ବାଧିଲେ କରିବ କ୍ଷମା

Share it

– ସୁରେନ୍ଦ୍ର ପାତ୍ର
______________________

ଗଣମାଧ୍ୟମକୁ ତମେ ତ କରିଲ
ଲାଗିପଡ଼ି ଜଣମାଧ୍ୟମ
ଏବେ କିଆଁ ଛାଡ ରଡି
ଯେତେବେଳେ ବସୁଛି ଉତ୍ତମମଧ୍ୟମ ।

ଗଣମାଧ୍ୟମକୁ ଜଣମାଧ୍ୟମରେ
କଲ ଯେବେ ପରିବର୍ତ୍ତନ,
ଗଣ ତମଠାରୁ ଅଲଗା ହୋଇଲା
ବଜୋଉ ଥା ଖୋଳ କିର୍ତ୍ତନ ।

ଦଶୁଟା କରିଛ ସଂଘ,ସଙ୍ଗଠନ
କୋଠାତ କାହିଁରେ କେତେରେ,
ପଦ ପଦବୀତ ସମ୍ଭଳା ପଡ଼ୁନି
ଭଡାତ ଯାହାକୁ ଯେତେରେ ।

ତୁମ ସ୍ୱ-ଉତ୍ଥାନ ଅନେକ ତ ହେଲା
‘ଗଣମାଧ୍ୟମ’ର କାହିଁରେ,
ଜଣମାଧ୍ୟମକୁ ରୋକିଲ ତ ନାହିଁ
ଗଣମାଧ୍ୟମରୁ ଖାଇରେ ।

କନେଷ୍ଟବଳତ ରୋକୁଛି ତୁମକୁ
ଲାଠିରେ ଉଠୁଛି ଫଟରେ,
ଅଫିସର କହେ ଘରେ ବସିଥାଆ
ପଠାଇବୁ ଆମେ ଫଟରେ ।

ଯାହା ପଠାଇବୁ ସେଇଆ
ଛାପିବ ସେଇଟା ହେଉଛି ମାଧ୍ୟମ
ଜେଲକୁ ଯିବ ନିଜ ଆଡୁ ଯଦି
କରିଥବ କିଛି ଉଦ୍ୟମ ।

ତମ ଖବରକୁ କିଏ ବା ଛାପିବ
ମାଲିକତ ତାଙ୍କ ହାତରେ
ସୁବିଧା ଗଣ୍ଡାକ ପାଇବ ବୋଲିତ
ମାରିଛ ପେଷାକୁ ନାତରେ ।

ତମ ଆଖି ଆଗେ ଗଣମାଧ୍ୟମ
ହୋଇଗଲା ଜଣମାଧ୍ୟମ,
ଗଣ ତୁମଠାରୁ ଦୁରେଇ ଗଲାରୁ
ଏବେତ କିରାଣୀ-ମାଧ୍ୟମ ।

ଯାହା ବତେଇବ କିରାଣିବାପୁଡା
ଜଣମାଧ୍ୟମେ ଛାପିବ,
ନିଜେ ଗୋଡ଼େ ନିଜେ କୁରାଢି ମାରିଲ
କାହାଆଗେ ଆଉ କାନ୍ଦିବ ???


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights