ବାଇଶ ଦେଖା ଯିବ।

ସରକାରଙ୍କ ଖାତା ବଇ ବୋଇଲା, ଜଣେ ଲୋକର ମାସିକ ହାରାହାରି ରୋଜଗାର ହେଲା 9 ହଜାର ।

ହାରାହାରି 9 ହଜାର ଗୁଣନ ହାରାହାରି 18 ପରସେଣ୍ଟ ଜିଏସଟି = 1170

ଗୋଟାଏ ଲୋକ ମାସକୁ 1170 ଟଙ୍କା ଦେଉଛି।
ସ୍ୱାମୀ ସ୍ତ୍ରୀ ଦୁଇ, ପିଲା ପିଲି ଦୁଇ, ବାପ ମା ଦୁଇ, ଏମିତି ତାର ଯଦି ପରିବାର ସଂଖ୍ୟା 6 ଜଣ ହୁଏ, ସେ ପରିବାର ସରକାରଙ୍କୁ ମାସକୁ GST ଦେଉଛନ୍ତି 1170 ×6 = 7020 ଟଙ୍କା।

ମୋର ପ୍ରଶ୍ନ – ସରକାର ଲୋକଟାଠାରୁ କାହିଁକି ଏ ପଇସା ନେଉଛନ୍ତି? ସରକାରଙ୍କର କଣ ପେଟ ଅଛି କି ?

ବାବୁ ତମେ ପଚାରିଲ ,
ବିପିଏଲ୍ ର ହାତ ନାହିଁ କି ?

ମୁଁ ପଚାରୁଛି,
ସରକାରର ପେଟ ଅଛି କି ?

ଏବେ ଭାବନ୍ତୁ,

ଆପଣଙ୍କ ଗାଁ ର ଗୋଟେ ପରିବାର।
ସେ ସରକାରଙ୍କୁ ମାସକୁ ଦେଲା 7,020 ଟଙ୍କା ( ବା ତା ପାଇଁ ସରକାରଙ୍କୁ ଦିଆଗଲା)

ତା ବଦଳରେ ସେ କଣ କଣ ପାଇଲା ଗୋଟେ ହିସାବ ହେଉ।

1. ଖାଦ୍ୟ : ବିପିଏଲ ଚାଉଳ 25 କିଲ, 25 ×31 = 775/-

2. ଘର : 100 ବର୍ଷରେ 1,75,000 /-, ଅର୍ଥାତ୍ ବର୍ଷକୁ 1750, ମାସକୁ ପଡିଲା = 146/-

3. ଶିକ୍ଷା : ବର୍ଷକୁ ଦିହଳ ଡ୍ରେସ 500, ବହି ପତର 500, ଦିନକୁ 50 ଗ୍ରାମ ଚାଉଳ, 5 ଗ୍ରାମ ଡାଲି, 13 ପଇସାର ତରକାରୀ, ହିସାବ କରନ୍ତୁ ମାସକୁ କେତେ ପଡିଲା ତା ଦୁଇଟା ପିଲାଙ୍କ ପାଇଁ, ମାସକୁ ଟଙ୍କା ଚାରି ଶହ ହେଲେ ହେବ ।

ହଁ ତମେ କହିବ ପାଞ୍ଚ ଟା କ୍ଲାସକୁ 6,534 ଟଙ୍କିଆ ଦି ଟା ଦାଦନିଆ ମାଷ୍ଟ୍ରଙ୍କ ଦରମା ?

