ବିଜେପି ପାଇଁ ବିହାରକାଣ୍ଡର ଲାଭଜନକ ଦିଗ : FACE Value and PLACE Value of No 1 Nitish

Share it

ମୋ ଲେଖା
My Facebook Post: 10th August 2022

FACE Value and PLACE Value of
No 1 Nitish

ମନେକର ସଂଖ୍ୟାଟି 164 କିମ୍ବା 461

164 ସଂଖ୍ୟାଟିରେ ଥିବା ଅଙ୍କଗୁଡିକର ଫେସ ଭାଲ୍ୟୁ ଯଥାକ୍ରମେ 1, 6 ଓ 4

କିନ୍ତୁ ପ୍ଲେସ ଭାଲ୍ୟୁ ଦେଖିଲେ
1 ର 100,
6 ର 60,
4 ର 4

ନୀତୀଶ 1 ହେଲେ
ମାତ୍ର 164 ରେ ତାଙ୍କର ପ୍ଲେସ ଭାଲ୍ୟୁ 100
କିନ୍ତୁ 461 ରେ ବି ତାଙ୍କର ପ୍ଲେସ ଭାଲ୍ୟୁ ମାତ୍ର 1 ହେବ

ତେଣୁ ନୀତୀଶଙ୍କ ପାଇଁ ମହାଗଠବନ୍ଧନର 164 ବିଧାୟକଙ୍କ ମୂଳ ଅଙ୍କ ହେବା ଅଧିକ ମୂଲ୍ୟଯୁକ୍ତ , ବିଜେପି ଏନଡିଏର 461 ର ସବା ଡାହାଣରେ ବସିବା ବି ମୂଲ୍ୟହୀନ ପ୍ରାୟ |

ବିଜେପି ପାଇଁ ବିହାରକାଣ୍ଡର ଲାଭଜନକ ଦିଗ :

ଆଗରୁ ମମତା ବାନାର୍ଜୀ, ଶରଦ ପାୱାର, ଅରବିନ୍ଦ କେଜ୍ରିୱାଲ୍ ସିଧା ମୋଦୀଙ୍କୁ ତାଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନର ପ୍ରତିଦ୍ୱନ୍ଦୀ ବିଚାରୁଥିଲେ

ଏବେ ଏ ବିରୋଧି ପକ୍ଷମାନଙ୍କୁ ସେମାନଙ୍କର ପ୍ରଧାନମନ୍ତ୍ରୀ ସ୍ୱପ୍ନ ରାସ୍ତାରେ ଆଗକୁ ଯିବାକୁ ହେଲେ ପ୍ରଥମେ ନୀତୀଶଙ୍କୁ ଅତିକ୍ରମ କରିବାକୁ ହେବ

ବିଜେପିର ଶକୁନୀଙ୍କ ମଥାରେ ଯଦି ଏତିକି କଥା ନପଶିବ ଏବଂ ବିହାରର ଏ ନୀତୀଶ ହରକତକୁ ଏଇ ଢଙ୍ଗରେ ବୁଝି ଯଦି ବିହାର ପରିସ୍ଥିତିକୁ ବିଜେପି ସପକ୍ଷରେ ବ୍ୟବହାର କରିବାର କଳା ଶକୁନୀ ମହାଶୟଙ୍କୁ ଜଣା ନଥିବ ତାହେଲେ ସେ ନୀତୀଶଙ୍କ ଏ ପ୍ଲେସ ଭାଲ୍ୟୁକୁ ମମତା ଇତ୍ୟାଦିଙ୍କ ବିରୁଦ୍ଧରେ ବ୍ୟବହାର ନକରି ବରଂ ନିଜେ ନୀତୀଶଙ୍କ ବିରୁଦ୍ଧରେ ଲଢିବା ପରି ଗୋଟେ ପିଲାଳିଆ ପ୍ରୟାସ କରିବସିପାରନ୍ତି ଏବଂ

ଏହି କାରଣୁ ତାଙ୍କୁ ତାଙ୍କ କିଣା ଚାଟୁ ଗଣମାଧ୍ୟମ ବାଲା ଯେତେ ବଡ ପାଟିରେ ଚାଣକ୍ୟ ବୋଲି କହିଲେ ବି ରାଜନୀତୀ ଅଙ୍କ ଗଣି ଶିଖିଥିବା ଲୋକେ କିନ୍ତୁ ତାଙ୍କୁ ଗାଁ ହାଟ ହଡା ବେପାରୀଠୁ ଟିପେ ବି ଅଧିକ ଜ୍ଞାନ କରିବେ ନାହିଁ |

କାରଣ ଆଜି ଯାଏ ଯାହାକୁ ଚାଣକ୍ୟ ଚାଣକ୍ୟ ବୋଲି ଇଣ୍ଡିଆ ସାରା ଲୋକଙ୍କୁ ଦିନ ରାତି ଟିଭି ଲଗେଇ କୁହାଯାଉଛି ସେ ଲୋକଟା ଗତ ଆଠବରଷ ଭିତରେ ନିଜର ପୈତୃକ ସମ୍ପତ୍ତି ( ରାଷ୍ଟ୍ର ସମ୍ପତ୍ତି ) ବିକି ନିଜ ପାଇଁ ଗୁଡାଏ ଦଦରା ଛେରା ହଡା କିଣିବା ବ୍ୟତୀତ ଆଉ କିଛି କରିପାରିଥିବାର ରେକର୍ଡ କୋଉ ହାଟ ଦାଣ୍ଡିଆ ଖାତାରେ ଖୋଜିଲେ ବି ମିଳୁନି |

ଅନ୍ୟ ପକ୍ଷରେ
ନୀତିଶ କୁମାର ଟି ଆମର ଦୁର୍ଯ୍ୟୋଧନଠୁ ବି ଅଧିକ ମାନୀ ଏଣ୍ଡ ଅଜ୍ଞାନୀ |

ତା ଭାଇ ଅର୍ଜୁନ କାହିଁକି ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେଲା ଏକଥାକୁ ତାହାର ମାନହାନୀ ବୋଲି ଭାବିବା ଜ୍ଞାନ କେବଳ ଦୁର୍ଯ୍ୟୋଧନ ପରି ଅଜ୍ଞାନୀର ହିଁ ରହିବା ସମ୍ଭବ ଏବଂ

ସେଇପରିକା ଗୋଟେ ସ୍ୱାଭିମାନକୁ ସୁରକ୍ଷା ଦେବାକୁ ଦୁର୍ଯ୍ୟୋଧନ ପରିକା ଅଜ୍ଞାନୀ ହିଁ କେବଳ କଥାଟିକୁ ମହାଭାରତ ପର୍ଯ୍ୟନ୍ତ ଅଡେଇ ନେଇପାରେ ଓ

ମହାଭାରତର ଅନ୍ତ ପର୍ବରେ ପହଞ୍ଚିଲା ପରେ ହିଁ ଯାଇ ମୁହଁ ଖୋଲି କହିପାରେ –
ଜାନାମି ଧର୍ମ ନ ଚ ମେ ପ୍ରବୃତ୍ତି,
ଜାନାମି ଅଧର୍ମ ନ ଚ ମେ ନିବୃତ୍ତି
ତ୍ୱୟା ହୃଷୀକେଶ ହୃଦେସ୍ଥିତେନ …..

ଏ ସଂସ୍କୃତଟାକୁ ଅଳ୍ପଟିକେ ପୂର୍ବାପର ପ୍ରସଙ୍ଗ ସହ ଓଡିଆରେ କହିଲେ ଏମିତି ହେବ –

ମହାଭାରତର ଅନ୍ତିମ ପର୍ଯ୍ୟାୟରେ ଦୁର୍ଯ୍ୟୋଧନ ଯେତେବେଳେ ନିଜର ଜୀବନ ରକ୍ଷା ପାଇଁ ମା କମଳାଙ୍କ କୋଳରେ ଶରଣ ପଶିଛି ଓ ମା କମଳିନୀ ତାଙ୍କର ଅତି ପ୍ରିୟ ଦୁର୍ଯ୍ୟୋଧନକୁ ସୁରକ୍ଷା ଦେବାକୁ ଚାହିଁ ମଧ୍ୟ ଦୁର୍ଯ୍ୟୋଧନର ଅହଙ୍କାର ତାକୁ ସୁରକ୍ଷିତ ରଖିପାରିନି, ନିଜର ମୃତ୍ୟୁ ଚାହିଁଲେ ବି ନନ୍ଦନନ୍ଦନ ଗୋପକୁଳଚନ୍ଦନ ବାଙ୍କବିହାରୀ ଦୁର୍ଯ୍ୟୋଧନକୁ ମୃତ୍ୟୁ ବି ଦେବାକୁ ଅମଙ୍ଗ ହେଉଛନ୍ତି,

ମହାମାନୀ ଦୁର୍ଯ୍ୟୋଧନ ନିଜ ମୃତ୍ୟୁକୁ ଆଖି ସାମନାରେ ଦେଖୁଛନ୍ତି ଅଥଚ ସେ ମୃତ୍ୟୁକୁ ପ୍ରାପ୍ତ କରିପାରୁ ନାହାନ୍ତି, ସେ ସମୟରେ ଯାଇ ତାଙ୍କର ମୂଳ ଜ୍ଞାନର ଉଦୟ ହୋଇଛି ଏବଂ ବାଙ୍କବିହାରୀଙ୍କୁ ସେ ସଂସ୍କୃତରେ କହୁଛନ୍ତି –

ହେ ନନ୍ଦନନ୍ଦନ, ହେ ଜନାର୍ଦ୍ଦନ,
ହେ ଗୋଲୋକବିହାରୀ, ହେ ବାଙ୍କବିହାରୀ,
ହେ ହୃଷୀକେଶ, ହେ ଶ୍ରୀକୃଷ୍ଣ !

ଜାଣେ ମୁଁ ଧର୍ମ ନହେଲା ପ୍ରବୃତ୍ତି
ଜାଣେ ମୁଁ ଅଧର୍ମ ନହେଲା ନିବୃତ୍ତି
ତୁମ୍ଭେ ହୃଷୀକେଶ ମୋର ହୃଦୟେ ବସି
ଯାହା କରାଇଛ ତାହା କରିଛି ….

ଅହଙ୍କାର ହିଁ ଦୁର୍ଯ୍ୟୋଧନର ଏକମାତ୍ର କୁଗୁଣ ଥିଲା |
ସେ ତ ସବୁ ସହିବ, ଅହଙ୍କାର ସହିବନି
ମଣିଷ ମାରିବା ତାର କାମ ହୋଇଥିଲେ ତ ସେ କେବେଠୁ ଚକ୍ର ବୁଲେଇ ଦେଇଥାଆନ୍ତା, ହେଲେ ସେଥିରେ ଦୁର୍ଯ୍ୟୋଧନର ଅହଙ୍କାର ଭାଙ୍ଗିଥାଆନ୍ତା କେମିତି ?
ଅହଙ୍କାର ଭାଙ୍ଗିବାକୁ ହେଲେ ହେଉ ମହାଭାରତ, ତାର କଣ ଯାଉଛି ??
ସେ ତ ଗରବଗଞ୍ଜନ
ରଖିବନି କା’ର ଟାଣ
ଗରବଗଞ୍ଜନ ବାନା
ଉଡାଉଛି ଫରଫର
ସାବଧାନ୍ ସାବଧାନ୍
ସାବଧାନ ସାବଧାନ
ସେ ତ ଗରବଗଞ୍ଜନ

ହେ ମନେ ମନେ ମହାବାହୁଗଣ
ପଦପଦବୀ ଅହଙ୍କାର ଛାଡ
ଜନତାର ସେବକ ହୁଅ
କାରଣ ଜନତା ହିଁ ଜନାର୍ଦ୍ଦନ ଅଟନ୍ତି
ସେ ତୁମର ନୁହନ୍ତି କି ତାଙ୍କର ନୁହନ୍ତି

ସେ ତ ଗରବଗଞ୍ଜନ
ସାବଧାନ୍ ସାବଧାନ

ଲକ୍ଷ୍ମୀଧର ନାୟକ
My Facebook Post: 10th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights