ବିଧାୟକ ଦିବ୍ଯଶଂକର ମିଶ୍ର ଶୁଣ

Share it

Mo Lekha
My Facebook Post: 12th August 2018

ବିଧାୟକ ଦିବ୍ଯଶଂକର ମିଶ୍ର ଶୁଣ

ଗୋଲୋକବିହାରୀ ଭଗବାନ ଶ୍ରୀକୃଷ୍ଣ ଗରିବ ଶ୍ରୀବତ୍ସ ବ୍ରାହ୍ମଣର ଗୋଇଠା ପ୍ରହାର ସହିଥିଲେ, ସେ ଜାଣିଥିଲେ ଅସୁବିଧାରେ ଥିବା ମଣିଷ କ୍ରୋଧି ହୋଇଥାଏ, ଶ୍ରୀବତ୍ସ ବ୍ରାହ୍ମଣ ଗୋଇଠା ମାରିବା ସତ୍ୱେ ଭଗବାନ ଶ୍ରୀବତ୍ସକୁ ଭୁଲ୍ ମାଗିଥିଲେ, ଓଲଟା ତାର ପାଦ ଆଉଁସି ଦେଇଥିଲେ । ସେଥିପାଇଁ ଭଗବାନଂକର ଅନ୍ଯନାମ ଶ୍ରୀବତ୍ସଲାଂଛନ ।

ଆଜିକାଲି ଅନେକ ବିଧାୟକଂକର ମଣିଷତ୍ୱ ଆବଶ୍ଯକତା ନାହିଁ, କେବଳ ଖଣ୍ଡେ ବିଜେଡି ଟିକେଟ୍ ଥିଲେ ପର୍ଯ୍ଯାପ୍ତ । ଲୋକେ ନବୀନଂକୁ, ଶଂଖ ଚିହ୍ନକୁ ଭଲପାଆନ୍ତି, ତେଣୁ ଭୋଟ୍ ଦେଇଦିଅନ୍ତି। ତା ପରେ ବିଜେଡି ଟିକେଟ୍ ଧାରି ଲୋକଟା ସେ ଅଂଚଳର ବିଧାୟକ ତ ନୁହେଁ, ଭଗବାନ ବୋଲାଏ , କାହାକୁ ଜୀବନରୁ ମାରିଦେବାକୁ କହେ, କାହାକୁ କଟକ ମେଡିକାଲ ପଠେଇ ଜୀବନଦାନ କରୁଥିବା କଥା କହେ ।

ବାବୁ ରେ ଦିବ୍ଯ ଶଂକର ! ତୁମର ମଣିଷତ୍ୱ ନଥିଲା ନାହିଁ, ତୁମେ କ’ଣ ତୁମ ପରିବାରରୁ ଶ୍ରାବତ୍ସଲାଂଛନ ସମ୍ପର୍କୀତ ଏତିକି ପୁରାଣ କଥା ଶୁଣିନ ? ଜଣେ ଦିବ୍ଯାଂଗକୁ ଜୀବନରୁ ମାରିଦେବାକୁ ଧମକ ଦେଉଛ, ପୁଣି ସଭା ମଂଚରୁ ! ଜଣେ ଦିବ୍ଯାଂଗର କଟୁକଥା କ’ଣ ଶ୍ରାବତ୍ସର ଗୋଇଠା ଠୁ ଅଧିକ ଲାଂଛନା ଦାୟକ ? ସେ ଦିବ୍ଯାଂଗ ଯଦି ସେଦିନ ତୁମ ଛାତିକୁ ସତରେ ଗୋଇଠାଏ ପକାଇ ଥାଆନ୍ତା, ତା ହେଲେ ତମେ ବୋଧହୁଏ ସେଦିନ କୁକୁଡା ଭଳିଆ ସେଇଠି ତାର ତଣ୍ଟି ମୋଡି ଦେଇଥାଆନ୍ତ କି କ’ଣ !
ସେମାନେ ସରଳ, ନୀରିହ । ସେଥିପାଇଁ ତୁମର ଏ ଦୁଃସାହସ । ହରିବଂଶୀଂକ ସହ କିପରି ବ୍ଯବହାର କରାଯାଏ ସେ କଥା ପୁଣି ଜଣେ ବ୍ରାହ୍ମଣକୁ ବୁଝେଇବାକୁ ହେବ, ଏ ସ୍ଥିତି କେବଳ ଘୋର କଳିଯୁଗରେ ହିଁ ଉତ୍ପନ୍ନ ହୁଏ ।

ବ୍ଯସ୍ତ ହୁଅ ନାହିଁ ବାବୁ
ଈଶ୍ୱର ସବୁ ସହନ୍ତି, କାହାର ଅହଂକାର ସହନ୍ତି ନାହିଁ ।
ରାବଣ, କଂସ, ଦୁର୍ଯ୍ଯୋଧନ ଠୁ ଆରମ୍ଭକରି ଇଂଦ୍ର , ବ୍ରହ୍ମାଂକ ପର୍ଯ୍ଯନ୍ତ କହାରି ଗର୍ବ ସେ ସହି ନାହାନ୍ତି, ବାବୁ ରେ , ତମେ ତ ଜଣେ ଛାର୍ ବିଧାୟକ ।

ଜନତା ଜନାର୍ଦନ, ନାରାୟଣ,
ସେ ତ ଗରବ ଗଂଜନ, ରଖିବନି କାର ଟାଣପଣ
ବିଧାୟକ ସାବଧାନ

ତୁମ ଆଚରଣ କହୁଛି ତୁମେ ଲୋକପ୍ରତିନିଧି ହେବାକୁ ଅଯୋଗ୍ଯ ।
ମନେରଖ ତୁମେ ଯଦି ନବୀନଂକୁ ଧୃତରାଷ୍ଟ୍ର ଭାବୁ ଥାଅ, ଆଉ ବିଧାୟକ କମିଯିବା ମୋହରେ ସେ ତୁମକୁ ଅନ୍ଧ ସମର୍ଥନ ଦେବେ ବୋଲି ଭାବୁଛ, ତା ହେଲେ ତୁମେ ଓ ତୁମର ସୈନ୍ଯ ସାମନ୍ତ ବହୁତ ବଡ ଭୁଲ୍ କରୁଛନ୍ତି ବୋଲି ବେଳଥାଉ ବୁଝିଯିବା ଉଚିତ୍ ।

କାରଣ ନବୀନ ଲୋକଂକ ସହ ରହିବାକୁ ପସନ୍ଦ କରନ୍ତି, ତୁମ ଭଳି କୁଜି ନେତାଂକ ସହ ନୁହେଁ । ସେଥିପାଇଁ ଯିଏ ଯାହା କହିଲେ ବି ନବୀନ ଆଜି ବି ସାଧାରଣ ଲୋକଂକର ପ୍ରଥମ ପସନ୍ଦ ହୋଇ ରହିଛନ୍ତି ।

ଧରାଯାଉ ନବୀନ ତୁମପାଇଁ ଧୃତରାଷ୍ଟ୍ର ହେଲେ, ତା ହେଲେ ବି କିଛି କଥା ନାହିଁ, ମହାଭାରତରେ ଧୃତରାଷ୍ଟ୍ର ର ଅବସ୍ଥା ସମସ୍ତେ ଦେଖିଛନ୍ତି, ନା ବଂଚି ପାରୁଥିବ ନା ମରି ପାରୁଥିବ ।

ମନେରଖ ଜନତା ଜନାର୍ଦନ, ନାରାୟଣ,
ତୁମେ ତାଂକର ଛାର ସେବକଟିଏ ମାତ୍ର ।

Laxmidhar Nayak
My Facebook Post: 12th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights