ବୁଝିବା ଶକ୍ତି ଯାର ନାହିଁ, ଉଦ୍ଧବ ଅମଣିଷ ସେହି

Share it

ନଚିକେତା ଉବାଚ
My Facebook Post: 3rd August 2023

କେହି ଭୋଟର କୋଉ ଦଳ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗୋଟେ ଦଳକୁ ସମର୍ଥନ କରୁନାହାନ୍ତି

ଭାଇ ଭାଇ ଭିତରେ ଝଗଡା ଥିବ ପଇସା ଜମିବାଡି ଭାଗବଣ୍ଟା ଈର୍ଷା ଅସୂୟା ଯୋଗୁ

ଗୋଟେ ଭାଇ ବିଜେଡି କି ସମର୍ଥନ କଲେ ଆଉ ଗୋଟେ ବିଜେପିକୁ ଖୋଜିକି ସମର୍ଥନ କରେ

ଗୋଟେ ସାହି ଶାସକ ଦଳକୁ ସମର୍ଥନ କଲେ ଆର ସାହି ବିରୋଧୀ ଦଳକୁ ସମର୍ଥନ କରେ

ଆଶା କେଶ୍ ବାସ୍ ହେଲେ ଏ ନେତାଏ ତାଙ୍କ ପିଠିରେ ପଡିବେ

କିନ୍ତୁ ଯିଏ ନେଇ ନେଇ ନେତା , ଏ ଭାଇ ଭାଇ ସାହି ସାହି ଝଗଡାକୁ ଉସୁକାଇ ସିଏ ଭୋଟ୍ ନିଏ, କେଶ୍ ବାସ୍ ହେଲେ ଆଙ୍କ ଠୁ ପଇସା ବି ନିଏ, ଏମାନେ ସୁରକ୍ଷା ଆଶା ଆଉ ଅହଙ୍କାର ନିଶାରେ ଜମି ବାଡି ବିକିକି ନେତାଙ୍କୁ ପଇସା ଦିଅନ୍ତି, ନିଜ ଭାଇ ନିଜ ଗାଁ ସାହି ଲୋକଙ୍କୁ ପାନେ ଦେବା ପାଇଁ,

କେବଳ ସେତିକି ନୁହେଁ, ନେତା ଆଙ୍କରି ହାତରେ ଦଳୀୟ ଝଣ୍ଡା ବି ବୁହାଏ, ଆଙ୍କରି ମୁହଁରେ ଜିନ୍ଦାବାଦ ପକାଏ ହୁଳହୁଳି ପକାଏ, ଏମାନେ ତାଙ୍କ ଝଣ୍ଡା ବି ବୁହନ୍ତି ହୁଳହୁଳି ବି ପକାନ୍ତି

କିଛି ନିରୀହ ପ୍ରଜାତି ଥାଆନ୍ତି ବାର୍ଦ୍ଧକ୍ଯ ଭତ୍ତା କଳାକାର ଭତ୍ତା ସ୍ବାସ୍ଥ୍ଯ କାର୍ଡ, ଇନ୍ଦିରା ଆବାସ, ରେସନ କାର୍ଡ ଆଶାରେ ଓ କିଛି କିଛି କୌଣସି ନା କୌଣସି ଭୟରେ ଗୋଟେ ପଟେ ଆଉଜି କି ରହିଯାଆନ୍ତି

ଏମିତି ଆଜିକାଲି ଚାଲୁଛି ଦଳୀୟ ସମର୍ଥନ ସୁତ୍ର
ଯିଏ ଏ ସୁତ୍ର କଷିବାରେ ଯେତେ ଧୂରନ୍ଧର ସିଏ ଜିତେ , ସରକାର କରି ଅୟସ କରେ

ଭକୁଆ ଖୁସି ହୁଏ ଆମ ଦଳ ଜିତିଲା, ତା ନିଜ ଭାଇ ପାନେ ପାଇଲା,

ଏଇମିତି ଗୋଟେ ଫୁଟାଣି କଥା ଭାବି ଭାବି ରାତିରେ ଶୁଏ , ରାତି ପାହିଲେ ମୂଲ ମଜୁରୀକୁ ଯାଏ , ମିଟିଙ୍ଗ ହେଲେ ରାଲିରେ ଯାଏ, ଦଳୀୟ ନେତାଙ୍କ ଝଣ୍ଡା ବୁହେ, ଜିନ୍ଦାବାଦ କୁହେ

ଗଣତନ୍ତ୍ରର ମାଲିକ ଦଳୀୟ ଗୋଲାମ ହେଇଗଲେ ଯାହା ହେବା କଥା ସେଇଆ ହୁଏ , ଏମାନଙ୍କୁ ବୁଝେଇବ କିଏ ?

ସେଗୁଡା ନା ଭଲ କଥା ଶୁଣନ୍ତି, ନା ଭଲ କଥା ପଢନ୍ତି, ନା ଭଲ ଲୋକଙ୍କ ସହ ବସନ୍ତି ନା ଏମାନଙ୍କର ଭଲ କଥା ବୁଝିପାରିବାର ବୁଦ୍ଧି ବିବେକ ସାମର୍ଥ୍ଯ ଥାଏ

ତେଣୁ ଭାଇ ଭାଇ ସାହି ସାହି ଜାତି ଧର୍ମ ହିଂସା ଈର୍ଷା ଅହଙ୍କାର ଫିଲିଙ୍ଗ କରେଇ ଏମାନଙ୍କୁ ପରସ୍ପର ବିରୁଦ୍ଧରେ ଲଢେଇ , ସବାଖିଆ ଦଲାଲ ଟାଉଟର ଗଣତନ୍ତ୍ରର ନଉକା ବାହେ, ଲୁଟିକି ଖାଏ , ଭୋଟର ବାପୁଡା ଖଟିକି ଖାଏ

ଗଣତନ୍ତ୍ରର ମାଲିକ ଦଳୀୟ ଗୋଲାମ ହେଇଗଲେ ଯାହା ହେବା କଥା ସେଇଆ ହୁଏ , ଏ କଥା ବୁଝେଇବ କିଏ ନା ଶୁଣିବ କିଏ ?

ବୁଝିବା ଶକ୍ତି ଯାର ନାହିଁ
ଉଦ୍ଧବ ଅମଣିଷ ସେହି


– ଲକ୍ଷ୍ମୀଧର ନାୟକ
My Facebook Post: 3rd August 2023


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights