ଫୁଲ କୁଣ୍ଡରୁ ଡେଙ୍ଗୁ ମଶା ନିବାରଣର ସରଳ ଉପାୟ

Share it

ଛାତ ଉପରେ ଫୁଲ କୁଣ୍ଡରେ ଗଛ ଲଗାଇଛନ୍ତି କି ?
ଗୋଟେ କାମ କରନ୍ତୁ –

ଦୁଇ ଲିଟର ପାଣିରେ ଗୋଟେ ଛୋଟ ଚାହା ଚାମଚରେ ଗୋଟେ ଚାମଚ ଖାଇବା ସୋଢା ମିଶାଇ ସେ ସବୁ ଗଛ ଓ କୁଣ୍ଡରେ ସ୍ପ୍ରେ କରି ଦିଅନ୍ତୁ, ଯଦି ମିଳୁଛି ତ ଚାରି ବୁନ୍ଦା ନିମତେଲ କିମ୍ବା ଲେମନ ଗ୍ରାସ ଅଏଲ୍, ଅଧ ଚାମଚ ଭିନେଗାର ବି ମିଶେଇ ଦେଲେ ଆହୁରି ଭଲ, ନମିଳିଲେ ନାହିଁ ।

ଏହି ପାଣିକୁ ସ୍ପ୍ରେ କରିଦେବା ଦ୍ବାରା ସେ କୁଣ୍ଡ ମାଟିର ଅମ୍ଳତ୍ବ କମିଯାଏ, ଗଛ ଭଲ ବଢେ ଓ ଫଳେ, ଗଛରେ ପିମ୍ପୁଡି ଲାଗନ୍ତି ନାହିଁ, କୁଣ୍ଡରେ ଡେଙ୍ଗୁ ମଶା ବସନ୍ତି ନାହିଁ କି ଅଣ୍ଡା ଦିଅନ୍ତି ନାହିଁ ।

ମୋତେ ଜଣେ କହିଥିଲେ
ମୁଁ ସେପରି ଥରେ କରି ଦେଖିଲି ଦଶ ଦିନ ହେଲାଣି ପିମ୍ପୁଡି, ମଶା ଆଉ ତ ଦିଶୁ ନାହାନ୍ତି!

ଆପଣ କରି ଦେଖନ୍ତୁ, ଫଳ କଣ ହେଲା କୁହନ୍ତୁ ।

ତା ପରେ ମୁଁ
ଲିମ୍ବ ତେଲ,
ଭିନେଗାର,
ଲେମନଗ୍ରାସ ଅଏଲ,
ଗନ୍ଧ କର୍ପୂର ଗୁଣ୍ଡ,
ହଳଦୀ ଗୁଣ୍ଡ,
ଲୁଗା ସଫା ସର୍ଫ ଓ
ଖାଇବା ସୋଢା

ଏ ସବୁଥିରୁ ଚାରି ଚାରି ଚାମଚ ମିଶେଇ ଗୋଟେ ଦଶ ଲିଟରିଆ ପ୍ଲାଷ୍ଟିକ ଡ୍ରମରେ ପାଣି ମିଶେଇ ରଖି ଦେଇଥିଲି ଓ ପ୍ରତି ରବିବାରରେ ତାକୁ ଟିକେ ଗୋଳେଇ ଦେଇ, ଝରାଏ ପାଣିରେ ସେଥିରୁ ଦି ଠିପି ବା ପାଖାପାଖି 20ml ମିଶେଇ ମୋ ଗଛବୃଚ୍ଛ ଫୁଲକୁଣ୍ଡ ମାନଙ୍କରେ ସ୍ପ୍ରେ କରୁଥିଲି, ପୁରା ବର୍ଷ ସାରା । ପ୍ରତି ରବିବାର ମାନେ ସପ୍ତାହକୁ ଥରେ।

ଫଳରେ ମୋ ଗଛରେ କେବେ ପୋକଯୋକ, ପିମ୍ପୁଡି ଇତ୍ଯାଦି ଲାଗନ୍ତି ନି କି ମଶା ବି ହୁଅନ୍ତିନି। ମୋ ଗଛ ମାନଙ୍କରେ ସବୁଠୁ ଅଧିକ ଫଳେ ଓ ଫୁଲ ଫୁଟେ, ସମସ୍ତେ ଦେଖିକି ଆଶ୍ଚର୍ଯ୍ଯ ହୁଅନ୍ତି ।


Laxmidhar Nayak
My Facebook Post: 24th August 2023

ଏଇଟା ଡେଙ୍ଗୁ ମଶା, ଏ କାମୁଡ଼ିଲେ ଡେଙ୍ଗୁ ଜ୍ୱର ହୁଏ। ଡେଙ୍ଗୁ ଜ୍ୱର ପାଇଁ କୌଣସି ଔଷଧ ବାହାରି ନାହିଁ। ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗ ଜନକ ଭାବରେ ବୃଦ୍ଧି ପାଇବାରେ ଲାଗିଛି।

ଏଇ ମଶା ସାଧାରଣତଃ ଦିନବେଳେ ଓ ବିଶେଷ କରି ସକାଳେ ଓ ଉପରଓଳି କାମୁଡ଼େ।

ଡେଙ୍ଗୁ ମଶାକୁ ଚିହ୍ନିବା ସହଜ। ଗୋଡ଼ରେ ଧଳା ଚିହ୍ନ ଥାଏ। ହାତରେ ମାରିଲେ ପାପୁଲିରେ ଧଳା ଚିହ୍ନ ରହିଯାଏ।

ଡେଙ୍ଗୁ ମଶା ପ୍ରତି ସତର୍କ ରୁହନ୍ତୁ!!


Share it

Leave a comment

Your email address will not be published. Required fields are marked *

Verified by MonsterInsights