ବନ୍ଦେ ଓଡିଶା ଜନନୀ

Share it

Mo Lekha
28th June 2018

ବନ୍ଦେ ଓଡିଶା ଜନନୀ
ସଦା ସୁହାସିନୀ ସଦା ସୁଭାଷିନୀ
ସଦା ସୁଶୋଭିନୀ ସଦା ସୁହାଗିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ ,
ବନ୍ଦେ ଓଡିଶା ଜନନୀ ।।

ବନ ଗିରି ଶୋଭିନୀ, ନଦ ନଦୀ ବେଷ୍ଟିନୀ
ସାଗର ବନ୍ଦିନୀ, ଭାରତ ନନ୍ଦିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ ।।

ଉଡ୍ର ଉତ୍କଳ କୋଶଳ କଳିଙ୍ଗ
ସ୍ଥାବର ଜଙ୍ଗମ, ତରୁ ଲତା ବିହଙ୍ଗ
ଶସ୍ଯ କେଦାର ଭରା, ଫଳ ପୁଷ୍ପ ଶୋଭିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ ।।

ସୁ ଭଦ୍ରା ସୁସଂସ୍କୃତା, ଗୁଣିଗଣ ଶୋଭିତା
ଚାରୁକଳା ମଣ୍ଡିତା, ନୃତ୍ଯ ଗୀତ ଝଂକୃତା
ସର୍ବ ହିତ କାରିଣୀ, ସର୍ବ ଧର୍ମ ପାଳିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ। ।।

ବନ୍ଦେ ଚାରୁ ହାସିନୀ, ବନ୍ଦେ ଚାରୁ ଭାଷିନୀ
ମମତାମୟୀ, ହେ ଓଡିଶା ଜନନୀ
ପଦେ କୋଟି ପ୍ରଣତି, ହେ ମା ପ୍ରାଣଦାୟିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ। ।।


– ଲକ୍ଷ୍ମୀଧର ନାୟକ
୨୮.୦୬.୨୦୧୮

**** ***** *****


Share it

Leave a comment

Your email address will not be published. Required fields are marked *

Verified by MonsterInsights