ମୁଁ କହିବି ପାଞ୍ଚଟା କ୍ଲାସକୁ ଦି ଟା ମାଷ୍ଟ୍ର ପଢେଇବେ କେମିତି, ତେଣୁ ସେମାନେ ମୋ ପିଲାଙ୍କୁ ପଢାନ୍ତିନି, ସରକାର କାହିଁକି ଦରମା ଦିଏ ସରକାର କହୁ । ସେ ହିସାବ ସରକାର ଖାତାରେ ଚଢୁ ।

4. କୃଷି : କାଳିଆ ପୂର୍ବରୁ ସରକାର ଯାହା ଦୋଉଥିଲେ ସେଗୁଡା ସରକାରୀ ଅଫିସରଙ୍କ ପିସି ହେଇ ଯାଉଥିଲା, ଏବେ କାଳିଆ ବର୍ଷକୁ 6 ହଜାର, ମାସକୁ 500 ଧରା ଯାଉ ।

5. ସମ୍ମାନ : ସରକାରୀ କିରାନୀ, ପୁଲିସି, ତହସିଲଦାର, ବିଡିଓ, କଲେକ୍ଟର କଣ କହେ ଗାଁ ଲୋକ ଟା ମୋ ଅନ୍ନଦାତା ବା ଦରମା ଦାତା ମାଲିକ, ମୁଁ ତା ଚାକିରିଆ ? ଏକଥା କେବେ କୋଉଠି ଶୁଣିଚ ?

ନବୀନ ସରକାର ଏକଥା ଲେଖିକି ଦେଲା ପରେ ବି ସେମାନେ କେବଳ ମୁହଁରେ ଏମିତି କହୁଥିବା କଥା କେବେ ଶୁଣିଛ ? ସେମିତି ଭାବିବାକୁ ତ ଯୁଗେ ତପସ୍ୟା ଦକକାର। ଗୋଟାଏ ଉଚ୍ଚ ଆତ୍ମ ସଂସ୍କାର ଦରକାର।

ଏମିତି ସବୁ ଯୋଡି ଯା, କେତେ ହେଲା କୁହ ।
ସରକାର ମାସକୁ ନେଲା 7,020, ମୁଁ ସିଧା ହିସାବ ଦେଲି ।
ଏବେ ତମେ ସବୁ ବଙ୍କା ହିସାବକୁ ସଳଖେଇକି ଯୋଡି ଯାଡି କୁହ ସରକାର ସେ ପରିବାରକୁ ମାସକୁ କେତେ ଦେଲା?

ଯଦି ନଦେବ, ମତେ ମୋ ପ୍ରଶ୍ନର ଉତ୍ତର ଦିଅ,
ସରକାର ଦବ ନି ତ ନବ କାହିଁକି, ସରକାରର କଣ ପେଟ ଅଛି କି?

ଏବେ କୁହ,
ବିପିଏଲ୍ କୁ ଏପିଏଲ୍ କରିବା ଦାୟିତ୍ୱ ତାହେଲେ କାହାର ??
ଯଦି ଏ ଦାୟିତ୍ୱ ସରକାରଙ୍କର ନହବ, ସେ ଦାୟିତ୍ୱ ଟା ତମେ ନୋଉନ?

ଅଛି ଏଡେ ବଡ କଲିଜା ?
ହଇ ହୋ ବାବୁ, କହିଲେ କହିବ ନୁଆଖାଇଟାରେ କହିଲା।

ସଂରକ୍ଷଣ ନାଁ ଧଇଲେ ତମେ ହାଉଳି ଖାଉଚ, ଆମ ବଅଁଶର 25 ପିଲା ଖାଇବାକୁ ପାଉ ନାହାନ୍ତି, ପିନ୍ଧିବାକୁ ପାଉ ନାହାନ୍ତି …

ମୁଁ ପଚାରୁଛି, ତମ ବଅଁଶ ବା ଜାତିର 25 ପିଲା ପାଉ ନାହାନ୍ତି, BPL ହେଇକି ଅଛନ୍ତି, ହେଲେ ତମେ 75 HRL କଣ କରୁଚ କି? ତମେ ତମ ବଅଁଶର BPL ଙ୍କୁ BPL ରୁ ଉପରକୁ ଉଠେଇ ସମସ୍ତେ APL ହେଇ ଯାଉନ ?

ମୁଁ ଜାଣନ୍ତି ନିଜ ବଅଁଶକୁ ସାହାଯ୍ୟ କଲେ ବି ମୋ ଦେଶର 25 BPL ପରିବାକୁ ତାଙ୍କ ବଅଁଶର କିଛି HRL ଲୋକ APL କରିଦେଲେ। ଏଟା ତ ଖୁସିର କଥା।

ତମେ ତମ ଭାଇକୁ ଏପିଏଲ କରିବ କଣ, ତମେ ପା ଆଗ ତମ ଗାଁ ଭାଇ ଭାଗ ଜମି ପରକୁ ବିକି ପିଲାଛୁଆଙ୍କୁ ପିଜା ବର୍ଗର ଖୋଇବାକୁ ମୁହଁ ମୋଡିକି ଇଆଡେ ରହିବ ଯେ, ସେ ଗାଁ କୁ ବି ଅନେଇବ ନି, ଖାଲି ବଡ ବଡ ଭାଷଣ। ଆଗୁଆ ବର୍ଗ, ପଛୁଆ ବର୍ଗ, ଜାତି, ଜନଜାତି ….

କେବଳ ତମ ଏ କଦର୍ଯ୍ୟ ନୀଚ୍ଚ ମାନସିକତା ପାଇଁ, ସରକାର ତୁମ କାନ ମୋଡିକି ପୁଲିସ କୋର୍ଟ କଚେରୀ ଲଗେଇକି ତୁମ ଠାରୁ ଟିକସ ଆଦାୟ କରନ୍ତି । ନହେଲେ ତମେ କଣ ଭଲରେ ଦବା ଜନ୍ତୁ ଯେ ସରକାର ଟିକସ କୁ Development Contributions ବା DC କହି ତୁମକୁ ଗୌରବାନ୍ୱିତ କରିବାକୁ ସାହସ କରିବ ?

ତେଣୁ ସରକାର କହୁଚି ଟିକସ, ଆଉ କାନ ମୋଡି କି ନୋଉଚି। ତମେ କଣ ଭଲରେ ଦବା ଜନ୍ତୁ କି ? ତମେ ପା ତମ ଭାଇକୁ ବି ଦିଅନି, ଅନ୍ୟମାନଙ୍କ ପାଇଁ ଦବ କଣ ?

ତମେ ଯଦି ସତରେ ସମତା ପ୍ରିୟ ହେଇ ଥାଆନ୍ତ ତମର ଖିରି ପୁରି ଅମାଲୁ, ତମ ଭାଇର ଦି ଟଙ୍କିଆ ଚାଉଲୁ, ତମ ପିଲାର ଡିଏଭି ଜାଭିୟର ସାଇ ଇଣ୍ଟରନେସନାଲ ତମ ଭାଇ ପିଲାର ଗାଁ ଇସ୍କୁଲ ଖଣ୍ଡିଆ ଚାଳ କେମିତି ହେଇ ଥାଆନ୍ତା କି ହୋ ?

ତମର ଏଇ ହୀନ ମାନସିକତା ପାଇଁ
ଦେୟାର ଏକ୍ଜିଷ୍ଟସ୍ ଏ ସରକାର୍ ଆଣ୍ଡ ସେ ସରକାର ସବୁ ବିପିଏଲଙ୍କୁ ଏପିଲ୍ କରିବା ଦାୟିତ୍ୱ ମୁଣ୍ଡେଇବା ଦରକାର୍ ।

ଲେଖିବାକୁ ଇଚ୍ଛା ନଥିଲା, ତେଣୁ କ୍ଳୀଷ୍ଟ ହେଇଗଲା ।
ଦରକାର ପଡିଲେ କଥାଟାକୁ ଟିକେ କଷ୍ଟ କରି ନହେଲେ ଦି ଥର ପଢି ଦେବେ, ଭଲ କଥାଟେ ତ ସେଥି ପାଇଁ କହୁଚି ।

BPL – Below Poverty Line
APL – Above Poverty Line
HRL – High Rich Line

Laxmidhar Nayak
My Facebook Post: 11th September 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights